• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକାର ଦକ୍ଷିଣାଞ୍ଚଳରେ ପ୍ରବଳ ଶୀତଝଡ଼ ଯୋଗୁଁ ଶୁକ୍ରବାର ୩,୦୦୦ରୁ ଅଧିକ ବିମାନ ବାତିଲ ହୋଇଥିଲା ଏବଂ ହଜାର ହଜାର ବିମାନ ବିଳମ୍ବିତ ହୋଇଥିଲା
  2. 2.ଚଳିତ ବର୍ଷ ଜାନୁଆରୀ ୨୬ତାରିଖରେ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି।
  3. 3.ଦିଲ୍ଲୀ ସରକାରଙ୍କ ଦ୍ୱାରା ସମ୍ପ୍ରତି ରଦ୍ଦ ହୋଇଥିବା ଅବକାରୀ ନୀତି କାର୍ଯ୍ୟକାରିତାରେ ଅନିୟମିତତା ଯୋଗୁ ରାଜ୍ୟ ରାଜକୋଷକୁ ୨,୦୨୬ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି।
  4. 4.କୌଣସି କୋଠାକୁ ପ୍ରଦାନ କରାଯାଇଥିବା ନିର୍ମାଣ/ଦଖଲ ପ୍ରମାଣପତ୍ର ଯାଞ୍ଚ ନ କରି ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଋଣ ମଞ୍ଜୁର କରିପାରିବେ ନାହିଁ। ଏଥିସହ ଏପରି ପ୍ରମାଣପତ୍ର ପ୍ରଦାନ କରିବା ପରେ ହିଁ ସେବା ପ୍ରଦାନକାରୀ ସମ୍ପୃକ୍ତ କୋଠାକୁ ବିଦ୍ୟୁତ୍, ପାଣି ଏବଂ ସ୍ୱେରେଜ୍ ସଂଯୋଗ ଦେଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।
  5. 5.ମଧ୍ୟପ୍ରଦେଶର ଦେବାସରେ ଜଣେ ଯୁବକ ନିଜ ଲିଭ୍‌-ଇନ୍‌ ପାର୍ଟନରକୁ  ହତ୍ୟା କରି  ୬ ମାସ ପର୍ଯ୍ୟନ୍ତ  ଶବକୁ ‌ ଫ୍ରିଜ୍‌‌‌ରେ ରଖିବା ଘଟଣା ସାମ୍ନାକୁ ଆସିଛି। 
  6. 6.କେରଳରେ ଜଣେ ୧୮ ବର୍ଷୀୟା ବାଳିକା ଗତ ୫ ବର୍ଷ ମଧ୍ୟରେ ୬୪ ଜଣଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଛି।
  7. 7.ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲରେ ନେଲେ ୨୫ ହଜାର ଟଙ୍କା ମିଳିବ, ବେଆଇନ ପାର୍କିଂ ଫଟୋ ଦେଲେ ମିଳିବ କମିଶନ।
  8. 8.ପ୍ରବଳ ଶୀତଲହରୀ ସହ ଘରେ ଘରେ ଏବେ ଥଣ୍ଡା, ଜ୍ବର ଓ କାଶ । ଯଦିଓ ଏହାର କୌଣସି ଜଟିଳ ଲକ୍ଷଣ ନାହିଁ ତେବେ HMPV ଭୂତାଣୁ ଯୋଗୁଁ ଚିନ୍ତା ବଢୁଛି।
  9. 9.ପ୍ରଥମ ଥର ପାଇଁ ବୟନିକା ପକ୍ଷରୁ ଆରମ୍ଭ ହୋଇଥିତ୍ବା ରାତି ବଜାର ‘ବୟନିକା ନାଇଟ୍‌ ବଜାର’କୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି ମାତ୍ର ୩ ଦିନ ମଧ୍ୟରେ ପ୍ରାୟ ୨ କୋଟି ଟଙ୍କାର କାରବାର ହୋଇଛି।
  10. 10.ନୈତିକତା ଶିକ୍ଷା ପଦ୍ଧତି ତିଆରି  କରି ଲଣ୍ଡନ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଡ ପଙ୍କଜ କୁମାର ଜେନା।
  11. 11.ତଳମୁହାଁ ହେବାରେ ଲାଗିଛି ସେୟାର ବଜାର । ଟଙ୍କା ହରାଉଛନ୍ତି ଭାରତୀୟ ନିବେଶକ ।
  12. 12.ଆଣ୍ଡାମାନ ନିକୋବର ପୁଲିସ ନିକଟରେ ଦେଶର ସବୁଠାରୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ଜବତ କରିଥିଲା। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୩୬ ହଜାର କୋଟି ଟଙ୍କା ହେବ । ସେଗୁ଼ଡ଼ିକୁ ବିଦ୍ୟୁତ ଚାଳିତ ଶବଦାହ ଚୁଲାରେ ଜଳାଇଦିଆଯାଇଛି ।
  13. 13.୨୦୨୫ ବର୍ଷରେ ଭାରତର ଅର୍ଥନୀତି ସାମାନ୍ୟ ଦୁର୍ବଳ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକା କ୍ରିଷ୍ଟାଲିନା ଜିଓର୍ଜିଏଭା ଆଶଙ୍କା ବ୍ୟକ୍ତ କରିଛନ୍ତି।
  14. 14.ଲୋକଙ୍କ ନିଜସ୍ବ ଘର ପାଇବାର ସ୍ବପ୍ନକୁ ପୂରଣ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ, ଭାରତ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରିଚାଳିତ ହେଉଛି। ବର୍ତ୍ତମାନ ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି ଏବଂ ଏକ ମୋବାଇଲ ଆପ ପ୍ରଚଳନ କରାଯାଇଛି।
  15. 15. ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ତାଙ୍କୁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଯାଉଥିବା ନେଇ କଳ୍ପନାଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.