-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ ସମୃଦ୍ଧ, ସାଂସ୍କୃତିକ ଐତିହ୍ୟ ଏବଂ ଅବଦାନକୁ ମନେପକାଇବାର ଦିନ।
-
2.ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ଭାରତର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ତାଲିକାର ସର୍ବାଗ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିଥିବା ବେଳେ ୧୦୦ତମ ସ୍ଥାନରେ ଅଭିନେତ୍ରୀ ଆଲିଆ ଭଟ୍ଟ ଅଛନ୍ତି। ଦ୍ବତୀୟ ସ୍ଥାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ତୃତୀୟ ସ୍ଥାନରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ରହିଛନ୍ତି।
-
3.ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ ଆଜି ଉତ୍ତରପ୍ରଦେଶ ସରକାର ଏବଂ ପ୍ରୟାଗରାଜ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଉତ୍ତରପ୍ରଦେଶ ସରକାରକୁ ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଉଚ୍ଛେଦ ଅଭିଯାନ ଅସାମ୍ବିଧାନିକ ଏବଂ ଅମାନବୀୟ।
-
4.ଲୋକସଭାରେ ୱକଫ୍ ସଂଶୋଧନ ବିଲ୍ ପ୍ରଶ୍ନକାଳ ପରେ ମଧ୍ୟାହ୍ନ ୧୨ଟାରେ ଉପସ୍ଥାପନ କରାଯିବ। ବାଚସ୍ପତି ଓମ୍ ବିର୍ଲା ଏ ନେଇ ୮ ଘଣ୍ଟା ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।
-
5.ଜାତିସଂଘ ଓ ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନର ନିଖୋଜ ଥିବା ୧୫ ସ୍ୱେଚ୍ଛାସେବୀ ସଦସ୍ୟଙ୍କ ମୃତଦେହ ଦକ୍ଷିଣ ଗାଜା ଷ୍ଟ୍ରିପ୍ର ଏକ ଗଣକବରରୁ ଉଦ୍ଧାର କରାଯାଇଛି। ଇସ୍ରାଇଲ ସେନା ସେମାନଙ୍କୁ ଗୁଳି କରି ହତ୍ୟା କରିବାପରେ ଗୋପନରେ କବର ଦେଇଥିଲା
-
6.ଜାପାନରେ ‘ମେଗାକ୍ବେକ୍’ (ପ୍ରଳୟଙ୍କରୀ ଭୂକମ୍ପ) ଓ ପରବର୍ତ୍ତୀ ସୁନାମି ଯୋଗୁଁ ୨,୯୮,୦୦୦ ଲୋକଙ୍କ ମୃତ୍ୟୁ ହୋଇପାରେ ଏବଂ ୨ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ କ୍ଷୟକ୍ଷତି ହୋଇପାରେ ବୋଲି ସରକାର ସୋମବାର ଏକ ନୂତନ ଆକଳନରେ କହିଛନ୍ତି।
-
7.ଚଳିତ ବର୍ଷ ମାର୍ଚ୍ଚରେ ଓଡିଶା ରାଜ୍ୟରେ ୫୮୦୯ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ହୋଇଛି। ୨୦୨୪ ମାର୍ଚ୍ଚରେ ହୋଇଥିବା ୫୧୦୯ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଏହା ୧୪ ପ୍ରତିଶତ ଅଧିକ।
-
8.ତଥ୍ୟ ଅନୁଯାୟୀ ୨୦୨୨-୨୩ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ସଂଖ୍ୟା ୮୦ ଲକ୍ଷ ୨୦ ହଜାର ୭୬୩ ଥିଲା। ୨୦୨୩-୨୪ରେ ତାହା ୧ କୋଟି ୪୧ ଲକ୍ଷ ୩୫ ହଜାର ୫୧୬କୁ ବୃଦ୍ଧି ପାଇଛି।
-
9.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ବିଶ୍ଵର ସବୁ ଦେଶ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ଏହାକୁ ନେଇ ନିବେଶକମାନେ ବେଶ୍ ଭୟଭୀତ ହୋଇପଡ଼ିଛନ୍ତି। ଶୁଳ୍କରେ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରର ସେୟାରକୁ ସେମାନେ ବିକ୍ରି କରିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍ସେକ୍ସ ୧୩୯୦ ପଏଣ୍ଟ ହ୍ରାସ ପାଇ ୭୬,୦୨୪ ପଏଣ୍ଟରେ ବନ୍ଦ ହୋଇଛି।
