- 1.୧୪୪ ବର୍ଷ ପରେ ପଡ଼ିଥିବା ମହାକୁମ୍ଭ ମେଳାରେ ଗତ ୧୭ ଦିନ ମଧ୍ୟରେ ୧୫ କୋଟିରୁ ଅଧିକ ତୀର୍ଥଯାତ୍ରୀ ସ୍ନାନ କରିଥିବା ଉତ୍ତରପ୍ରଦେଶ ସରକାର ସୂଚନା ଦେଇଛନ୍ତି।
- 2.ଭାରତୀୟ ବାୟୁସେନା ବିଶ୍ୱର ଶ୍ରେଷ୍ଠ ୫ ଶକ୍ତିଶାଳୀ ବାୟୁସେନା ମଧ୍ୟରେ ସ୍ଥାନ ପାଇଛି। ଏହା ସହ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନର ବାୟୁସେନାର ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି।
- 3.ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଐତିହାସିକ ୧୦୦ତମ ଅଭିଯାନ ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ କାଉଣ୍ଟଡାଉନ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି।
- 4.ଶରିୟତ ପରିବର୍ତ୍ତେ ଭାରତୀୟ ଉତ୍ତରାଧିକାରୀ ଆଇନ ଅନୁଯାୟୀ ପରିଚାଳିତ ହେବା ପାଇଁ ଜଣେ ମୁସଲମାନ ମହିଳାଙ୍କ ଆବେଦନ ଉପରେ ସୁପ୍ରିମ୍କୋର୍ଟ ମଙ୍ଗଳବାର କେନ୍ଦ୍ରର ଆଭିମୁଖ୍ୟ ମାଗିଛନ୍ତି।
- 5.ମହାରାଷ୍ଟ୍ରରେ ବ୍ୟାପୁଛି ଜିବିଏସ ବ୍ୟାକ୍ଟେରିଆ । ପୁଣେ ପରେ ନାଗପୁର ଓ ଅନ୍ୟାନ୍ୟ ଜିଲ୍ଲାରୁ ୯ ରୋଗୀ ଚିହ୍ନଟ ହୋଇଛନ୍ତି ।
- 6.ଡେଲଫ୍ଟ ଦ୍ବୀପରେ ଶ୍ରୀଲଙ୍କା ନୌସେନା ଗୁଳିମାଡ଼ରେ ୫ ଜଣ ଭାରତୀୟ ମତ୍ସ୍ୟଜୀବୀ ଆହତ ହୋଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
- 7.ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ସମ୍ମିଳନୀ ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି। କନ୍କ୍ଲେଭ୍ର ପ୍ରଥମ ଦିନରେ ୫ଟି ଓ ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେଉଛି। ପ୍ରଥମ ଦିନର ଅପରାହ୍ଣ ସୁଦ୍ଧା ୫୪ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।
- 8.ସବୁଠୁ ବଡ MOU ଆଦାନୀ ଗ୍ରୁପ ସହ,ରାଜ୍ୟକୁ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ।
- 9.ଭଦ୍ରକ ଜିଲ୍ଲାର ଧାମରାରେ ପ୍ରଥମ ବିମାନ ଅବତରଣ କରିଛି। ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଜିଲ୍ଲାର ବାସୁଦେବପୁର ବ୍ଲକ୍ର ବାଲିମୁଣ୍ଡାଠାରେ ଏହି ବିମାନବନ୍ଦର ରହିଛି।
- 10.ସରକାରଙ୍କୁ ଚୂନ ଲଗାଇବାକୁ ଜାଲିଆତି। ଅର୍ଥ ହଡ଼ପ ପାଇଁ ଜୀବିତଙ୍କୁ ମାରିଦେଲେ। ନବରଙ୍ଗପୁର ଜିଲ୍ଲାର ତିନିଟି ବ୍ଲକରୁ ୧୦୧ଟି ନକଲି ମୃତ୍ୟୁ ପ୍ରମାଣପତ୍ର ଶ୍ରମ ବିଭାଗ ହାତରେ ଲାଗିଛି।
- 11.ବଳରାମ ଯୋଜନାରେ ଭୂମିହୀନ ଚାଷୀଙ୍କୁ ମିଳିବ ଫାଇଦା, ଏଣିକି ୨ଲକ୍ଷ ଟଙ୍କା ଯାଏଁ ଋଣ ପାଇବେ ।
- 12.ଏନ୍ପିସିଆଇ ତ୍ରୁଟି ଯୋଗୁଁ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିବା ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରନ୍ତୁ ବୋଲି ଉପମୁଖ୍ୟ ମନ୍ତ୍ରୀ କହିଛନ୍ତି।
- 13.ଅସୁସ୍ଥତା କାରଣରୁ ପୂର୍ବତନ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ହସ୍ପିଟାଲରେ ଭର୍ତ୍ତି ହେଲେ ।
- 14.ଭୁବନେଶ୍ୱରର ବହୁ ଚର୍ଚ୍ଚିତ ବରିଷ୍ଠ ନାଗରିକ ଦମ୍ପତି ହତ୍ୟା ମାମଲା, ୧୨ ବର୍ଷ ପରେ ଆସିଲା ରାୟ, ୪ ଅଭିଯୁକ୍ତଙ୍କୁ ଆଜୀବନ ସଜା।
- 15.୧୮-୧୯ବର୍ଷରୁ କମ୍ ମହିଳା ବିଶ୍ୱକପରେ ଗୋଙ୍ଗାଡୀ ତ୍ରିଶାଙ୍କ ବିଶ୍ୱ ରେକର୍ଡ, ସ୍କଟଲ୍ୟାଣ୍ଡ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କଲେ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.