• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି ଶୁକ୍ରବାର ପୂର୍ବାହ୍ନ ୧୦ଟା ୧୫‌ରେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜଭବନର ନୂଆ ଅଭିଷେକ ହଲ୍‌ରେ ବ୍ୟାପକ ପ୍ରସ୍ତୁତି ହୋଇଛି।

  2. 2.ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ଗ୍ରାଚୁଇଟି ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

  3. 3.୨୦୨୪ର ଏପ୍ରିଲ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ୯ ମାସ ମଧ୍ୟରେ ଓଡ଼ିଶାରେ ସମୁଦାୟ ୪୪,୪୫୩ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଛି ଯାହା ୨୦୨୩ର ସମାନ ସମୟର ସଂଗ୍ରହ ତୁଳନାରେ ୧୨.୪ ପ୍ରତିଶତ ଅଧିକ।

  4. 4.୧୯୯୩ ବ୍ୟାଚ୍‌ର ୩ ଆଇପିଏସ୍‌ ବିନୟତୋଷ ମିଶ୍ର, ଆର୍‌ପି କୋଚେ ଏବଂ କେନ୍ଦ୍ରୀୟ ଡେପୁଟେଶନରେ ଥିବା ସୁଶାନ୍ତ ନାଥ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି।

  5. 5.ଚଳିତ ବର୍ଷ ଫେବ୍ରୁଆରିରୁ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଆୟୁଷ୍ମାନ ଭାରତ ଯୋଜନାରେ ମହିଳାମାନଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳିବ। ଏଥିସହ ସେମାନଙ୍କୁ ଦେଶର ୩୦ ହଜାର ଡାକ୍ତରଖାନାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

  6. 6.ଆଗାମୀ ୫ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ସ୍ତରରେ ଦେଢ଼ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। ଦୁଇ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବିରେ ନିଯୁକ୍ତି ପାଇଁ ସ୍ଥିରୀକୃତ ହୋଇଛି।

  7. 7.ନନ୍ଦନକାନନରେ ନୂଆବର୍ଷର ପ୍ରଥମ ଦିନରେ ୩୫,୬୫୬ ଖଣ୍ଡ ଟିକଟ ବିକ୍ରି ହୋଇଥିଲା। ସମସ୍ତ ପର୍ଯ୍ୟଟକଙ୍କ ଠାରୁ ୧୩,୩୯,୩୭୦ ଟଙ୍କାର ରାଜସ୍ଵ ଆଦାୟ ହୋଇଥିବା କର୍ତୁପକ୍ଷଙ୍କ ସୂତ୍ରରୁ ପ୍ରକାଶ। ରୋପ୍ୱେରେ ୧୭ ଜଣ ପର୍ଯ୍ୟଟକ ବୁଲିଛନ୍ତି।

  8. 8.ଜିମ୍ବାୱେ ଆନୁଷ୍ଠାନିକ ଭାବେ ମୃତ୍ୟୁଦଣ୍ଡକୁ ରଦ୍ଦ କରିଦେଇଛି। ରାଷ୍ଟ୍ରପତି ଏମର୍ସନ୍ ମନ୍ନାଗୱା ଏହି ଆଇନରେ ଦସ୍ତଖତ କରି ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି। 

  9. 9.ସମଗ୍ର ବିଶ୍ୱ ନୂତନ ବର୍ଷରେ ପ୍ରବେଶ କରିଥିବାବେଳେ ଗାଜାରେ ନୂତନ ବର୍ଷର ପ୍ରଥମ ଦିନ ମଧ୍ୟ ରକ୍ତରେ ଭାସିଛି। ୨୦୨୫ ବର୍ଷର ପ୍ରଥମ ଦିନରେଗାଜା ଯୁଦ୍ଧ ଏହାର ୪୫୩ ତମ ଦିନରେ ପ୍ରବେଶ କରିଛି, ବର୍ଷର ପ୍ରଥମ ଦିନରେ ମଧ୍ୟ ଇସ୍ରାଏଲ୍ ଗାଜା ଉପରେ ଆକ୍ରମଣ ଜାରି ରଖିଛି।

