-
1.କେନ୍ଦ୍ର ସରକାର ଭି ନାରାୟଣନଙ୍କୁ ଭାରତୀୟ ମହାକାଶ ଗବେଷଣା (ଇସ୍ରୋ)ର ନୂତନ ଅଧ୍ୟକ୍ଷ ଏବଂ ମହାକାଶ ବିଭାଗର ସଚିବ ଭାବେ ନିଯୁକ୍ତ କରିଛନ୍ତି। ଜାନୁଆରି ୧୪ତାରିଖରେ ଇସ୍ରୋର ବର୍ତ୍ତମାନର ମୁଖ୍ୟ ଏସ୍ ସୋମନାଥଙ୍କ ଠାରୁ ନାରାୟଣନ ଦାୟିତ୍ୱ ଗ୍ରହଣ କରିବେ।
-
2.ନଦୀଶଯ୍ୟା ପୋତିହୋଇପଡୁଥିବାରୁ ୨୦୫୦ ସୁଦ୍ଧା ଭାରତର ପ୍ରାୟ ୩,୭୦୦ ନଦୀବନ୍ଧ ଜଳଧାରଣ କ୍ଷମତାର ୨୬ ପ୍ରତିଶତ ହରାଇବେ ବୋଲି ଜାତିସଂଘର ଏକ ଅଧ୍ୟୟନରୁ ଜଣାପଡିଛି।
-
3.୨୦୨୪ ନଭେମ୍ବରରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମୋଟ ୫୩ ଟନ୍ ସୁନା କିଣିଥିବାବେଳେ ଭାରତ ଏକାକୀ ୮ ଟନ୍ ସୁନା କିଣିଛି।
-
4.୧୯୯୮ ମସିହା ମେ ମାସରେ ରାଜସ୍ଥାନର ପୋଖରାନରେ ଭାରତ ପରମାଣୁ ପରୀକ୍ଷଣ କରିଥିଲା। ଏହି ସଫଳତାରେ କ୍ଷୁବ୍ଧ ଆମେରିକା ଭାରତ ଉପରେ ପରମାଣୁ କଟକଣା ଲଗାଇଥିଲା। ସମସ୍ତ କଟକଣା ହଟାଯିବାକୁ ଆମେରିକା ଘୋଷଣା କରିବା ସହ ଏହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି।
-
5.ତିବ୍ବତରେ ଏକ ଘଣ୍ଟା ମଧ୍ୟରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ୫ଟି ପଶ୍ଚାତ୍ କମ୍ପନ ଅନୁଭୂତ ହେବା ଫଳରେ ଅତି କମ୍ରେ ୧୩୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୫୦ରୁ ଅଧିକ ଆହତ ହୋଇଛନ୍ତି।
-
6.ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଏବଂ ଫେବ୍ରୁଆରି ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ।
-
7.ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି। ଶେଖ୍ ହସିନାଙ୍କ ବ୍ୟତୀତ ୯୬ ଜଣଙ୍କ ପାସପୋର୍ଟ ବାତିଲ କରାଯାଇଛି।
-
8.ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ)ର ମୁଖ୍ୟ କ୍ୟାମ୍ପସରେ ଭିତ୍ତିଭୂମି ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ନିର୍ମାଣ ନିମନ୍ତେ ଭାରତ ସରକାରଙ୍କ ଅଧୀନରେ ଥିବା ଏନବିସିସି (ଇଣ୍ଡିଆ) ଲିମିଟେଡକୁ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନସଲଟାନ୍ସି (ପିଏମସି) ଦାୟିତ୍ବ ପ୍ରଦାନ କରିଛି । ୪୮୦ କୋଟି ଟଙ୍କା ବ୍ୟୟଅଟକଳରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ।