-
10.ବିଦେଶରେ ବସବାସ କରୁଥିବା ଭାରତୀୟମାନେ ୨୦୨୪ ମସିହାରେ ଦେଶକୁ ୧୨୯.୪ ବିଲିଅନ ଡଲାର ପ୍ରେରଣ କରିଛନ୍ତି। ଡିସେମ୍ବର ତ୍ରୟମାସରେ ସେମାନେ ୩୬ ବିଲିଅନ ଡଲାର ପଠାଇଛନ୍ତି ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାଯାଇଛି।
-
11.ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମୂଲ୍ୟାୟନରେ ୧୬ ହଜାର ଅଧ୍ୟାପକ ଅଧ୍ୟାପିକା ସାମିଲ ହେବେ।
-
12.୩୦ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ମିଳିଛି। ପ୍ରଶାସନିକ ସେବା (ନିଯୁକ୍ତି) ନିୟମ, ୧୯୫୪ ଅନୁଯାୟୀ ଜାରି କରାଯାଇଥିବା ଏହି ପଦୋନ୍ନତି ୨୦୨୩ ଏବଂ ୨୦୨୪ର ଚୟନିତ ତାଲିକା ପାଇଁ ଉପଲବ୍ଧ ଖାଲି ସ୍ଥାନ ସହିତ ସମାନ।
-
13.ରାଜ୍ୟରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ଭବିଷ୍ୟତ ଏକପ୍ରକାର ଅନ୍ଧାର ଭିତରେ ରହିଛି। ଅନେକ ଲକ୍ଷ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ, ଯେଉଁମାନେ ନିଜ କଷ୍ଟ ଉପାର୍ଜିତ ଅର୍ଥକୁ ଚିଟ୍ଫଣ୍ଡ ସଂସ୍ଥାରେ ଲଗାଇଥିଲେ, ସେମାନେ ତାଙ୍କର ଟଙ୍କା ପାଇପାରି ନାହାନ୍ତି।
-
14.ସୁନା ଦର ମଙ୍ଗଳବାର ୨,୦୦୦ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ମୂଲ୍ୟ ସର୍ବାଧିକ ୯୪,୧୫୦ ଟଙ୍କାରେ ପହଞ୍ଚତ୍ଛି। ଷ୍ଟକିଷ୍ଟ ଏବଂ ଜୁଏଲର୍ସ ଲଗାତର ଭାବେ ସୁନା କିଣୁଛନ୍ତି।
-
15.ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ୧୯ କିଲୋଗ୍ରାମ ବାଣିଜ୍ୟିକ LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ କରିଛନ୍ତି। ଦିଲ୍ଲୀରେ, ସଂଶୋଧିତ ଖୁଚୁରା ବିକ୍ରୟ ମୂଲ୍ୟ ବର୍ତ୍ତମାନ ୧,୭୬୨ ଟଙ୍କାରେ ପହଞ୍ଚିଛି।
-
16.ଭାରତ ପକ୍ଷରୁ ‘ଅପରେସନ ବ୍ରହ୍ମା’ ଅନୁଯାୟୀ ଭୂମିକମ୍ପ ପ୍ରଭାବିତ ମିଆଁମାରକୁ ଆଉ ୪୦୦ ଟନ୍ ଓଜନର ରିଲିଫ୍ ସାମଗ୍ରୀ ପଠାଯାଇଛି।
-
17.୨୦୨୪-୨୫ ବର୍ଷରେ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ପାଇବ, ଯାହା G-୨୦ର ବିକଶିତ ଏବଂ ଉଦୀୟମାନ ଦେଶମାନଙ୍କ ମଧ୍ୟରେ ସର୍ବାଧିକ ହେବ ବୋଲି ରେଟିଂ ଏଜେନ୍ସି ମୁଡିଜ(Moody’s) ମଙ୍ଗଳବାର କହିଛି।
-
18.କେନ୍ଦ୍ର ସରକାରଙ୍କ ୟୁନିଫାଏଡ ପେନସନ ଯୋଜନା (UPS) ୧ ଏପ୍ରିଲରୁ ଲାଗୁ ହୋଇଛି।
-
19.ଧାନ ସଂଗ୍ରହ ଶେଷ ହୋଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି, ସେ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ଧାନ ସଂଗ୍ରହ ଶେଷ ହୋଇଛି।
-
20.ନବରଙ୍ଗପୁର ଜିଲା ଉମରକୋଟଠାରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାର ଶୁଭାରମ୍ଭ ହୋଇଛି।ଏହି ଯୋଜନାରେ ରାଜ୍ୟର ୧୦ ଲକ୍ଷ ୮୦ ହଜାର ପିଲା ଉପକୃତ ହେବେ ମନ୍ତ୍ରୀ କହିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.