  10. 10.ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ବିବାଦ ଯୋଗୁ ୨୩ ଲକ୍ଷ ଲୋକ ବିସ୍ଥାପିତ କରିବ‌ା ସହିତ ଅନାହାରର ସଙ୍କଟ ସୃଷ୍ଟି କରିଛି। ମିଳିତ ଜାତିସଂଘ ମାନବିକ ସଂସ୍ଥା (ଓସିଏଚ) କହିଛି ଯେ, ଇସ୍ରାଏଲ୍ କର୍ତ୍ତୃପକ୍ଷ ଆଶ୍ରୟ ସାମଗ୍ରୀ ନେଇଥିବା ୧୬୦ ଟି ଟ୍ରକକୁ ୧ ରୁ ୨୬ ଡିସେମ୍ବର ୨୦୨୪ ମଧ୍ୟରେ ଗାଜା ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲା।

  11. 11.ଖୋର୍ଦ୍ଧା ଜିଲ୍ଲାରେ ସ୍ଥାପନ ହେବ କାଚ କାରଖାନା। ଶାଲିମାର ଗ୍ଲାସ୍ ୱାର୍କସ୍‌ ପକ୍ଷରୁ ୫୩୦.୯୮ କୋଟି ଟଙ୍କା ବିନିଯୋଗରେ ଏହି କାରଖାନା ନିର୍ମାଣ କରାଯିବ।

  12. 12.ଆୟୁଷ ମନ୍ତ୍ରଣାଳୟ ଓ ବେଦାନ୍ତ ଭାଗିଦାରୀରେ ଚାଲିଥିବା ‘ସ୍ୱର୍ଣ୍ଣ ପ୍ରାଶନ' ଅଭିଯାନର ଚତୁର୍ଥ ପର୍ଯ୍ୟାୟ ସଫଳତାର ସହ ଶେଷ କରିଛି, ଯାହା ୧୭ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ପାରିଛି । ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ୧୫ଟି ସରକାରୀ ବିଦ୍ୟାଳୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା ।

  13. 13.କେନ୍ଦ୍ର ଗୃହ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ୨୦୨୪ର   ପ୍ରଥମ ୩ ମାସରେ ସାଇବର୍‌ ଠକାମି ସଂକ୍ରାନ୍ତ  ମୋଟ ୪୩,୭୯୭ଟି ଅଭିଯୋଗ କେବଳ ହ୍ବା‌ଟ୍ସଆପ୍‌ ବିରୋଧରେ ହୋଇଛି। ଏହା ପଛକୁ ଟେଲିଗ୍ରାମ ବିରୋଧରେ ୨୨,୬୮୦ ଏବଂ ଇନଷ୍ଟାଗ୍ରାମ୍‌ ବିରୋଧରେ ୧୯,୮୦୦ ଅଭିଯୋଗ ରହିଛି।

  14. 14.୧୯୦୧ ପରଠାରୁ ୨୦୨୪ ଭାରତ ପାଇଁ ସବୁଠାରୁ ଉତ୍ତପ୍ତ ବର୍ଷ ସାବ୍ୟସ୍ତ ହୋଇଛି ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ବିଗତ ୧୨୩ ବର୍ଷ ମଧ୍ୟରେ ୨୦୨୪ରେ ଭାରତର ତାପମାତ୍ରା ସର୍ବାଧିକ ଥିଲା

  15. 15.ତାମିଲନାଡୁର ଡିଏମକେ ସରକାର ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନ ପାଇଁ ଗ୍ଲୋବାଲ ଟେଣ୍ଡରକୁ ବାତିଲ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ଦିଆଯାଇଥିବା ଟେଣ୍ଡରରେ ଆଦାନୀ ଏନର୍ଜି ସଲ୍ୟୁସନ୍ ସର୍ବନିମ୍ନ ମୂଲ୍ୟରେ ଟେଣ୍ଡର କରିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.