-
1.୧୮୫୦ ମସିହାରେ ରେକର୍ଡ ଆରମ୍ଭ ହେବା ପରଠାରୁ ୨୦୨୪ ବର୍ଷ ବିଶ୍ୱରେ ସବୁଠାରୁ ଉତ୍ତପ୍ତ ଥିଲା ଏବଂ ପ୍ରଥମ ଥର ପାଇଁ ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୫ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଥିଲା।
-
2.ମିଠା ଓ ସ୍ନାକ୍ସ ନିର୍ମାତା ହଳଦୀରାମର ଅଂଶଧନ କିଣିବା ପାଇଁ କେବଳ ଦେଶୀ କମ୍ପାନି ନୁହେଁ, କେତେକ ବିଦେଶୀ କମ୍ପାନି ବି ଦୌଡ଼ରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବ୍ଲାକଷ୍ଟୋନ, ଟେମାସେକ ପରି କମ୍ପାନି । ହଳଦୀରାମର ମୂଲ୍ୟ ୧୦ ବିଲିୟନ ଡଲାର (୮୫,୫୦୦ କୋଟି ଟଙ୍କାରୁ ଅଧିକ) ରୁ ଅଧିକ।
-
3.ସୂଚନା ପ୍ରଯୁକ୍ତି ଶିଳ୍ପର ଅଗ୍ରଣୀ ସଂସ୍ଥା କଗ୍ନିଜାଣ୍ଟ ଭୁବନେଶ୍ବରରେ ନିଜସ୍ବ କ୍ୟାମ୍ପସ୍ ସ୍ଥାପନ କରିବ। ବର୍ତ୍ତମାନ କମ୍ପାନିର କେନ୍ଦ୍ର ଆଚାର୍ଯ୍ୟବିହାର ନିକଟସ୍ଥ ଓଡ଼ିଶା ପ୍ରଯୁକ୍ତି କେନ୍ଦ୍ରରେ ରହିଛି।
-
4.ଭାରତର ଜିଡିପି ଅଭିବୃଦ୍ଧି ୨୦୨୫ରେ ୬.୬ ପ୍ରତିଶତ ରହିବ। ମୁଖ୍ୟତଃ ଅଧିକ ଘରୋଇ ଖର୍ଚ୍ଚ ଓ ନିବେଶ ପାଇଁ ଅର୍ଥନୀତିର ଅଭିବୃଦ୍ଧି ଏଭଳି ସ୍ତରରେ ରହିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ବିଶ୍ବ ଅର୍ଥନୈତିକ ପରିସ୍ଥିତି ଓ ସମ୍ଭାବନା ୨୦୨୫ ରିପୋର୍ଟରେ ଦର୍ଶାଯାଇଛି।
-
5.ଭାରତୀୟ ଟଙ୍କା ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚିଛି। ଜାନୁଆରୀ ୧୦, ଶୁକ୍ରବାର ଗୋଟିଏ ଡଲାର ମୂଲ୍ୟ ୮୫.୯୭ ପଇସା ଥିଲା । କ୍ରମାଗତ ଦଶମ ସପ୍ତାହ ପାଇଁ ଟଙ୍କା ଦୁର୍ବଳ ହୋଇଛି ।
-
6.ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଚିଲିକା। ସାତଦରିଆ ଡେଇଁ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଏଠାକୁ ଧାଇଁ ଆସିଛନ୍ତି। କେଉଁ ପକ୍ଷୀ କେଉଁଠାରୁ ଆସିଛନ୍ତି ତାହା ଜଣାପଡ଼ୁ ନ ଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟୁଛନ୍ତି।ଗ୍ରେଟର ଫ୍ଲେମିଙ୍ଗୋ (ଫୋନିକପ୍ଟରସ୍ ରୋଜସ୍)ଙ୍କ ଅବସ୍ଥିତି ଜାଣିବାକୁ ଦୁଇଟି ପକ୍ଷୀଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯାଇଛି।
-
7.ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ ତାରିଖରେ ମୁକ୍ତିଲାଭ କରିବ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଜୀବନୀ ଆଧାରିତ ସିନେମା ‘ପାଦେ ଆକାଶ’।
-
8.କ୍ରମାଗତ ତୃତୀୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି।
-
9.ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି।
-
10.ବିଜେଡି, ଜମ୍ମୁ-କଶ୍ମୀର ନ୍ୟାଶନାଲ କନ୍ଫରେନ୍ସ ସମେତ ୭ ରାଜନୈତିକ ଦଳ ଉକ୍ତ ବର୍ଷ ଚାନ୍ଦା ପାଇ ନ ଥିବା ଜଣାଇଛନ୍ତି।
-
11.ସୁପ୍ରିମକୋର୍ଟ କହିଛନ୍ତି ଯେ ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ର ଯେଉଁମାନେ ସଂରକ୍ଷଣ ସୁବିଧା ପାଇଛନ୍ତି ଏବଂ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତା କରିବାର ସ୍ଥିତିରେ ଅଛନ୍ତି, ସେମାନଙ୍କୁ ସଂରକ୍ଷଣ ପରିସରରୁ ବାଦ ଦିଆଯିବା ଉଚିତ କି ନାହିଁ ତାହା ସରକାର ଏବଂ ସଂସଦ ନିଷ୍ପତ୍ତି ନେବା ଉଚିତ।
-
12.ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହସ୍ ମନି ମାମଲାରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କୁ ସମସ୍ତ ୩୪ଟି ଅଭିଯୋଗରୁ ନିଃସର୍ତ୍ତ ମୁକ୍ତ କରିଛନ୍ତି। କୋର୍ଟ ମଧ୍ୟ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି।
-
13.ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍ ଡଲାରର ସହାୟତା ପ୍ରଦାନ କରିସାରିଲାଣି।
-
14.କୋଲକାତାରେ ଅନୁଷ୍ଠିତ ଏଆଇଟିଏ ୧୮ ବର୍ଷରୁ କମ୍ ସିଏସ୍୭ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଆହାନ ମିଶ୍ର ଡବଲ୍ସରେ ଚାମ୍ପିୟନ ଓ ସିଙ୍ଗଲ୍ସରେ ରନରଅପ୍ ହୋଇଛନ୍ତି।
-
15.ଭାରତର ପ୍ୟାରିସ ଅଲିମ୍ପିକ୍ସ ରୌପ୍ୟ ବିଜେତା ନୀରଜ ଚୋପ୍ରା ଆମେରିକାର ବିଶ୍ୱ ପ୍ରସିଦ୍ଧ ‘ଟ୍ରାକ୍ ଆଣ୍ଡ୍ ଫିଲ୍ଡ ନ୍ୟୁଜ୍’ ମାଗାଜିନ୍ ଦ୍ୱାରା ୨୦୨୪ ବର୍ଷ ପାଇଁ ବିଶ୍ୱର ଶ୍ରେଷ୍ଠ ପୁରୁଷ ଜାଭେଲିନ୍ ଥ୍ରୋୟର ବିବେଚିତ ହୋଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.