- 1.ଫେବ୍ରୁଆରି ୧୩ରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ଫେବ୍ରୁଆରି ୧୨ ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ. ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ।
-
2.ଚୀନର ଏଆଇ ଇଂଜିନ ଡିପସିକ୍ ଆର୍ ୧ ଏଆଇ ଲଞ୍ଚ ହେବା ମାତ୍ରେ ବିବାଦରେ ଫସିଯାଇଛି। ଆମେରିକା ସମେତ ଅନେକ ଦେଶରେ ଏହି ଏଆଇ ଟୁଲକୁ ନିଷିଦ୍ଧ କରାଯାଇଛି ।
-
3.ଗୁଗଲ୍ର ମାଲିକାନା ରଖିଥିବା ଆମେରିକୀୟ ସଂସ୍ଥା ଆଲ୍ଫାବେଟ୍ର ସେୟାର ମୂଲ୍ୟରେ ପ୍ରାୟ ୮ ପ୍ରତିଶତ ହ୍ରାସ ଘଟିବାରୁ ଗୋଟିଏ ଦିନରେ କମ୍ପାନି ୨୦,୦୦୦ କୋଟି ଡଲାର (୧୭,୫୧,୯୮୧ କୋଟି ଟଙ୍କା) ହରାଇଛି।
-
4.ଆମେରିକାରୁ ବିତାଡ଼ିତ ହୋଇଥିବା ୧୦୪ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଧରି ଆମେରିକା ସେନା ବିମାନ ସି-୧୭ ବୁଧବାର ଅମୃତସରର ଶ୍ରୀ ଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଆମେରିକା ସେନାର ତତ୍ତ୍ବାବଧାନରେ ସମସ୍ତଙ୍କୁ ହାତକଡ଼ି ବାନ୍ଧି ପଠାଯାଇଥିଲା।
-
5.ନୂଆ ଆୟକର ବିଲ୍ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ବଜେଟ୍ରେ ଉଲ୍ଲେଖ କରିଥିଲେ। ଶ୍ରୀ ପାଣ୍ଡେ ସ୍ପଷ୍ଟ କରିଛନ୍ତି ଯେ ବଜେଟ୍ରେ ଆୟକର ସ୍ଲାବ୍ରେ ହୋଇଥିବା ପରିବର୍ତ୍ତନ, ଛାଡ଼, ରିହାତି, ଟିଡିଏସ୍କୁ ନେଇ ହୋଇଥିବା ଘୋଷଣା ରହିବ।
-
6.ଅର୍ଥ କମିସନଙ୍କ ନିକଟରେ ହୋଇଥିବା ଦାବି ରାଜ୍ୟ ସରକାରଙ୍କ ୨୦୨୬-୨୦୩୧ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଏହା ପ୍ରତିଫଳିତ ହେବାର ଆଶା ରହିଛି ବୋଲି ଅର୍ଥ ବିଶେଷଜ୍ଞ ମତପୋଷଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅର୍ଥ କମିସନଙ୍କ ନିକଟରେ ମୋଟ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଛି
-
7.ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ। କମିସନରେଟ ପୁଲିସ ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ କରିବ।
-
8.୨୦୧୭-୨୦୨୨ ମଧ୍ୟରେ ବାୟୁସେନା ୩୪ଟି ବିମାନ ଦୁର୍ଘଟଣା ରେକର୍ଡ କରିଛି। ୨୦୧୭-୧୮ରେ ବାୟୁସେନାର ୮ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୨୦୧୮-୧୯ରେ ୧୧ଟି ଦୁର୍ଘଟଣା ହୋଇଥିଲା,
-
9.ଚଳିତ ବର୍ଷର ପ୍ରଥମ ମାସରେ ରାଜ୍ୟରେ ୬୯,୫୭୯ଟି ଗାଡ଼ି ବିକ୍ରି ହୋଇଛି। ୨୦୨୪ ଜାନୁଆରିରେ ହୋଇଥିବା ୬୮,୦୨୪ ଗାଡ଼ି ବିକ୍ରି ତୁଳନାରେ ଏହା ୨.୨୯ ପ୍ରତିଶତ ଅଧିକ ବୋଲି ଅଟୋମୋବାଇଲ୍ ଡିଲର୍ଙ୍କ ସର୍ବଭାରତୀୟ ମହାସଂଘ ଏଫ୍ଏଡିଏ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।
-
10.ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏଁ ମାଟ୍ରିକ ପରୀକ୍ଷା,ମାର୍ଚ୍ଚ ୧୯ରୁ ଖାତାଦେଖା ଆରମ୍ଭ ହେବ ।
-
11.ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୭୬୭ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତିପତ୍ର ପାଇବେ ।
-
12.ସତ୍ୟବାଦୀ ବକୁଳ ବନର ହେବ ପୁନରୁଦ୍ଧାର ଓ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦେଇଛନ୍ତି ।
-
13.‘ଚନ୍ଦ୍ରଯାନ-୪’କୁ ଲଞ୍ଚ୍ କରିବାକୁ ପ୍ରସ୍ତୁତି ଚଳାଇଛି ଭାରତ। ୨୦୨୭ରେ ଲଞ୍ଚ୍ ହେବ ‘ଚନ୍ଦ୍ରଯାନ ଅଭିଯାନ ୪’। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ। ଏହି ମିଶନ ମାଧ୍ୟମରେ ଚନ୍ଦ୍ରରପୃଷ୍ଠର ଚଟାଣର ନମୁନା ପୃଥିବୀକୁ ଅଣାଯିବ।
-
14.ଇଂଲଣ୍ଡକୁ ପ୍ରଥମ ଦିନିକିଆରେ ୪ ଓ୍ବିକେଟରେ ହରାଇଲା ଭାରତ । ନାଗପୁରର ଭିସିଏ ଷ୍ଟାଡିୟମରେ ଇଂଲଣ୍ଡ ପ୍ରଥମ ବ୍ୟାଟିଂ ଚୟନ କରି ୪୭.୫ ଓଭରରେ ୨୪୮ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ୩୮.୪ ଓଭରରେ ୬ ଓ୍ବିକେଟ ହରାଇ ଲକ୍ଷ୍ୟକୁ ହାସଲ କରି ବିଜୟ ଲାଭ କରିଥିଲା ।
-
15.ଆସନ୍ତା ୧୧ତାରିଖରୁ ଢେଙ୍କାନାଳ ଯୋରନ୍ଦା ମେଳା ଆରମ୍ଭ ହେବ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.