• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କେନ୍ଦ୍ର ସରକାର ଘରୋଇ ଏଲ୍‌ପିଜି ଦର ୫୦ ଟଙ୍କା ବଢ଼‌ାଇଛନ୍ତି। ଉଭୟ ସାଧାରଣ ଗ୍ରାହକ ଏବଂ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କ ପାଇଁ ଦର ବୃଦ୍ଧି କରାଯାଇଛି। ଚଳିତ ମାସ ୮ ତାରିଖ (ମଙ୍ଗଳବାର)ଠାରୁ ଏହାକୁ ଲାଗୁ କରାଯିବ। 

  2. 2.ନୂଆ ଡିଜାଇନର ୧୦ ଓ ୫୦୦ ଟଙ୍କିଆ ନୋଟ୍ ଆସିବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମହାତ୍ମା ଗାନ୍ଧୀ ସିରିଜର ନୋଟରେ ପରିବର୍ତ୍ତନ କରି ନୂଆ ୧୦ ଓ ୫୦୦ ଟଙ୍କିଆ ନୋଟ୍ ଜାରି କରିବାକୁ ଘୋଷଣା କରିଛି। 

  3. 3.୨୦୨୩-୨୪ ଆର୍ଥିକ ବର୍ଷରେ  ବିଜେପି  ନିର୍ବାଚନୀ ଚାନ୍ଦାରେ ସର୍ବାଧିକ ଲାଭବାନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ୮୩୫୮ଟି ଦାନରୁ ୨୨୪୩.୯୪୭ କୋଟି ଟଙ୍କା ପାଇଥିବା ଘୋଷଣା କରିଛି। କଂଗ୍ରେସ ୧୯୯୪ଟି ଦାନରୁ ୨୮୧.୪୮ କୋଟି ଟଙ୍କା ଚାନ୍ଦା ପାଇ ଦ୍ୱିତୀୟ ସ୍ଥାନରେ ରହିଛି। 

  4. 4.ମଣିପୁରର ଥୋବାଲ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ମୁସଲମାନବହୁଳ ଲିଲୋଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଷେଧାଦେଶ ଜାରି କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ପ୍ରାୟ ୭ ହଜାର ଲୋକଙ୍କ ଭିଡ଼ ଲାଠି ଓ ପଥର ଧରି ଲିଲୋଙ୍ଗ ମାମେଇର ମହମ୍ମଦ ଅସ୍କର ଅଲିଙ୍କ ଘରକୁ ଘେରି ଯାଇଥିଲେ ଏବଂ ପଶି ନିଆଁ ଲଗାଇ ଦେଇଥିଲେ। 

  5. 5.ବାରାଣସୀର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ୭ ଦିନ ମଧ୍ୟରେ ୨୩ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। 

  6. 6.ପୂର୍ବତଟ ରେଳପଥ ୨୦୨୪-୨୫ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରି ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରିଛି । ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ସଫଳତାର ସହିତ ମୋଟ୨୮୧.୫ କିଲୋମିଟର ନୂତନ ରେଳ ଲାଇନ ଏବଂ ମଲ୍ଟି-ଟ୍ରାକିଂ ସଂଯୋଗ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ୧୮୭.୨ କିଲୋମିଟର ତୁଳନାରେ ୫୦% ବୃଦ୍ଧି ହାସଲ କରିଛି।

  7. 7.ଭାରତୀୟ ସେୟାର୍‌ ବଜାର ପାଇଁ ଆଜିର ସୋମବାର କଳା ସୋମବାର ସାବ୍ୟସ୍ତ ହୋଇଛି। କାରଣ ବିଏସ୍‌ଇ ଏବଂ ଏସ୍‌ଇ ସେନ୍‌ସେକ୍ସ ୨୫୬୪.୭୪ ପଏଣ୍ଟରୁ ଅଧିକ ହ୍ରାସ ପାଇ ୭୨,୭୯୯.୯୫ରେ ପହଞ୍ଚିଛି।

  8. 8.ସମ୍ପ୍ରତି ଚାଇନାରେ ସାମାଜିକ ଚାପର ମୁକାବିଲା ପାଇଁ ଛଦ୍ମ ବିବାହର ଧାରା ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ଚାଇନାର ଚେଙ୍ଗଦୁ ସହରର କାଓ ମେଇ ନାମ୍ନୀ ଜଣେ ଯୁବତୀ ଗତ ୭ ବର୍ଷ ମଧ୍ୟରେ ୨୦ ଥର ଛଦ୍ମ ବିବାହ କରିଛନ୍ତି। ନକଲି ବିବାହର ଅଭିନୟ ପାଇଁ କାଓ ଦୈନିକ ୨୦୦ ଡଲାର(ପ୍ରାୟ ୧୭ ହଜାର) ପର୍ଯ୍ୟନ୍ତ ରୋଜଗାର କରନ୍ତି ବୋଲି ଦାବି କରିଛନ୍ତି।

