• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଜରାୱା ଜନଜାତିକୁ ଭୋଟର ତାଲିକାଭୁକ୍ତ କରାଯାଇଛି। ବୁଧବାର ଏହି ସଂପ୍ରଦାୟର ୧୯ ଜଣ ସଦସ୍ୟଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଛି।

  2. 2.ଚଳିତ ମାସ ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

  3. 3.ଗଡକରୀ କହିଛନ୍ତି ଯେ ସାରା ଦେଶରେ ସଡ଼କ ଦୁର୍ଘଟଣାରେ ପୀଡିତଙ୍କ ପାଇଁ କ୍ୟାସଲେସ ଚିକିତ୍ସା ପାଇଁ ସରକାର ମାର୍ଚ୍ଚ ସୁଦ୍ଧା ସଂଶୋଧିତ ଯୋଜନା ଆଣିବେ। ଏହାଦ୍ୱାରା ଦୁର୍ଘଟଣାରେ ପ୍ରତି ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ହେବ।

  4. 4.ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରର ବୈକୁଣ୍ଠ ଦ୍ୱାର ଦର୍ଶନ ଟିକେଟ୍ କେନ୍ଦ୍ର ନିକଟରେ ଦଳାଚକଟାରେ ଚାରି ଜଣ ମୃତ୍ୟୁ ବରଣ କରିଛନ୍ତି।

  5. 5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଖାପାଟଣାରେ ଏନ୍‌ଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ସେଠାରୁ ଏକ ସ୍ଵତନ୍ତ୍ର ବିମାନରେ ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି।

  6. 6.କୁମ୍ଭମେଳା ୨୦୨୫ ପାଇଁ ଅଯୋଧ୍ୟାକୁ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ବସ୍ ଚଲାଇବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି।

  7. 7.ତେଜସ ଲଢୁଆ ବିମାନ ମିଳିବାରେ ଅହେତୁକ ବିଳମ୍ବକୁ ନେଇ ଭାରତୀୟ ବାୟୁସେନାର ମୁଖ୍ୟ ମାର୍ଶାଲ ଏପି ସିଂହ ଅସନ୍ତୋଷ ପ୍ରକାଶ କରିଛନ୍ତି ।

  8. 8.ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ଅନ୍ତର୍ଭୁକ୍ତ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି।

  9. 9.ଭାରତୀୟଙ୍କ କେଶ ଚାଇନାକୁ ଚୋରା ଚାଲାଣ ହେଉଛି । ଭାରତ ସରକାରଙ୍କ ଡାଇରକ୍ଟେ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ଏନେଇ ଖୁଲାସା କରିଛି ।

  10. 10.ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସାଙ୍ଗକୁ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଓ ନୂତନ ଚାଇନା ଭୂତାଣୁ ଏଚ୍‌ଏମ୍‌ପିଭିର ପ୍ରାଥମିକ ପ୍ରଭାବ ଯୋଗୁ ଭାରତୀୟ ପୁଞ୍ଜି ବଜାର ବେଶ୍‌ ପ୍ରଭାବିତ ହୋଇଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରାୟ ୯ ଲକ୍ଷ କୋଟି ଟଙ୍କାର ନିବେଶ ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ ଶେଷ ସୁଦ୍ଧା ହରାଇଛନ୍ତି।

  11. 11.ପ୍ରଖ୍ୟାତ କବି, ଫିଲ୍ମନିର୍ମାତା, ସାମ୍ବାଦିକ ତଥା ପୂର୍ବତନ ସାଂସଦ ପ୍ରୀତୀଶ ନନ୍ଦୀଙ୍କର ଆଜି ୭୩ ବର୍ଷ ବୟସରେ ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ଘଟିଛି।

  12. 12.ଲସ୍‌ ଏଞ୍ଜେଲ୍ସରେ ଏକ ବଡ଼ ଧରଣର ବନାଗ୍ନିରେ ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍‌ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ଅଞ୍ଚଳ ଜଳି ପୋଡ଼ି ଛାରଖାର ହୋଇଯାଇଛି।

  13. 13.ଚୀନ୍‌ରେ ଆତଙ୍କ ସୃଷ୍ଟି କରିଥିବା ହ୍ୟୁମାନ ମେଟାପ୍ନୁମୋଭାଇରସ୍ (ଏଚଏମପିଭି) ଭାରତରେ ମଧ୍ୟ ବ୍ୟାପିବା ଆରମ୍ଭ କରିଛି। ଏହି ଭୂତାଣୁର ଲକ୍ଷଣ କୋଭିଡ-୧୯ ସହିତ ସମାନ ଏବଂ ଏହାର ପ୍ରଭାବ ଛୋଟ ପିଲାମାନଙ୍କ ଉପରେ ଦୃଶ୍ୟମାନ ହେଉଛି।

  14. 14.ଦିଲ୍ଲୀ ନିର୍ବାଚନରେ ଆପ୍‌କୁ ସମର୍ଥନ ଜଣାଇଛନ୍ତି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଓ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି।

  15. 15.ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଇଲେକ୍‌ଟ୍ରିକ ଭେଇକିଲ (ଇଭି) ବ୍ରାଣ୍ଡ ‘ଓକାୟା ଇଭି’ର ନୂତନ ବ୍ରାଣ୍ଡ ପରିଚୟ (ରିବ୍ରାଣ୍ଡିଙ୍ଗ) ‘ଓଟିଜି ମୋବିଲିଟି’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି।

  16. 16.ମହିଳାଙ୍କ ‘ଶରୀର ଗଠନ’କୁ ନେଇ ମନ୍ତବ୍ୟ ମଧ୍ୟ ଯୌନ ଉତ୍ପୀଡ଼ନ ଏବଂ ଏହା ଦଣ୍ଡନୀୟ ଅପରାଧ ବୋଲି କେରଳ ହାଇକୋର୍ଟ ରାୟ ଦେଇଛନ୍ତି। 

  17. 17.ରୁଷ ପକ୍ଷରୁ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯିବା ଫଳରେ ୧୩ ନାଗରିକଙ୍କ ମୃତ୍ୟୁ ଘଟିଛି।

  18. 18.ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ; ପରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। 

  19. 19.ଆସାମର ଦିମା ହସାଓ ଜିଲା ଉମ୍ରାଙ୍ଗସା ଅଞ୍ଚଳରେ ଥିବା କୋଇଲା ଖଣିରେ ସୋମବାର ଅଚାନକ ବନ୍ୟାପାଣି ପଶିଯିବାରୁ ଏହା ଭିତରେ ଥିତ୍ବା ଶ୍ରମିକମାନେ ବାହାରି ନ ପାରି ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ମଙ୍ଗଳବାର ମିଳିଥିବାବେଳେ ନିଖୋଜ ଥିବା ଅନ୍ୟ ୬ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

  20. 20.କେନ୍ଦ୍ର ସରକାର ନୂଆଦିଲ୍ଲୀର ‘ରାଷ୍ଟ୍ରୀୟ ସ୍ମୃତି’ ଅଞ୍ଚଳରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଇଁ ଏକ ସ୍ମାରକୀ ନିମାଣ କରିବାକୁ ଘୋଷଣା କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.