-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୭ ତାରିଖରୁ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆକୁ ୪ ଦିନିଆ ରାଜ୍ୟ ଗସ୍ତରେ ଯିବେ।
-
2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱବ୍ୟାପୀ ଆମଦାନୀ ଉପରେ ନୂଆ ପାରସ୍ପରିକ ବାଣିଜ୍ୟ ନୀତି ଘୋଷଣା କରିଛନ୍ତି। ଏହି ନୀତି ଅନୁସାରେ, ଭାରତକୁ ୨୬% ଟାରିଫ ଦେବାକୁ ପଡ଼ିବ।
-
3.ବିରୋଧୀ ଦଳମାନଙ୍କ ଜୋର୍ଦାର୍ ବିରୋଧ ଭିତରେ ଆଜି ବିବାଦୀୟ ୱକଫ୍ ସଂଶୋଧନ ବିଲ୍-୨୦୨୫ (ଉମ୍ମିଦ) ଲୋକସଭାରେ ଗୃହୀତ ହୋଇଛି।ବିଲ୍ ସପକ୍ଷରେ ୨୮୮ ଜଣ ଭୋଟ୍ ଦେଇଥିବା ବେଳେ ବିଲ୍ ବିରୋଧରେ ୨୩୧ ଜଣ ଭୋଟ୍ ଦେଇଥିଲେ। ଜେଡିୟୁ, ଟିଡିପି ଏବଂ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଭଳି ଏନ୍ଡିଏ ସହଯୋଗୀ ଦଳ ଏହି ବିଲ୍ ନେଇ ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ।
-
4.ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ ନୀଲମ୍ବେନ୍ ପାରିଖଙ୍କର ମଙ୍ଗଳବାର ଗୁଜରାଟର ନବସାରୀରେ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ନୀଲମ୍ବେନ୍ ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କ ପୁଅ ହରିଦାସ ଗାନ୍ଧୀଙ୍କ ନାତୁଣୀ। ନୀଲମ୍ବେନ୍ ପୁଅ ଡକ୍ଟର ସମୀର ପାରିଖଙ୍କ ସହ ନବସାରୀ ଜିଲ୍ଲାରେ ରହୁଥିଲେ।
-
5.ମଙ୍ଗଳବାର ରାତିରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ରହିଥିଲା।
-
6.କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରାପିଡୋ ବାଇକ୍ ଟ୍ୟାକ୍ସି ସମେତ ଅନ୍ୟ ସମସ୍ତ ବାଇକ୍ ଟ୍ୟାକ୍ସି ଆଗ୍ରେଗେଟରମାନଙ୍କୁ ଛଅ ସପ୍ତାହ ମଧ୍ୟରେ ରାଜ୍ୟରେ ସେମାନଙ୍କର କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
7.ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ତଥା ବଜେଟ୍ ଅଧିବେଶନ ଶେଷ ହୋଇଛି। ଗୃହର ୨୫ତମ କାର୍ଯ୍ୟ ଦିବସରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ-୨୦୨୫ ବିଧାନସଭାରେ ପାରିତ ହୋଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ପାରିତ ହୋଇଛି।
-
8.ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ ନୀଲମ୍ବେନ୍ ପାରିଖଙ୍କର ମଙ୍ଗଳବାର ଗୁଜରାଟର ନବସାରୀରେ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ନୀଲମ୍ବେନ୍ ହେଉଛନ୍ତି ମହାତ୍ମା ଗାନ୍ଧୀଙ୍କ ପୁଅ ହରିଦାସ ଗାନ୍ଧୀଙ୍କ ନାତୁଣୀ। ନୀଲମ୍ବେନ୍ ପୁଅ ଡକ୍ଟର ସମୀର ପାରିଖଙ୍କ ସହ ନବସାରୀ ଜିଲ୍ଲାରେ ରହୁଥିଲେ।
