-
1.ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ସହରର ଲୋକଙ୍କୁ ଏହି ବସ୍ ସେବା ଯୋଗାଇ ଦିଆଯିବ ବୋଲି କ୍ରୁଟର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି।
-
2.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍ଏଲ୍ସିଏ)ଙ୍କ ୪୦ତମ ବୈଠକରେ ୧,୬୫,୩୦୩ କୋଟି ଟଙ୍କାର ୧୦ଟି ନିବେଶ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୫୧,୯୩୯ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
-
3.ବେଦାନ୍ତ ପକ୍ଷରୁ ରାୟଗଡ଼ାରେ ୬ ନିୟୁତ ଟନ୍ ବିଶିଷ୍ଟ ଆଲୁମିନା ରିଫାଇନାରି ଓ ୧.୨ ନିୟୁତ ଟନ୍ ବିଶିଷ୍ଟ ଆଲୁମିନିୟମ୍ ସ୍ମେଲଟର୍ ସ୍ଥାପନ କରିବାରେ ୯୧,୫୨୮କୋଟି ଟଙ୍କା ନିବେଶ କରାଯିବ। କେନ୍ଦୁଝରରେ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ୩୫ ହଜାର କୋଟି ଟଙ୍କା ନିବେଶରେ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ବସାଇବ। ଓଡ଼ିଶା ଥର୍ମାଲ୍ ଏନର୍ଜି ଲିମିଟେଡ୍ କଟକରେ ୧୮,୪୫୦ କୋଟି ଟଙ୍କା ନିବେଶ କରି ଏକ ୨୪୦୦ ମେଗାୱାଟ୍ର ଥର୍ମାଲ୍ ପାୱାର୍ ପ୍ଲାଣ୍ଟ ସ୍ଥାପନ କରିବ।
-
4.ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ଗତ ଦୁଇ ବର୍ଷ ମଧ୍ୟରେ ମୋଟ ୪୫ କୋଟି ଟଙ୍କା (୪୫୪,୬୭୨,୩୪୭.୨୪ ଟଙ୍କା)ରୁ ଅଧିକ କ୍ଷତି କରିଛି ବୋଲି ଗୁରୁବାର ରାଜ୍ୟ ବିଧାନସଭାରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ପ୍ରଦାନ କରିଛନ୍ତି।
-
5.ଏହି ଦଶନ୍ଧିରେ ଭାରତୀୟ ଅର୍ଥନୀତି ଦ୍ବିଗୁଣିତ ହୋଇଛି ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପକ୍ଷରୁ କୁହାଯାଇଛି। ୨୦୧୫ରେ ଭାରତୀୟ ଅର୍ଥନୀତି ପରିମାଣ ୨.୧ ଟ୍ରିଲିୟନ (ଲକ୍ଷ କୋଟି) ଡଲାର ଥିଲା। ୨୦୨୪ ସୁଦ୍ଧା ତାହା ୧୦୫ ପ୍ରତିଶତ ବୃଦ୍ଧି ପାଇ ୪.୩ ଲକ୍ଷ କୋଟି ଡଲାରରେ ପହଞ୍ଚିଛି।
-
6.ଗୁରୁବାର (୨୭ ମାର୍ଚ୍ଚ) ସକାଳେ ଇଜିପ୍ଟର ଲୋହିତ ସାଗରର ହୁରଘାଡା ସହର ଉପକୂଳରେ ଏକ ପର୍ଯ୍ୟଟନ ବୁଡ଼ାଜାହାଜ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁକୁ ନିଶ୍ଚିତ କରାଯାଇଛି । ଏହି ୬ ଜଣଯାକ ରୁଷ ନାଗରିକ ବୋଲି ଜଣାପଡିଛି । ତେବେ କାଇରୋରେ ଥିବା ରୁଷ ଦୂତାବାସ ପକ୍ଷରୁ ଏପର୍ଯ୍ୟନ୍ତ ୪ ରୁଷ ନାଗରିକଙ୍କ ମୃତ୍ୟୁକୁ ସୁନିଶ୍ଚିତ କରାଯାଇଛି ।
-
7.ସାରା ରାଜ୍ୟରେ ପୁଣିଥରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଆସନ୍ତା ୩ ଦିନ ମଧ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ।
-