-
9.ଦେଶରେ ନିର୍ବାଚନ ସମ୍ପୂର୍ଣ୍ଣ ନିରପେକ୍ଷତାର ସହ କରାଯାଉଛି ବୋଲି ମୁଖ୍ୟ ନିର୍ବାଚନ କମିସନର ଆଶ୍ବସ୍ତ ଦେବା ସହ ମାଗଣା ଘୋଷଣା ଯୋଗୁଁ ଅନେକ ରାଜ୍ୟର ଆର୍ଥିକ ସ୍ଥିତି ଖରାପ ହେଉଥିବା ଦର୍ଶାଇଛନ୍ତି ।
-
10.ଜରୁରୀକାଳୀନ ଖର୍ଚ୍ଚ ଲାଗି ଦେଶର ଅଧିକାଂଶ ଲୋକ ପ୍ରସ୍ତୁତ ନାହାନ୍ତି। ୪୦ କୋଟି ଲୋକଙ୍କ ପାଖରେ ସେଥିପାଇଁ ବୀମା ସୁରକ୍ଷା ନାହିଁ। ମାତ୍ର ୬ କୋଟି ଲୋକଙ୍କ ନିଜସ୍ଵ ବ୍ୟକ୍ତିଗତ ସ୍ଵାସ୍ଥ୍ୟ ବୀମା ରହିଛି ବୋଲି ଏଚ୍ଡିଏଫ୍ସି ଆର୍ଗୋ ଜେନେରାଲ୍ ଇନ୍ସ୍ୟୁରାନ୍ସ କମ୍ପାନିର ନିର୍ଦ୍ଦେଶକ ପାର୍ଥନୀଲ ଘୋଷ କହିଛନ୍ତି।
-
11.ନିକଟରେ ଶେଷ ହୋଇଥିବା ବର୍ଷ ୨୦୨୪ରେ ଦେଶରେ ୨ କୋଟି ୬୧ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି ହୋଇଛି। ୨୦୨୩ରେ ୨.୩୯ କୋଟି ଗାଡ଼ି ବିକ୍ରି ହୋଇଥିଲା।
-
12.ରୁପାର ଗହଣାଠାରୁ ଆରମ୍ଭ କରି ଉପହାର ସାମଗ୍ରୀ ଭଳି ବିପୁଳ ପରିମାଣରେ ବିକ୍ରି ହେଉଛି। ଗ୍ରାହକମାନେ କିଣୁଥିବା ରୁପାର ଗୁଣବତ୍ତାକୁ ନିଶ୍ଚିତ କରିବା ଲାଗି ସରକାର ହଲ୍ମାର୍କିଂ ବାଧ୍ୟତାମୂଳକ କରିବା ଉପରେ ବିଚାର କରୁଛନ୍ତି।
-
13.ଯାଜପୁରରେ ଅଶୋଧିତ ତେଲକୁ ଏକ ବିଶାଳ ଭଣ୍ଡାର ଗଚ୍ଛିତ ରଖାଯିବ। ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜଭର୍ସ ଲିମିଟେଡ୍ ପକ୍ଷରୁ ୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଭଣ୍ଡାରକୁ ୮୭୪୩ କୋଟି ଟଙ୍କା ନିବେଶରେ ସ୍ଥାପନ କରାଯିବ।
-
14.ସଲମାନ ଖାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସଲମାନଙ୍କ ଘର ବାଲ୍କୋନୀରେ ସୁରକ୍ଷା ବଢାଇ ଦିଆଯାଇଛି। ବାଲ୍କୋନୀରେ ବୁଲେଟ୍ପ୍ରୁଫ୍ ଗ୍ଲାସ୍ ଲଗାଯାଇ ସୁରକ୍ଷିତ କରାଯାଇଛି।
-
15.ଉତ୍ତରାଖଣ୍ଡର ହରିଦ୍ବାରରେ ଜଣେ ନାବାଳିକା ହକି ଖେଳାଳିଙ୍କ ସହିତ ଦୁଷ୍କର୍ମର ଏକ ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା ନିଜ କୋଚଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.