-
1.ମନୁ ଭାକର, ଡି ଗୁକେଶଙ୍କ ବ୍ୟତୀତ ପ୍ରବୀଣ କୁମାରଙ୍କୁ ମଧ୍ୟ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ।
-
2.ଦେଶବ୍ୟାପୀ ୪୪୦ ଜିଲାର ଭୂତଳଜଳରେ ନାଇଟ୍ରେଟ୍ ମାତ୍ରା ଅଧିକ ରହିଛି। ତନ୍ମଧ୍ୟରେ ଓଡ଼ିଶାର ୧୫ ଜିଲା ରହିଛି। ଏହି ଜିଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗୀର, ବରଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼।
-
3.ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ଭିଜିଲାନ୍ସରେ ୮ ଅତିରିକ୍ତ ଏସ୍ପି, ୨୪ ଡିଏସ୍ପି ଓ ୧୬ଟି ପୋଲିସ ସବ୍ଇନ୍ସପେକ୍ଟର ପଦବୀ ସୃଷ୍ଟି କରାଯାଇଛି।
-
4.ଆସନ୍ତା ଜାନୁଆରି ୧୧ ଅର୍ଥାତ୍ ପୌଷ ଶୁକ୍ଳ ପକ୍ଷ ଦ୍ୱାଦଶୀ ଅର୍ଥାତ୍ କୁର୍ମା ଦ୍ୱାଦଶୀ ତିଥିରେ ଆଯୋଧ୍ୟା ରାମମନ୍ଦିର ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷପୂର୍ତ୍ତି ପାଳନ ହେବ । ଗତ ବର୍ଷ ଜାନୁଆରି ୨୨ରେ ଏହି ତିଥିରେ ପ୍ରାଣପ୍ରତିଷ୍ଠା ହୋଇଥିଲା ।
-
5.ବାଂଲାଦେଶ ନିଜର ଇତିହାସ ବଦଳାଇବା ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ବାଂଲାଦେଶରେ ନୂଆ ପାଠ୍ୟପୁସ୍ତକରେ ମୁଜିବୁର ରହମାନଙ୍କ ପାଇଁ 'ଜାତିର ପିତା' ଉପାଧି ମଧ୍ୟ ହଟାଇ ଦିଆଯାଇଛି।
-
6.ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାରଙ୍କ ଗତ ୧୦ ବର୍ଷ(୨୦୧୪-୨୦୨୪)ରେ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ୟୁପିଏ ଅମଳରେ ସୃଷ୍ଟି ହୋଇଥିବା ନିଯୁକ୍ତି ତୁଳନାରେ ଏହା ପ୍ରାୟ ୫ ଗୁଣା ଅଧିକ।
-
7.ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି (ନାଲ୍କୋ)ର ନୂଆ ନିର୍ଦ୍ଦେଶକ (ମାନବ ସମ୍ବଳ) ଭାବେ ଡ. ତାପସ କୁମାର ପଟ୍ଟନାୟକ ଦାୟିତ୍ବ ଗ୍ରହଣ କରିଛନ୍ତି।
-
8.ଗତ ମାସରେ (ଡିସେମ୍ବର ୨୦୨୪), କାର କମ୍ପାନୀଗୁଡିକର ବିକ୍ରିରେ ବହୁତ ଅଭିବୃଦ୍ଧି ଘଟିଛି | ବଡ ରିହାତି ଏବଂ ଅଫର ବିକ୍ରୟ ବୃଦ୍ଧିରେ ବହୁତ ସାହାଯ୍ୟ କରିଛି |
-
9.ଓଡ଼ିଶାରେ ପ୍ରଥମ ଇଲେକ୍ଟ୍ରି ଡବଲ ଡେକର ବସ୍ ପହଞ୍ଚିଛି। ବସ୍ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିଛି। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଥିଲା।
-
10.୨୦୨୪ର ଏପ୍ରିଲ୍ରୁ ଡିସେମ୍ବର ପର୍ଯ୍ୟନ୍ତ ୯ ମାସ ମଧ୍ୟରେ ଓଡ଼ିଶାରେ ସମୁଦାୟ ୪୪,୪୫୩ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ହୋଇଛି ଯାହା ୨୦୨୩ର ସମାନ ସମୟର ସଂଗ୍ରହ ତୁଳନାରେ ୧୨.୪ ପ୍ରତିଶତ ଅଧିକ।
-
11.ବର୍ଷ ଆରମ୍ଭରୁ ରାଜ୍ୟରେ ଶୀତର ପ୍ରଭାବ ବଢ଼ିଛି। ଗୁରୁବାର ରାଜ୍ୟର ଏକାଧିକ ସ୍ଥାନରେ ୧୦ ଡିଗ୍ରୀ ସେଲସିୟସ୍ କିମ୍ବା ଏହାଠାରୁ କମ୍ ତାପମାତ୍ରା ରେକର୍ଡ ହୋଇଛି।
-
12.ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଯେଉଁମାନେ କାରାଗାରର ସମ୍ମୁଖୀନ ହୋଇଥିଲେ ସେମାନଙ୍କ ପାଇଁ ରାଜ୍ୟ ସରକାର ପେନ୍ସନ୍ ଦୁଇଗୁଣ ବୃଦ୍ଧି କରିଛନ୍ତି।
-
13.୨୦୨୩ରେ ଭୁବନେଶ୍ୱର ୟୁପିଡିରେ ୧୧ ହଜାର ୯୭୫ ମାମଲା ରୁଜୁ ହୋଇଥିବାବେଳେ ୨୦୨୪ରେ ୧୪ ହଜାର ୪୧୬ ମାମଲା ରୁଜୁ ହୋଇଛି। ଭୁବନେଶ୍ୱରରେ ୨୦୨୩ରେ ୫୨ ମର୍ଡର, ୨୦୨୪ରେ ୬୬ ମର୍ଡର।
-
14. ଗଣତନ୍ତ୍ର ଦିବସ ପରେଡରେ ରାଜ୍ୟର ପ୍ରଜ୍ଞାପନ ମେଢ଼ ଦେଖିବା ପାଇଁ ଆଶା ରଖିଥିବା ଓଡିଶାବାସୀଙ୍କୁ ନିରାଶ ହେବାକୁ ପଡିବ। କାରଣ ରାଜ୍ୟ ସରକାର ପଠାଇଥିବା ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି।
-
15.ଅଷ୍ଟ୍ରେଲିଆ ବିପକ୍ଷ ବର୍ଡ଼ର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ଭାରତ ଟେଷ୍ଟ ଅଧିନାୟକ ରୋହିତ ଶର୍ମାଙ୍କୁ ‘ବିଶ୍ରାମ’ ଦିଆଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.