-
9.୨୦୨୩ ଜୁଲାଇ ୧୯ ସୁଦ୍ଧା ରହିଥିବା ସ୍ଥିତି ନେଇ ଏକ ସତ୍ୟପାଠ ପୂର୍ବରୁ ସରକାରଙ୍କ ତରଫରୁ ଦାଖଲ କରାଯାଇଥିଲା। ଜାଲ୍ ସାର୍ଟିଫିକେଟ ବଳରେ ଶିକ୍ଷକ ନିଯୁକ୍ତି ପାଇଥିବା ୩୮୪କୁ ଚିହ୍ନଟ କରାଯାଇଥିଲା। ଏହି ଘଟଣାରେ ୨୩୧ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
-
10.ରାଜ୍ୟରେ ଲଘୁ ଖଣିଜ ଖନନରେ ହେଉଥିବା ବ୍ୟାପକ ହେରଫେରକୁ ଧରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)। କେଉଁଠି ଠିକ୍ ଭାବେ ରୟାଲ୍ଟି ଓ ଅନ୍ୟାନ୍ୟ ଦେୟ ଆଦାୟ ହୋଇନି ତ ଆଉ କେଉଁଠି ବେଆଇନ ଖନନକୁ ରୋକାଯାଇନି। ଏହି କାରଣରୁ ୪୬୨୪.୫୮ କୋଟି ଟଙ୍କାର ଲଘୁ ଖଣିଜ ବେଆଇନ ଭାବେ ଉତ୍ତୋଳନ କରାଯାଇଥିବା ରିପୋର୍ଟରେ କୁହାଯାଇଛି।
-
11.ପାକିସ୍ତାନରେ ମୁଦ୍ରାସ୍ଫୀତିକୁ ନେଇ ପୁଣିଥରେ ଉତ୍ତେଜନା ପ୍ରକାଶ ପାଇଛି। ଦୋକାନୀ ଏବଂ କ୍ରେତା ଉଭୟ ମୁଦ୍ରାସ୍ଫୀତି ଯୋଗୁଁ କଷ୍ଟ ପାଉଛନ୍ତି। ରମଜାନ ସରିଗଲା କିନ୍ତୁ ସାମଗ୍ରୀର ମୂଲ୍ୟରେ କୌଣସି ହ୍ରାସ ହୋଇନାହିଁ। ବୋନ ଲେସ୍ ଚିକେନ ୧୨୦୦ ଟଙ୍କାକୁ ବୃଦ୍ଧି ପାଇଛି। ଟମାଟୋର ମୂଲ୍ୟ ୬୦ ଟଙ୍କାରୁ ୧୮୦ ଟଙ୍କାକୁ ବୃଦ୍ଧି ପାଇଛି।
-
12.ନ୍ୟାଶନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ (NCAER)ର ମହାନିର୍ଦ୍ଦେଶକ ପୁନମ ଗୁପ୍ତା ଡେପୁଟି ଗଭର୍ନର ଭାବେ ନିଯୁକ୍ତି ହୋଇଛନ୍ତି।
-
13.ଜାତୀୟ ରାଜପଥ କର୍ତ୍ତୃପକ୍ଷ – ଏନ୍ଏଚ୍ଏଆଇ ୨୦୨୪-୨୫ ଆର୍ଥିକ ବର୍ଷରେ ୫ ହଜାର ୧୫୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ୫୬୦୦ କିଲୋମିଟରରୁ ଅଧିକ ଜାତୀୟ ରାଜପଥ ନିର୍ମାଣ କରିଛନ୍ତି।
-
14.କାଳବୈଶାଖୀ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପାରଦ ତଳମୁହାଁ ହୋଇଛି। କିନ୍ତୁ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବଲାଙ୍ଗୀର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ଛୁଇଁଥିବାବେଳେ ଅଧିକାଂଶ ଅଞ୍ଚଳ ଉତ୍ତପ୍ତ ରହିଛି। ବୁଧବାର ବଲାଙ୍ଗୀରରେ ସର୍ବାଧିକ ୪୧ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଛି।
-
15.ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟରେ ପରାସ୍ତ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.