• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ଲିବରାଲ ପାର୍ଟିରେ ଲୋକପ୍ରିୟତା ହରାଇବା କାରଣରୁ ଜଷ୍ଟିନ ଟ୍ରୁଡୋ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ।
  2. 2.କ୍ବାଣ୍ଟମସ୍କେପ୍‌ର ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ମୂଳ ଭାରତୀୟ ଜଗଦୀପ ସିଂ ଦରମା କ୍ଷେତ୍ରରେ ଏକ ବୈଶ୍ବିକ ବେଞ୍ଚ୍‌ମାର୍କ ପ୍ରତିଷ୍ଠା କରିଛନ୍ତି। ଜଗଦୀପ ଦରମା ବାବଦ ବାର୍ଷିକ ୧୭ ହଜାର ୫ଶହ କୋଟି ଟଙ୍କା (୨୦୬ କୋଟି ଡଲାର) ନେଉଛନ୍ତି। ତାଙ୍କର ହାରାହାରି ଦୈନିକ ଆୟ ୪୮ କୋଟି ଟଙ୍କା।

  3. 3.ବିଦେଶାଗତ ପକ୍ଷୀଙ୍କ ପାଇଁ ହେବ ବାର୍ଡ ମ୍ୟୁଜିୟମ। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ବାର୍ଡ ମ୍ୟୁଜିୟମ ଚିଲିକା, ବରକୂଳ କିମ୍ବା ନଳବଣ କେଉଁ ସ୍ଥାନରେ ପ୍ରତିଷ୍ଠା ହେବ ସେ ନେଇ ବିଚାର କରୁଛି ବିଭାଗ।

  4. 4.ରାୟଗଡା ରେଳ ମଣ୍ଡଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଓଡ଼ିଶାର ରାୟାଗଡାଠାରେ ଅନୁଷ୍ଠିତ ହେଉଛି ଏବଂ ପ୍ରଧାନମନ୍ତ୍ରୀ ଜାମ୍ମୁରୁ ଭିଡିଓ କନଫରେନସିଂ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି।

  5. 5.ଦିଲ୍ଲୀ ଏମ୍ସର ଡାକ୍ତର କହିଛନ୍ତି ଯେ, ହ୍ୟୁମାନ ମେଟାପ୍ନୁମୋଭାଇରସ୍ ଏକ ନୂତନ ଭୂତାଣୁ ନୁହେଁ। ଏହା ଏକ ପୁରୁଣା ଭୂତାଣୁ ଏବଂ ଲୋକମାନଙ୍କ ମଧ୍ୟରେ ଏହା ବିରୁଦ୍ଧରେ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ସାରିଛି। ଏଭଳି ପରିସ୍ଥିତିରେ ଏହି ଭୂତାଣୁ ସଂକ୍ରମଣ ଯୋଗୁ ମହାମାରୀ ହେବାର ଆଶଙ୍କା ନାହିଁ।

  6. 6.ଜନ ସୁରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର(ପିକେ)ଙ୍କୁ ସୋମବାର ସକାଳେ ବିହାର ପୁଲିସ ଗିରଫ କରିଥିଲା। ସେ ସର୍ତ୍ତମୂଳକ ଜାମିନ ନେବାକୁ ମନା କରି ଦେଇଥିଲେ। ଏହା ପରେ ତାଙ୍କୁ ଜେଲକୁ ପଠାଯାଇଥିଲା। ପରେ ତାଙ୍କୁ ନିଃସର୍ତ୍ତ ଜାମିନ ମିଳିଥିଲାଏବଂ ବିଉର ଜେଲରୁ ମୁକ୍ତ କରାଯାଇଥିଲା।

  7. 7.କଙ୍ଗୋ ସରକାର ୧୦୨ ଡକାୟତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହା ବ୍ୟତୀତ ଅନ୍ୟ ୭୦ ଅପରାଧୀ ମୃତ୍ୟୁଦଣ୍ଡକୁ ଅପେକ୍ଷା କରିଛନ୍ତି। କଙ୍ଗୋରେ ଡକାୟତଙ୍କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

  8. 8.ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଏକ ବଡ଼ ଧରଣର ଆକ୍ରମଣ ଘଟାଇଛନ୍ତି। ଏହି ଆକ୍ରମଣରେ ୯ ଜଣ ଯବାନ ସହିଦ ହୋଇଥିବା ଏଡିଜି ନକ୍ସଲ ଅପରେସନ ବିବେକାନନ୍ଦ ସିହ୍ନା ସୂଚନା ଦେଇଛନ୍ତି।

  9. 9.ଦେଶର ସଞ୍ଚୟ ହାର ୩୧ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଅନ୍ତର୍ଜାତୀୟ ହାରଠାରୁ ଅଧିକ। ସଞ୍ଚୟ କ୍ଷେତ୍ରରେ ଦେଶ ଭଲ ଅଗ୍ରଗତି କରିଥିବା ବେଳେ ଓଡ଼ିଶାର ପ୍ରଦର୍ଶନ କିନ୍ତୁ ନୈରାଶ୍ୟଜନକ ରହିଛି। ରାଜ୍ୟର ସଞ୍ଚୟ ହାର ୩୦ ପ୍ରତିଶତ ରହିଛି।

