• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆସନ୍ତା ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ -୨୦୨୫ ଉତ୍ସବରେ ପ୍ରଥମଥର ପାଇଁ କର୍ତ୍ତବ୍ୟପଥରେ ଓଡ଼ିଶାର ତିନି ଲୋକନୃତ୍ୟ ସମ୍ବଲପୁରୀ, ପଶୁମୁଖା ନୃତ୍ୟ ଓ ବାଘ ନାଚର ୩୦୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ। ବିକଶିତ ଭ‌ାରତ, ‘ବିରାସତ ଭି, ବିକାଶ ଭି’ ଓ ଏକ ଭାରତ ଶ୍ରେଷ୍ଠ ଭାରତ ଥିମ୍‌ରେ କଳାକାରମାନେ ନୃତ୍ୟ ପରିବେଷଣ କରିବେ।

  2. 2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ଦଶନ୍ଧିରେ ଦ୍ବିତୀୟ ଥର ପାଇଁ  ଆମେରିକାକୁ ପ୍ୟାରିସ୍‌  ଜଳବାୟୁ ଚୁକ୍ତିରୁ ପ୍ରତ୍ୟାହାର କରିନେଇଛନ୍ତି

  3. 3.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଚୀନ୍ ଉପରେ କଡା ପ୍ରତିବନ୍ଧକ ଲାଗୁ କରିବା ସମ୍ପର୍କରେ କହିଥିଲେ। କିନ୍ତୁ ଶପଥ ନେବା ପରେ ସେ ତୁରନ୍ତ ସେପରି କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଚୀନ୍ ତାଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ସ୍ୱାକ୍ଷରିତ ବାଣିଜ୍ୟ ଚୁକ୍ତିନାମାକୁ ଅନୁସରଣ କରୁଛି କି ନାହିଁ ତାହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

  4. 4.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ରୁ ଆମେରିକାର ସଦସ୍ୟତା ଶେଷ କରିବାକୁ ଘୋଷଣା ସହ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମାରେ ସ୍ଵାକ୍ଷର କରିଛନ୍ତି। ୨୦୨୪ ଆମେରିକାର ବିଶ୍ବ  ସ୍ଵାସ୍ଥ୍ୟ ରଣନୀତିର ସମୀକ୍ଷା କରାଯିବା ଏବଂ ଏଥିରେ ବଡ଼ ପରିବର୍ତ୍ତନ ଅଣାଯିବ ବୋଲି ଟ୍ରମ୍ପ କହିଛନ୍ତି।

  5. 5.ତୁର୍କୀର ବୋଲୁ ପର୍ବତରେ ଥିବା ଗ୍ରାଣ୍ଡ କାର୍ତାଲ ହୋଟେଲରେ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟି ୬୬ ଜଣଙ୍କ ମୃତ୍ୟୁ ଘଟିଛି।

  6. 6.ଇସ୍ରାଏଲ ଓ ହାମାସ ମଧ୍ୟରେ ଅସ୍ତ୍ରବିରତିକୁ ନେଇ ଇସ୍ରାଏଲ ସେନାରେ ଅସନ୍ତୋଷ ଦେଖିବାକୁ ମିଳିଛି। ଇସ୍ରାଏଲର ଶୀର୍ଷ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହର୍ଜି ହାଲେଭି ନିଜ ପଦରୁ ଇସ୍ତଫା ଦେଇଛନ୍ତି।

  7. 7.ରାଜ୍ୟ ବାହାରେ ଥିବା ବହୁ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା ବାହାରେ ରହୁଥିବା ମହିଳାମାନେ ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ। ନୂଆ ଆବେଦନ କରିବାକୁ ଚାହୁଁଥିବା ମହିଳାମାନେ ସୁଭଦ୍ରା ପୋର୍ଟାଲ, ସିଏସ୍‌ସି କେନ୍ଦ୍ରରେ ଏଥିପାଇଁ ଆବେଦନ କରିବେ।

