• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଉତ୍ତରପ୍ରଦେଶର ପ୍ରୟାଗରାଜରେ ସୋମବାର ଠାରୁ ମହାକୁମ୍ଭ ୨୦୨୫ ଆରମ୍ଭ ହୋଇଛି। ମହାକୁମ୍ଭରେ ପ୍ରବଳ ଥଣ୍ଡାର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଛି। ଅମୃତ ସ୍ନାନ କରିବା ପରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି।

  2. 2.ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା ଯୁଦ୍ଧରେ ସାମିଲ ହୋଇଛନ୍ତି।

  3. 3.ରୁଷ୍-ୟୁକ୍ରେନ ଯୁଦ୍ଧରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି ।  ଏହି ବ୍ୟକ୍ତି ଜଣକ କେରଳର ବାସିନ୍ଦା ଏବଂ ଯୁଦ୍ଧରେ ରୁଷୀୟ ସେନା ପକ୍ଷରୁ ଲଢୁଥିଲେ । 

  4. 4.କତର ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ମାଜେଦ୍‌ ଅଲ୍‌ ଅନସାରି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶାନ୍ତି ଓ ଯୁଦ୍ଧବିରତି ଚୁକ୍ତି ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। 

  5. 5.ତାମିଲ ସୁପରଷ୍ଟାର ଅଜିତ କୁମାର କିଛିଦିନ ତଳେ ଭୟାବହ ଦୁର୍ଘଟଣାର ଶିକାର ହୋଇ ମଧ୍ୟ ଦୁବାଇ ୨୪ଘଣ୍ଟା ରେସିଂ ଇଭେଣ୍ଟ-୨୦୨୫ରେ କାର ରେସିଂ୯୯୧ ବର୍ଗରେ ତୃତୀୟ ସ୍ଥାନ ଅଧିକାର କରିଥିବା ପରିଚାଳକ ସୁରେଶ ଚନ୍ଦ୍ର ସୂଚନା ଦେଇଛନ୍ତି ।

  6. 6.ଖଣିଜ ସଂପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣି ଥରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି।

  7. 7.ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୫ର ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡ ବଡ଼ ପଦକ୍ଷେପ ନେଇଛି। ଚଳିତ ଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା କରାଯିବ।

  8. 8.ମକର ସଂକ୍ରାନ୍ତି ଅର୍ଥାତ ୧୪ ଜାନୁଆରୀରେ ଶେୟାର ବଜାରରେ ସାମାନ୍ୟ ବୃଦ୍ଧି ଘଟଛି। ହେଲେ ଗତ କିଛି ଦିନ ମଧ୍ୟରେ ସେନସେକ୍ସ ଏବଂ ନିଫ୍ଟି ଉଭୟରେ ଏକ ବଡ଼ ହ୍ରାସ ଦେଖାଯାଇଛି।

  9. 9.ପ୍ରାୟ ୨ ବର୍ଷ ମଧ୍ୟରେ ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଘଟିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୬ ପଇସା ହ୍ରାସ ପାଇ ୮୬ ଟଙ୍କା ୭୦ ପଇସାରେ ପହଞ୍ଚିଛି।

  10. 10.୨୦୨୪ ଲୋକସଭା ନିର୍ବାଚନକୁ ନେଇ ମେଟା ସିଇଓ ମାର୍କ ଜୁକରବର୍ଗ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ତାଙ୍କୁ ସଂସଦୀୟ ପ୍ୟାନେଲ ପକ୍ଷରୁ ସମନ କରାଯିବ।

  11. 11ସ୍ଵଦେଶୀୟ ଜ୍ଞାନ କୌଶଳରେ ବିକଶିତ ‘ତୃତୀୟ ପିଢ଼ିର ଫାୟାର ଆଣ୍ଡ୍‌ ଫର୍‌ଗେଟ୍‌ ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍‌ ମିଶାଇଲ ‘ନାଗ ମାର୍କ ୨’ର ସୋମବାର ସଫଳ ପରୀକ୍ଷଣ କରାଯାଇଛି।

  12. 12.ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଯାତ୍ରା ମହାକୁମ୍ଭରେ ଅଶ୍ଲୀଳ ନୃତ୍ୟ ହେବନି ନିଷ୍ପତ୍ତି ନିଆଯାଇଛି।

  13. 13.ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀଙ୍କ ପ୍ରାର୍ଥନାରେ କମ୍ପୁଛି ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରି। ସ୍ନେହ, ପ୍ରେମ ଶ୍ରଦ୍ଧାର‌ ବାର୍ତ୍ତା ସହ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ପ୍ରାର୍ଥନା ଚାଲିଛି । ଗୌତମ ବୁଦ୍ଧଙ୍କ ପ୍ରତି ଆକୃଷ୍ଟ ହୋଇ ଏକାଠୀ ହେଲେ ୧୭‌ଟି ଦେଶର ପ୍ରାୟ ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ ଓ ସନ୍ନ୍ୟାସୀ।

  14. 14.କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

  15. 15.ଆଉ ଖେଳାଳିଙ୍କ ସାଙ୍ଗର ଯାଇପାରିବେନି ପତ୍ନୀ ତଥା ପରିବାର। ଗାର୍ଲଫ୍ରେଣ୍ଡମାନଙ୍କୁ ମଧ୍ୟ ଯିବାକୁ ମିଳିବନି ଅନୁମତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ହାରିବା ପରେ ଖେଳାଳିଙ୍କ ପାଇଁ ଏଭଳି କିଛି କଠୋର ନିୟମ ଆଣିବାକୁ ଯୋଜନା କରୁଛି ବିସିସିଆଇ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.