  10. 10.ଏଚଏମପିଭି ନୂଆ ଭୂତାଣୁ ନୁହେଁ। ୨୦୦୧ରେ ପ୍ରଥମେ ଚିହ୍ନଟ ହୋଇଥିଲା। ସବୁ ବୟସ ବର୍ଗର ଲୋକଙ୍କୁ ଏଚଏମପିଭି ଭୂତାଣୁ ଆକ୍ରାନ୍ତ କରିପାରେ।

  11. 11.ବର୍ଷକ ମଧ୍ୟରେ ସୁନା ଏବଂ ରୁପା ମୂଲ୍ୟରେ ୧୨ ହଜାର ଟଙ୍କା ବୃଦ୍ଧି ଘଟିଛି। ଗତ ବର୍ଷ ଅର୍ଥାତ୍ ୨୦୨୪ ଜାନୁଆରୀ ୧ ରୁ ଡିସେମ୍ବର ୩୧ ମଧ୍ୟରେ ସୁନା ମୂଲ୍ୟରେ ୨୦.୨୨%  ବୃଦ୍ଧି ଘଟିଛି।

  12. 12.ବେଙ୍ଗାଲୁରୁରେ ସୋମବାର ଗୋଟିଏ ପରିବାରର ୨ ଶିଶୁ ସମେତ ୪ ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ହଇଚଇ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ ଅନୁପ କୁମାର ତାଙ୍କ ପତ୍ନୀଙ୍କ ସହ ୫ ଓ ୨ ବର୍ଷର ଶିଶୁ ରହିଛନ୍ତି ।

  13. 13.କଙ୍ଗନା ରାଣାଓ୍ବତଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ର ଦ୍ଵିତୀୟ ଟ୍ରେଲର ରିଲିଜ୍‌ ହୋଇଛି।

  14. 14.ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ରବିବାର (ଜାନୁୟାରୀ ୫) ଭାରତରେ ଯୋଜନା କରାଯାଇଥିବା ନ୍ୟାୟିକ ତାଲିମ କାର୍ଯ୍ୟକ୍ରମ ବାତିଲ କରିବାକୁ ଘୋଷଣା କରିଛି।

  15. 15.୨୦୨୩ରେ ସବୁଠାରୁ ଅଧିକ ପର୍ଣ୍ଣ ଦେଖିଥିବା ଦେଶ ତାଲିକାରେ ଶୀର୍ଷରେ ରହିଛି ଫିଲିପାଇନ୍ସ । ପର୍ଣ୍ଣ ଦେଖୁଥିବା ଟପ୍ ୩୦ ଦେଶ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି ।

  16. 16.ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଗୋଟିଏ ଆଧାର କାର୍ଡରେ ସର୍ବାଧିକ 9 ଟି ସିମ୍ କାର୍ଡ କ୍ରୟ କରାଯାଇପାରିବ । ଯଦି ଅଧିକ ସିମ୍ କିଣନ୍ତି ତେବେ ଆଇତ ଗତ କାର୍ଯ୍ୟାନୁଷ୍ଠାନ ନେବାର ମଧ୍ୟ ସମ୍ଭାବନା ରହିଥାଏ।

  17. 17.ବେଙ୍ଗାଲୁରୁରେ ଅଭାବନୀୟ ଘଟଣାକ୍ରମରେ ଏକ ଦମ୍ପତି ସେମାନଙ୍କ ୨ ଶିଶୁଙ୍କୁ ବିଷ ଦେଇ ମାରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। 

  18. 18.ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଏବଂ ରାଜ୍ୟପାଳ ଆର୍‌ଏନ୍‌ ରବିଙ୍କ ମଧ୍ୟରେ ପୁଣି ଥରେ ବିବାଦ ଦେଖାଦେଇଛି। ତାମିଲନାଡ଼ୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଏଥିରେ ରାଜ୍ୟପାଳ ତାଙ୍କ ପାରମ୍ପରିକ ଭାଷଣ ନଦେଇ କକ୍ଷତ୍ୟାଗ କରି ପଳାଇ ଆସିଛନ୍ତି।

  19. 19.୪୧ ଦିନ ଧରି ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ୍ ସିଂହ ଦଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଦଲେୱାଲଙ୍କ ଗ୍ଲୋମେରୁଲାର ଫିଲଟ୍ରେସନ୍ ହାର ହ୍ରାସ ପାଇଛି, ଅର୍ଥାତ୍ କିଡ୍‌ନି(ବୃକ୍‌କ) ଖରାପ ହୋଇଛି। ତାଙ୍କ ଲିଭର (ଯକୃତ)ରେ ମଧ୍ୟ ସମସ୍ୟା ଦେଖାଦେଇଛି।

  20. 20.ଏକ ସର୍ବେକ୍ଷଣ ଅନୁଯାୟୀ ଭାରତରେ ସ୍କୁଲ ଓ କଲେଜ ଯାଉଥିବା ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ ୯୪ ପ୍ରତିଶତ ଛାତ୍ରଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପଡ଼ିଛି । ତାପମାତ୍ରା ବୃଦ୍ଧି ଓ ଚରମ ପାଣିପାଗ ଘଟଣା ଯୋଗୁଁ ସେମାନଙ୍କ ଦୈନନ୍ଦିନ ଜୀବନ, ଶିକ୍ଷା ଓ ମାନସିକ ସ୍ବାସ୍ଥ୍ୟ ବ୍ୟାହତ ହୋଇଛି ବୋଲି ସେମାନେ କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.