  8. 8.ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ୍‌ ଘଟଣା ପରେ ଶ୍ରୀମନ୍ଦିରରେ ମୋବାଇଲ୍‌ କଟକଣା ଉପରେ ସଚେତନତା ସୃଷ୍ଟି କରାଯାଇଛି। ଚାରିଦ୍ବାରରେ ସୂଚନା ଫଳକ ଓ ପୋଷ୍ଟର୍‌ ଲଗାଯାଇଛି। ମୋବାଇଲ୍‌ ଜଗିବାକୁ ଚାରିଦ୍ବାରରେ ୪ଟି ସ୍ବତନ୍ତ୍ର ଟିମ୍‌ ନିୟୋଜିତ ହୋଇଛନ୍ତି।

  9. 9.ଆଇଏମ୍‌ଏମ୍‌ଟି ପ୍ରେକ୍ଷାଳୟରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କ ‘କମେଡି ଇନ୍‌ ଖାକି’ ପୁସ୍ତକକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି।

  10. 10.ଇଂରାଜୀ ପରେ ପ୍ରଥମ ଭାରତୀୟ ଭାଷା ଭାବେ ଓଡ଼ିଆରେ ଏମ୍‌ବିଏ ପାଠ୍ୟପୁସ୍ତକ ଉପଲବ୍ଧ ହୋଇଛି।

  11. 11.ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ୨୦୨୫-୨୬ ଶିକ୍ଷାବର୍ଷରେ ଅଙ୍ଗନାବଡ଼ିରେ ଥିବା ଶିଶୁ ବାଟିକା-୩କୁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଅଙ୍ଗନବାଡ଼ିକୁ ବିଦ୍ୟାଳୟ ସହ ଯୋଡ଼ି ଦିଆଯିବ। ଏବେ ୨୧ ହଜାର ୧୭୯ଟି ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସରେ ଅଙ୍ଗନବାଡ଼ି ରହିଛି।

  12. 12.ଫେବ୍ରୁଆରି ୧୩ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ହେବ।

  13. 13. ଦେଶର ଟେଲିକମ୍ ଟାୱାରଗୁଡ଼ିକରେ ଆରମ୍ଭ ହୋଇଥିବା ଏବଂ ଡିଜିଟାଲ ଭାରତ ନିଧି ଦ୍ୱାରା ପାଣ୍ଠି ପ୍ରାପ୍ତ ଇଣ୍ଟ୍ରା ସର୍କଲ ରୋମିଂ ସେବା ବିଶେଷ କରି ଗ୍ରାମୀଣ ଏବଂ ଦୁର୍ଗମ ଅଂଚଳରେ ଯୋଗାଯୋଗ ବ୍ୟବଧାନକୁ ଦୂର କରିବ।

  14. 14.ତେଲୁଗୁ ଚଳଚ୍ଚିତ୍ର ଶିଳ୍ପର ଅନେକ ବଡ଼ ନିର୍ମାତାମାନଙ୍କ ଘର ଏବଂ କାର୍ଯ୍ୟାଳୟରେ ମଙ୍ଗଳବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହି ତାଲିକାରେ ‘ଗେମ୍‌ ଚେଞ୍ଜର’ ଓ ‘ପୁଷ୍ପା-୨’ ନିର୍ମାତାଙ୍କ ନାମ ମଧ୍ୟ ସାମିଲ ଅଛି।

  15. 15.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରେ ଟିକ୍‌ଟକ୍‌ ବ୍ୟବହାରର ସମୟସୀମା ବଢାଇ ଦେଇଛନ୍ତି। ଚୀନ୍‌ର ସର୍ଟ ଭିଡିଓ ଶେୟାରିଂ ପ୍ଲାଟଫର୍ମ ଟିକ୍‌ଟକ୍‌ର ବ୍ୟବହାର ୭୫ ଦିନ ପାଇଁ ବୃଦ୍ଧି ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.