- 1.ଆଗାମୀ ଅନେକ ଦଶନ୍ଧି ଧରି ଭାରତ ବିଶ୍ୱର ସବୁଠାରୁ ଯୁବ ଓ କୁଶଳୀ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇ ରହିବ। କୁଶଳୀ ପ୍ରତିଭା ପାଇଁ ବିଶ୍ୱର ଚାହିଦା ପୂରଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
-
2.ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହାକୁମ୍ଭ ୨୦୨୫ ଆୟୋଜନ ପାଇଁ ପ୍ରୟାଗରାଜ ପ୍ରସ୍ତୁତ।
-
3.ଉନ୍ନତ ସୁବିଧାସୁଯୋଗ ଓ ସୁରକ୍ଷା ଥିବା ଦେଶରେ ବସବାସ କରିବା ଲାଗି ୨୦୨୫ରେ ସାରା ବିଶ୍ବରୁ ୧,୪୨,୦୦୦ ଧନୀ ବ୍ୟକ୍ତି ନିଜ ଦେଶ ଛାଡ଼ିବେ। ହେନ୍ଲି ଆଣ୍ଡ୍ ପାର୍ଟନର୍ସ ପକ୍ଷରୁ ଏହି ଆକଳନ କରାଯାଇଛି। ୨୦୨୩ରେ ୧,୩୪,୦୦୦ ଧନୀ ବ୍ୟକ୍ତି ନିଜ ଦେଶ ଛାଡ଼ି ବିଦେଶ ପଳାୟନ କରିଥିଲେ।
-
4.ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି।
-
5.ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସୁପ୍ରିମ୍କୋର୍ଟ ୨୦୨୩ରେ ଏକ ରାୟରେ ମନା କରିଦେଇଥିଲେ। ଏହି ଐତିହାସିକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କରାଯାଇଥିବା ରିଭ୍ୟୁ ପିଟିସନର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ଗୁରୁବାର ମନା କରିଦେଇଛନ୍ତି।
-
6.ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଓ ଅନ୍ୟ ଦାବିକୁ ନେଇ ୨୦୨୪ ଫେବ୍ରୁଆରିରୁ ପଞ୍ଜାବ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। କେନ୍ଦ୍ର ଉପରେ ଚାପ ପକାଇବାକୁ ଚାଷୀ ନେତା ଜଗଜିତ ସିଂହ ଦଲେୱାଲ୍ଙ୍କ ଅନଶନ ୪୦ ଦିନରେ ପହଞ୍ଚିଛି।
-
7.ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗୁରୁବାର କହିଛନ୍ତି ଯେ ଚଳିତ ମାସରେ ଦେବଭୂମି ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ। ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହା ଲାଗୁ ହେବ ।
-
8.ବମ୍ବେ ହାଇକୋର୍ଟ କହିଛନ୍ତି ଯେ ବାପା-ମାଙ୍କ ଲଢେଇରେ ଝିଅକୁ ପାସପୋର୍ଟ ପାଇବା ଏବଂ ବିଦେଶ ଯାତ୍ରା କରିବାର ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। ବୁଧବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ପୁଣେ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ (ଆରପିଓ)କୁ ଦୁଇ ସପ୍ତାହ ମଧ୍ୟରେ ୧୭ ବର୍ଷୀୟା ଯୁବତୀଙ୍କୁ ପାସପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
9.ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦ୍ଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁକ୍ରବାର ୨୭ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିବେ।
-
10.ସୁଭଦ୍ରା’ ପୋର୍ଟାଲରେ ନୂଆ ବ୍ୟବସ୍ଥା,ଭୁଲରେ ଅପଟ୍ ଆଉଟ ହିତାଧିକାରୀଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି।
-
11.ମହାକୁମ୍ଭ ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡିଶାରୁ ୮ଟି ବସ୍ ଚାଲିବ, ମହିଳାଙ୍କ ପାଇଁ ୫୦ ପ୍ରତିଶତ ଡିସକାଉଣ୍ଟ ରହିଛି।
-
12.ଜଗତପୁରରେ ନକଲି ଟାୟାର ଗୋଦାମରୁ ୪୦୦୦ ହଜାର ନକଲି ଟାୟାର ଜବତ,ଗୋଦାମ ମାଲିକ ଗିରଫ।
-
13.ରାଜସ୍ଥାନ ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ ବ୍ୟାଟ୍ସମ୍ୟାନଙ୍କ କମାଲ । ଗୋଟିଏ ଓଭରରେ ୭ ଚୌକା।
-
14.ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବ୍ରେ ପରିଣତ କରାଯିବ, ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।
-
15. ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପ୍ରକାଶ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଡ୍ରେ ଅହମଦାବାଦକୁ ଆୟୋଜକ ସହର ଉଲ୍ଲେଖ କରାଯାଇଛି। ଭୁବନେଶ୍ୱରରେ ଅଲିମ୍ପିକ ହକି ଆୟୋଜନ ପାଇଁ ପ୍ରସ୍ତାବ ରହିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.