• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରବିବାର ଏକ୍ସ’ରେ କହିଛନ୍ତି, ରୁଷିଆ ରାତିଅଧିଆ ୨୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍‌ ଆକ୍ରମଣ କରିଛି। ପ୍ରତିଦିନ ୟୁକ୍ରେନୀୟ ନାଗରିକ ‘ଆକାଶମାର୍ଗରୁ ଆତଙ୍କ’କୁ ସାମ୍ନା କରୁଛନ୍ତି। 

  2. 2.ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏକ ରିପୋର୍ଟରୁ ଜଣାପଡିଛି ଯେ USAID 2023-24 ରେ 750 ମିଲିୟନ ଆମେରିକୀୟ ଡଲାର ପାଣ୍ଠି ମିଳିଛି।

  3. 3.ଏବର୍ଷ ମୋଟ ୬ଲକ୍ଷ ୯୮ହଜାର ୭୧୮ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ପୂର୍ବରୁ କେବେ ଏତେସଂଖ୍ୟକ କଇଁଛ ଓଡ଼ିଶା ଉପକୂଳରେ ଅଣ୍ଡାଦାନ କରି ନଥିଲେ। ୨୦୨୨-୨୩ରେ ୬ ଲକ୍ଷ ୩୭ ହଜାର କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ଏହି ରେକର୍ଡ ଭାଙ୍ଗିଛି।

  4. 4.ପଶ୍ଚିମ ଆଫ୍ରିକୀୟ ଦେଶଗୁଡ଼ିକୁ ରପ୍ତାନି ହେଉଥିବା ଯନ୍ତ୍ରଣା ଉପଶମକାରୀ ଔଷଧରେ ଅଣଅନୁମୋଦିତ କମ୍ବିିନେଶନ (ମିଶ୍ରଣ) ଯୋଗୁ ସେଠାରେ ଓପିଓଇଡ୍‌ ସଙ୍କଟ ବଢ଼ାଉଥିବା ଖବର ପ୍ରକାଶ ପାଇଥିଲା। ଫଳରେ ଟାପେଣ୍ଟାଡୋଲ୍‌ ଏବଂ କାରିସୋପ୍ରୋଡୋଲ୍‌ ଔଷଧର ସମସ୍ତ କମ୍ବିନେଶନର ଉତ୍ପାଦନ ଓ ରପ୍ତାନିକୁ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ବନ୍ଦ କରିଛନ୍ତି।

  5. 5.ଆମେରିକାରୁ ୪ର୍ଥ ପର୍ଯ୍ୟାୟରେ ବହିଷ୍କୃତ ହୋଇଥିବା ୧୨ ଜଣ ବେଆଇନ ପ୍ରବାସୀ ଭାରତୀୟ ରବିବାର ନୂଆଦିଲ୍ଲୀରେ ପହଞ୍ଚତ୍ଛନ୍ତି। ସେମାନେ ପାନାମା ଦେଇ ଭାରତ ଆସିଛନ୍ତି। ପୂର୍ବରୁ ୩ ପର୍ଯ୍ୟାୟରେ ଆମେରିକାରୁ ସିଧାସଳଖ ୩୩୫ ଜଣ ବେଆଇନ ପ୍ରବାସୀ ଭାରତ ଫେରିଥିଲେ।

  6. 6.ଦେଶରେ ପ୍ରଥମ ଥର ଇ-ଏଫଆଇଆର ପଞ୍ଚିକୃତ ହୋଇଛି। ଜମ୍ମୁ ଏବଂ କ୍‌ଶ୍ମିର ପୋଲିସ ହୱାଟସଆପ ମାଧ୍ୟମରେ ଦେଶର ପ୍ରଥମ ଇ-ଏଫଆଇଆର ପଞ୍ଜିକରଣ କରିଛି।

  7. 7.ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ୍‌ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ୫୮ ହଜାର କୋଟି ଟଙ୍କାରୁ ଅଧିକ ଟିକସ ଜମା କରାଯାଇଛି। ଏହାର ଅର୍ଥ ହେଉଛି ପ୍ରତି ଘଣ୍ଟାରେ ଗ୍ରୁପ୍‌ ୬.୬୩ କୋଟି ଟଙ୍କାର ଟିକସ ପୈଠ କରିଛି।

  8. 8.କୋରାପୁଟ ଜିଲା ଜୟପୁରର ରତ୍ନାକର ପଟ୍ଟନାୟକ ଭାରତର ପ୍ରମୁଖ ରଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂଆ ପରିଚାଳନା ନିର୍ଦ୍ଦେଶକ ଭାବେ ନିକଟରେ ମନୋନୀତ ହୋଇଛନ୍ତି।

  9. 9.ଦୁର୍ନୀତି ନିବାରଣ ଆଇନ ବଳରେ ରୁଜୁ ହେଉଥିବା ସବୁ ମାମଲାରେ ପ୍ରାଥମିକ ତଦନ୍ତ ବାଧ୍ୟତାମୂଳକ ନୁହେଁ। ଏପରି କି ପ୍ରାଥମିକ ତଦନ୍ତ ଅଭିଯୁକ୍ତଙ୍କ ନ୍ୟସ୍ତ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।

  10. 10.ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ (ADR)ର ରିପୋର୍ଟ ଅନୁଯାୟୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ମୋଟ ସମ୍ପତ୍ତି 931 କୋଟି ଟଙ୍କା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପତ୍ତି ସବୁଠାରୁ କମ। ମମତା ବାନାର୍ଜୀ ଦେଇଥିବା ସମ୍ପତ୍ତି ବିବରଣୀ ଅନୁସାରେ, ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୫.୩୮ ଲକ୍ଷ ଟଙ୍କା।

  11. 11.ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି ଅପେକ୍ଷାରେ ଥିବା କୃଷକମାନଙ୍କ ପାଇଁ ଖୁସିଖବର। ହୋଲି ପୂର୍ବରୁ ଆପଣଙ୍କ ଖାତାରେ ୨୦୦୦ ଟଙ୍କା ଜମା ହୋଇଯିବ। ଫେବୃଆରୀ ୨୪ରେ ଏହି ଟଙ୍କା ମିଳିବ।

  12. 12.ଗତ ୧୫ ବର୍ଷ ମଧ୍ୟରେ ରାଜ୍ୟରେ ମଞ୍ଜୁର ହୋଇଥିବା ସର୍ବାଧିକ ବୃହତ୍ ଶିଳ୍ପରୁ ୨୨୦ଟି ପ୍ରକଳ୍ପ ଖୋର୍ଦ୍ଧାକୁ ମିଳିଛି। ଏହା ପଛକୁ ଯାଜପୁରକୁ ୯୯ଟି, ସୁନ୍ଦରଗଡ଼କୁ ୮୧ଟି ଓ କଟକକୁ ୬୦ଟି ପ୍ରକଳ୍ପ ମିଳିଛି।

  13. 13.ବିଦେଶୀ ନିବେଶକମାନଙ୍କ ଦ୍ବାରା ପାଣ୍ଠି ପ୍ରତ୍ୟାହାର। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ସେମାନେ ଭାରତରୁ ଲକ୍ଷେ କୋଟି ଟଙ୍କାରୁ ଅଧିକ ପ୍ରତ୍ୟାହାର କରିଛନ୍ତି।

  14. 14.ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଦମ୍‌ଦାର ପ୍ରଦର୍ଶନ କରିଛି। ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ।

  15. 15.ପାକିସ୍ତାନ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍‌ରେ ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଏକାଧିକ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆ କ୍ରିକେଟରେ ୧୪,୦୦୦ ରନ୍‌ ପୂରଣ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.