• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ‌ୟୋଲ୍‌ ଗିରଫ ହୋଇଛନ୍ତି। ରାଷ୍ଟ୍ରର ପ୍ରଥମ ରାଷ୍ଟ୍ରପତି ଭାବେ ସେ କ୍ଷମତାରେ ଥାଇ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଗିରଫ ହୋଇଛନ୍ତି। ୬୪ ବର୍ଷୀୟ ୟୁନ୍‌ଙ୍କ ବିରୋଧରେ ମହାଭିଯୋଗ ଆସିଥିଲା।

  2. 2.ଇସ୍ରାଏଲ ଏବଂ ହମାସ ୧୫ ମାସ ପାଇଁ ଗାଜାରେ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଯୁଦ୍ଧବିରତି ସମୟରେ, ହମାସ ଗାଜାରେ ବନ୍ଧକ ରଖାଯାଇଥିବା ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବ। ପ୍ରତିବଦଳରେ, ଇସ୍ରାଏଲ ମଧ୍ୟ ହମାସର ଲୋକଙ୍କୁ ମୁକ୍ତ କରିବ। ତଥାପି, ଏହି ଅସ୍ତ୍ରବିରତି ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ।

  3. 3.ରୁଷ୍ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଛି। ଏକାସାଙ୍ଗରେ ୟୁକ୍ରେନର ୧୦୦ ଟି ସ୍ଥାନରେ ଉପରେ ଆକ୍ରମଣ କରିଛି ରୁଷ ସେନା । କୃଷ୍ଣ ସାଗରର ଟିୟୁ-୯୫ ବୋମାବର୍ଷକ ବିମାନରୁ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ଏହି ଆକ୍ରମଣ କରାଯାଇଛି।

  4. 4.ବେଙ୍ଗାଲୁରୁର ଏକ ସ୍ପେଶ ଷ୍ଟାର୍ଟଅପ୍  ପିକ୍ସେଲ ବୁଧବାର ମହାକାଶରେ ଏକ ଘରୋଇ ଉପଗ୍ରହ ଉପଗ୍ରହ କନଷ୍ଟେଲେସନ ଉତକ୍ଷେପଣ କରିଛି। ଏହା ହେଉଛି ଦେଶର ପ୍ରଥମ ଘରୋଇ ଇମେଜିଂ ସାଟେଲାଇଟ୍ କନଷ୍ଟେଲେସନ। ଏଲନ ମସ୍କଙ୍କ ସ୍ପେସ ଏକ୍ସ ରକେଟ ମାଧ୍ୟମରେ କାଲିଫର୍ଣ୍ଣିଆରୁ ଏସବୁ ସାଟେଲାଇଟକୁ ପ୍ରେରଣ କରାଯାଇଛି ।

  5. 5.ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । ସରକାରୀ ଖର୍ଚ୍ଚରେ ନିଜର ଓ ନିଜ ଦଳର ସଂକେତ ହାତୀ ମୂର୍ତ୍ତି ଲଗାଇବା ବିରୋଧରେ ତାଙ୍କ ବିରୋଧରେ ରୁଜ୍ଜୁ ହୋଇଥିବା ମାମଲାକୁ  ରଦ୍ଦ କରିଛନ୍ତି କୋର୍ଟ । 

  6. 6.ବର୍ତ୍ତମାନ ସୁଦ୍ଧା ଓଡ଼ିଶା ରାଜ୍ୟରେ ୨୦୫୦ରୁ ଅଧିକ ଷ୍ଟାର୍ଟଅପ୍ ଗଠନ ହୋଇଛି।ସବୁଠୁ ଉତ୍ସାହଜନକ ବିଷୟ ହେଉଛି ୧୩୨୪ଟି ଷ୍ଟାର୍ଟଅପ୍‌ ମହିଳାଙ୍କ ନେତୃତ୍ବରେ ପରିଚାଳିତ ହେଉଛି ।

  7. 7.ଶେଷରେ କ୍ଷମା ମାଗିଲା ମେଟା ଇଣ୍ଡିଆ। ସିଇଓ ମାର୍କ ଜୁକରବର୍ଗ ଭାରତର ନିର୍ବାଚନକୁ ନେଇ ଦେଇଥିବା ବିବାଦୀୟ ବୟାନକୁ କମ୍ପାନୀ ପକ୍ଷରୁ ‘ଅନିଚ୍ଛାକୃତ ତ୍ରୁଟି’ ବୋଲି ବୁଧବାର କୁହାଯାଇଛି।

  8. 8.ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ଘଟିଛି। ଶାବକଟି ଅସୁସ୍ଥ ଥିବାରୁ ୧୨ ଜାନୁଆରି ୨୦୨୫ରୁ ସେ ଚିକିତ୍ସିତ ହେଉଥିଲା। କିନ୍ତୁ ପରେ ମୃତ୍ୟୂ ଘଟିଥିଲା।

  9. 9.ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିବ‌ା ଓଡ଼ିଆ ଅଧିକାରୀ ମାଇକେଲ୍‌ ଦେବବ୍ରତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଗତବର୍ଷ ତାଙ୍କ କାର୍ଯ୍ୟକାଳକୁ ୨୦୨୫ ଜାନୁଆରି ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

  10. 10.ଭାରତର ଅଭିବୃଦ୍ଧି ୨୦୨୪-୨୫ରେ ୬.୮ ପ୍ରତିଶତ ଓ ୨୦୨୫-୨୬ରେ ୭.୭ ପ୍ରତିଶତ ରହିଲେ ତାହା ଜାପାନକୁ ଅତିକ୍ରମ କରି ବିଶ୍ବର ଚତୁର୍ଥ ବୃହତ୍‌ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବ ବୋଲି ଶିଳ୍ପ ସଂଘ ପିଏଚ୍‌ଡିସିସିଆଇ ପୂର୍ବାନୁମାନ କରିଛି।

  11. 11.ଶିମିଳିପାଳରେ ଏକକାଳୀନ ୧୫ଜଣ ବନ୍ଧୁକଧାରୀ ପ୍ରବେଶ କରି ବିରଳ କଳାବାଘ ଶିକାର କଲେ। ହେଲେ ବନବିଭାଗ ଏହାର ଟେର୍‌ ପାଇଲାନି। ଆଉ କଳାବାଘର ଚମଡ଼ା ଜବତ ସହ ୪ ଜଣଙ୍କୁ ଗିରଫ କରି ଦୋଷ ଲୁଚାଇବାକୁ ଉଦ୍ୟମ ହୋଇଛି।

  12. 12.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ କେନ୍ଦୁଝର ଏଡିଏମ୍ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି।

  13. 13.ରାଜ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି)- ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍‌ ପ୍ରସ୍ତୁତି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

  14. 14.ଆମ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଆକ୍ରମଣ କରିବାକୁ ଏକ ଖଲିସ୍ତାନୀ ସମର୍ଥକଙ୍କ ଗୋଷ୍ଠୀ ଯୋଜନା କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ହସ୍ତଗତ ହୋଇଛି।

  15. 15.ଭାରତର ମହିଳା କ୍ରିକେଟ୍ ଦଳ ବୁଧବାର (ଜାନୁଆରୀ ୧୫) ରାଜକୋଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ତୃତୀୟ ଏକଦିବସୀୟ ମ୍ୟାଚ୍ କୁ ୩୦୪ ରନରେ ଜିତି ସିରିଜରେ ୩-୦ରେ ମୂଳ ପଛ କରିଛି.

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.