-
1.ମହୋଦଧିରେ ସ୍ନାନ ସହ ମହାପ୍ରଭୁଙ୍କ ଦର୍ଶନରୁ ନୂତନ ବର୍ଷ ଆରମ୍ଭ ଲକ୍ଷ୍ୟ ନେଇ ପୁରୀ ସହରର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ। ଲମ୍ବା ଧାଡିରେ ଯାଇ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି।
-
2.ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଲାଗାତାର ଭାବେ ଦୁର୍ବଳ ହେଉଛି। ୨୦୨୪ରେ ମଧ୍ୟ ତାହା ଆହୁରି ଦୁର୍ବଳ ହୋଇପଡ଼ିଛି। ଏକ ଡଲାର ମୂଲ୍ୟ ୮୫ ଟଙ୍କା ୬୧ ପଇସା ହୋଇଯାଇଛି।
-
3.୧ ଜାନୁୟାରି ୨୦୨୫ଠାରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦର କମିଛି। ତୈଳ କମ୍ପାନିଗୁଡ଼ିକ ଦର ସମୀକ୍ଷା କରି ଏହି ନିଷ୍ପତ୍ତି ନେଇଛନ୍ତି ।
-
4.ଦେଶର ପରିବାରଗୁଡ଼ିକ ଉପରେ ଋଣ ଚାପ ଲଗାତାର ଭାବେ ବଢ଼ୁଛି। ଗାଡ଼ି କିଣିବା, ପିଲାଙ୍କୁ ପାଠପଢ଼ାଇବା, ଟିଭି-ଫ୍ରିଜ୍ ଭଳି ଜିନିଷ କିଣିବା, କ୍ରେଡିଟ୍ କାର୍ଡରେ ଖର୍ଚ୍ଚ କରିବା, ବ୍ୟକ୍ତିଗତ ଋଣ ଆଣି ଜରୁରୀ ଆବଶ୍ୟକତା ପୂରଣ କରିବା ଭଳି କାମ ଲାଗି ପରିବାରର ଋଣ ବଢ଼ିବାରେ ଲାଗିଛି ।
-
5.ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି ୨ବର୍ଷ ମଧ୍ୟରେ ଥରୁଟିଏ ବି ହୋଇନି। ସୁପ୍ରିମ୍କୋର୍ଟର ତଥ୍ୟ ଅନୁସାରେ ୨୦୨୨ ଡିସେମ୍ବର ୭ ପରେ ପୋଲାଭରମ ମାମଲାର କୌଣସି ଶୁଣାଣି ହୋଇନାହିଁ ।
-
6.ମଣିପୁରରେ ଚାଲିଥିବା ଜାତିଆଣ ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଆଜି ପଶ୍ଚାତାପ କରିଛନ୍ତି ଏବଂ ମଣିପୁର ବାସିନ୍ଦାଙ୍କୁ କ୍ଷମା ମାଗିଛନ୍ତି।
-
7.ଲଣ୍ଡନର ଆପରାଧିକ ଇତିହାସରେ ଅନ୍ୟତମ ବଡ଼ ଚୋରି ଘଟଣା ଘଟିଛି। ଏକ ଘରୁ ୧୦.୪ ନିୟୁତ ପାଉଣ୍ଡ (୧୧୧ କୋଟି ଟଙ୍କା) ମୂଲ୍ୟର ଅଳଙ୍କାର, ୧୫୦୦୦୦ ପାଉଣ୍ଡ (୧.୬ କୋଟି ଟଙ୍କା)ର ଡିଜାଇନର ହ୍ୟାଣ୍ଡବ୍ୟାଗ୍, ୧୫୦୦୦ ପାଉଣ୍ଡ (୧୬ଲକ୍ଷ ଟଙ୍କା) ନଗଦ ଚୋରି ହୋଇଯାଇଛି।
-
8.୨୦୨୨ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ୟୁକ୍ରେନ-ରୁଷ୍ ଯୁଦ୍ଧ ଥମିବାର ନାମ ନେଉନଥିବା ବେଳେ ବର୍ଷର ଶେଷ ଦିବସରେ ଏକ ଖୁସି ଖବର ମିଳିଛି। ପ୍ରଥମ ଥର ନିମନ୍ତେ ଉଭୟ ଦେଶ ୩ ଶହ ଯୁଦ୍ଧବନ୍ଦୀଙ୍କୁ ପରସ୍ପରକୁ ଫେରାଇଛନ୍ତି।
-
9.ଓଡ଼ିଶା ଫେରିଛି ବାଘୁଣୀ ଜୀନତ। ପ୍ରାୟ ୪୮ ଘଣ୍ଟା ଯାଏଁ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ଭିତରେ ତାର ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ ପରୀକ୍ଷା ନିରୀକ୍ଷା ସରିବା ପରେ ଜୀନତକୁ ବାଘୁଣୀ ଜୀନତକୁ ଶିମିଳିପାଳ ଅଣାଯାଇଛି।
-
10.୨୦୨୪ ବର୍ଷରେ କୁବେର ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ୍ ହୋଇଯାଇଥିଲା ରାଜ୍ୟ ଭିଜିଲାନ୍ସ। ଏ ବର୍ଷ ମୋଟ ୧୪୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଭିଜିଲାନ୍ସ ଜବତ କରିଥିଲା। ଏଥିରେ କେବଳ ସୁନା ୨୦ କେଜି, ରୁପା ୧୦ କେଜି, ହୀରା, ୫୦୦ ପ୍ଲଟ୍, ୧୯୪ଟି କୋଠା ରହିଛି।
-
11.ଜାପାନ ପଦ୍ଧତିରେ ନୂଆ ଜଙ୍ଗଲ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି କୋରାପୁଟ ବନଖଣ୍ଡର ମାନବର ନିକଟରେ ମିୱାୱାକି ଫରେଷ୍ଟ କ୍ୟାମ୍ପା ୧ମିଟର ଓସାରକୁ ୧ମିଟର ଲମ୍ବରେ ୫ଏକର ପରିଧିରେ ୯୦ରକମର ୧୬ହଜାର ଔଷଧୀୟ, ଫଳନ୍ତି ଓ ଫୁଲ ବୃକ୍ଷ ଲାଗିଛି।
-
12.ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଣ୍ଡାପଲ୍ଲୀ ଓଡିଆରପି କଲୋନୀରେ ଅଘଟଣ। ଜିରୋ ନାଇଟ୍ ସେଲିବ୍ରେସନ୍ ଚାଲିଥିବାବେଳେ ଗୁଳିମାଡ ହୋଇଛି।
-
13.୨୦୨୫ ସୁଦ୍ଧା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।
-
14. ଜଣେ ମହିଳା ଲେଖିକାଙ୍କ ଯୌନ ଉତ୍ପୀଡନ ଅଭିଯୋଗରେ ଟ୍ରମ୍ପଙ୍କୁ ମ୍ୟାନହଟନ କୋର୍ଟ ପୂର୍ବରୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ବ୍ୟତୀତ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କ ସହ ଜଡ଼ିତ ଏକ ମାମଲାରେ ବି ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
-
15.ରାଜ୍ୟର ୮ ଆଇପିଏସ୍ ଅଫିସରଙ୍କୁ ମିଳିଛି ପଦୋନ୍ନତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ବରିଷ୍ଠ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲ ଓ ପ୍ରତୀକ ମହାନ୍ତି। ୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.