  9. 9. ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ଓଡ଼ିଶାକୁ ୩୦,୫୯୫ କୋଟି ଟଙ୍କାର ନିବେଶ ଆଣିବାରେ ସକ୍ଷମ ହୋଇଛନ୍ତି। ଏହି ନିବେଶ ଜରିଆରେ ୪୮,୩୯୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 

  10. 10.ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଏହା ଦ୍ବାରା ତାତିରୁ ସାମୟିକ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି।

  11. 11. ପରମାଣୁ କାର୍ଯ୍ୟକ୍ରମକୁ ନେଇ ଏବେ ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ତିକ୍ତତା ଚରମରେ ପହଞ୍ଚିଛି ଏବଂ ଯେ କୌଣସି ମୁହୂର୍ତ୍ତରେ ଏହା ଯୁଦ୍ଧର ରୂପ ନେଇପାରେ। ଏଭଳି ସ୍ଥିତିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନି ଦେଶର ସଶସ୍ତ୍ର ବାହିନୀକୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  12. 12.ଆମେରିକାର ଶୁଳ୍କ ନୀତି ଯୋଗୁଁ ଗତ କିଛି ଦିନ ଧରି ବିଶ୍ୱ ବଜାରରେ ଅସ୍ଥିରତା ଦେଖାଦେଇଛି। ଭାରତର ଷ୍ଟକ ବଜାରରେ ଅସ୍ଥିରତା ଦେଖାଦେଇଛି । ଟ୍ରମ୍ପଙ୍କ ଅର୍ଥନୈତିକ ପରାମର୍ଶଦାତା କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଚୀନ୍ ବ୍ୟତୀତ ଅନ୍ୟ ସମସ୍ତ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କ ଉପରେ ୯୦ ଦିନର ସ୍ଥଗିତ ରଖିବାକୁ ବିଚାର କରୁଛନ୍ତି।

  13. 13. ସେନସେକ୍ସ ୨୨୨୭ ପଏଣ୍ଟ (୨.୯୫ ପ୍ରତିଶତ) ଖସି ୭୩,୧୩୭ ପଏଣ୍ଟରେ ବନ୍ଦ ହୋଇଥିବାବେଳେ ନିଫ୍‌ଟି ୭୪୨ ପଏଣ୍ଟ (୩.୨୪ ପ୍ରତିଶତ) ହ୍ରାସ ପାଇ ୨୨,୧୬୧ ପଏଣ୍ଟରେ ବନ୍ଦ ହୋଇଛି। ପ୍ରାୟ ସବୁ କ୍ଷେତ୍ରର କମ୍ପାନି ସେୟାର ମୂଲ୍ୟ ହ୍ରାସ ପାଇଛି। ଏଥିଯୋଗୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ଗୋଟିଏ ଦିନରେ ୧୪ ଲକ୍ଷ ଟଙ୍କା ‌ଧୋଇଯାଇ ୩୮୯ ଲକ୍ଷ କୋଟି ଟଙ୍କାରେ ରହିଛି।

  14. 14.ଆମେରିକାର ୩୪% ପାରସ୍ପରିକ ଶୁଳ୍କ ଜବାବରେ ଚାଇନା ସମାନ ପରିମାଣର ଜବାବୀ ଶୁଳ୍କ ଲଗାଇଥିଲା। ବେଜିଂ ଏହି ଟାରିଫ୍‌ ଘୋଷଣା କରିବାର ୨୪ ଘଣ୍ଟା ନ ପୂରୁଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନା ସାମଗ୍ରୀ ଉପରେ ଅତିରିକ୍ତ ୫୦% ଶୁଳ୍କ ଲଗାଯିବା ନେଇ ସୋମବାର ଘୋଷଣା କରିଛନ୍ତି।

  15. 15.ମେଟା-ମାଲିକାନାଧୀନ ପ୍ଲାଟଫର୍ମ ହ୍ୱାଟସଆପ୍ ଏକ ନୂତନ ଫିଚର ଆଣିଛି ଯାହା ୟୁଜରମାନଙ୍କୁ ସେମାନଙ୍କର ଷ୍ଟାଟସ୍ ଅପଡେଟରେ ଗୀତ ଯୋଡ଼ିବାକୁ ଅନୁମତି ଦେବ। ଏହି ଫିଚର, ଯାହା ପୂର୍ବରୁ ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ଭଳି ଅନ୍ୟ ପ୍ଲାଟଫର୍ମରେ ଉପଲବ୍ଧ ଥିଲା, ଏବେ ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.