8.ଆର୍ଥିକ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡ଼ିକର ଏକ ତାଲିକା ଜାରି ହୋଇଛି। ଶ୍ରେଷ୍ଠ ଚାରିଟି ରାଜ୍ୟ ଭିତରେ ଓଡ଼ିଶା ରହିଛି। ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସହିତ ଓଡ଼ିଶା ‘ଆଉଟ୍ପରଫର୍ମର’ (ଶ୍ରେଷ୍ଠ ପ୍ରଦର୍ଶନକାରୀ) ବର୍ଗରେ ରହିଛି। ୧୫ଟି ରାଜ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟକୁ କେୟାରଏଜ୍ ରେଟିଂସ୍ ପକ୍ଷରୁ ଜାରି କରାଯାଇଛି।
-
9.ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ସକାଳ ସାତ ଘଟିକାରୁ ୧୦ ଘଟିକା ଏବଂ ସନ୍ଧ୍ୟା ପାଞ୍ଚ ଘଟିକାରୁ ଆଠ ଘଟିକା ମଧ୍ୟରେ ବଣ୍ଟନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
-
10.ହମାସ ପାଲେଷ୍ଟାଇନର ଗାଜା ଷ୍ଟ୍ରିପକୁ ପାଲେଷ୍ଟାଇନୀ କର୍ତ୍ତୃପକ୍ଷ (ପିଏ)କୁ ହସ୍ତାନ୍ତର କରିବାକୁ ରାଜି ହୋଇଛି। ସ୍କାଏ ନ୍ୟୁଜ୍ ଆରବିୟାର ଏକ ରିପୋର୍ଟରେ ଏହି ଦାବି କରାଯାଇଛି।
-
11.ଇସ୍ରାଏଲୀ ସେନାର କାର୍ଯ୍ୟାନୁଷ୍ଠାନ ଏତେ ଭୟଙ୍କର ଯେ, ପ୍ରାୟ ୪୦ ହଜାର ପାଲେଷ୍ଟାଇନୀ ଜେନିନ୍ ଶରଣାର୍ଥୀ ଶିବିର ଏବଂ ୱେଷ୍ଟବ୍ୟାଙ୍କର ତୁଲକାରମ୍ ସହରରୁ ନିଜ ଭିଟାମାଟି ଛାଡିଛନ୍ତି। ଇସ୍ରାଏଲୀ ସେନା ଖାଲି ହୋଇଥିବା ବସ୍ତିଗୁଡ଼ିକୁ କବଜା କରିନେଇଛି ଏବଂ ସେଠାରେ ପାଣି, ରାସ୍ତା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାଗୁଡ଼ିକୁ ନଷ୍ଟ କରୁଛି।
-
12.ଗତ ତିନି ବର୍ଷ ମଧ୍ୟରେ ରାଜ୍ୟର ସ୍କ୍ରାପ୍ ନୀତି ଅନୁଯାୟୀ ୧୫ ରୁ ୨୦ ବର୍ଷ ପୁରୁଣା ମୋଟ ୨,୮୬୮ଟି ଯାନକୁ ସ୍କ୍ରାପ୍ କରାଯାଇଛି।
-
13.ଏଚ୍ଆଇଭି ନିବାରଣ ଏବଂ ଚିକିତ୍ସା କାର୍ଯ୍ୟକ୍ରମ ପାଇଁ ଅନ୍ତର୍ଜାତୀୟ ପାଣ୍ଠିରେ ହ୍ରାସ ଘଟିଲେ ୨୦୩୦ ସୁଦ୍ଧା ୧ କୋଟିରୁ ଅଧିକ ସଂକ୍ରମଣ ଏବଂ ପ୍ରାୟ ୩୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିପାରେ ବୋଲି ଲାନସେଟ ଏଚ୍ଆଇଭି ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ ଏହା କୁହାଯାଇଛି।
-
14.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ରଖିଥିବା ତଥ୍ୟ ଅନୁଯାୟୀ, ମାଲକାନଗିରିରେ ସର୍ବାଧିକ ଦାରିଦ୍ର୍ୟ ହାର ୪୫.୦୧ ପ୍ରତିଶତ ରହିଥିବାବେଳେ ରାୟଗଡାରେ ୩୪.୦୩, ନବରଙ୍ଗପୁରରେ ୩୩.୪୫ ଓ କୋରାପୁଟରେ ୩୩.୫୪ ପ୍ରତିଶତ ରହିଛି। ତେବେ ପୁରୀରେ ସର୍ବନିମ୍ନ ଦାରିଦ୍ର୍ୟ ହାର ହାର ୩.୨୯ ଓ ଖୋର୍ଦ୍ଧା ଜିଲାରେ ୩.୯୫ ପ୍ରତିଶତ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ତଥ୍ୟରୁ ଜଣାଯାଇଛି।
-
15.ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷଠାରୁ ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ ହେବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
