• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଓଡ଼ିଶାର ସର୍ବବୃହତ ଗଣମାଧ୍ୟମ ସଂଗଠନ, ସମ୍ବାଦ ଗ୍ରୁପର ପୁନଶ୍ଚ ପୃଥିବୀ ଅଭିଯାନ ଆଇଏଏ ଅଲିଭ୍ କ୍ରାଉନ୍ ପୁରସ୍କାରର ୧୫ତମ ସଂସ୍କରଣରେ ତିନୋଟି ପୁରସ୍କାର ଜିତିଛି । ଏହା ମଧ୍ୟରେ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଅନ୍ତର୍ଭୁକ୍ତ । ପୁନଶ୍ଚ ପୃଥିବୀ 'ଗ୍ରୀନ୍ କ୍ୟାମ୍ପେନ୍ ଅଫ୍ ଦି ଇୟର ଏବଂ ଇଭେଣ୍ଟସ୍ ବର୍ଗରେ ସ୍ବର୍ଣ୍ଣ ଜିତିଛି ।

  2. 2.କୃଷକଙ୍କ ବିଭିନ୍ନ ଦାବି ନେଇ ୧୩୧ ଦିନ ଧରି ଅନଶନରେ ବସିଥିବା ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣ-ରାଜନୈତିକ)ର ନେତା ଜଗଜିତ୍ ସିଂହ ଦଲେୱାଲଆଜି ୧୩୧ ଦିନ ପରେ ଅନଶନ ଶେଷ କରିଛନ୍ତି। 

  3. 3. ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାମିଲନାଡ଼ୁରେ ଦେଶର ପ୍ରଥମ ଭର୍ଟିକାଲ୍-ଲିଫ୍‌ଟ ସମୁଦ୍ର ସେତୁ (ପାମ୍ବନ ବ୍ରିଜ୍‌)ର ଉଦ୍‌ଘାଟନ କରିଛନ୍ତି। 

  4. 4. ରବିବାର ପ୍ରତ୍ୟୁଷରେ ଉତ୍ତର-ପୂର୍ବ ଦିଲ୍ଲୀର ୱାଜିରାବାଦ ଅଞ୍ଚଳରେ ଥିବା ଏକ ପୁଲିସ 'ମାଲଖାନା'ରେ ଅଗ୍ନିକାଣ୍ଡ ଘଟି ୧୫୦ରୁ ଅଧିକ ଗାଡ଼ି ପୋଡ଼ି ଯାଇଛି ।

  5. 5.ଜାପାନରେ ଏକ ଆମ୍ବୁଲାନ୍ସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଛି। ଏହି କାରଣରୁ, ଡଙ୍ଗାରେ ଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣ ନିଖୋଜ ହୋଇଯାଇଛନ୍ତି, ଯେଉଁମାନଙ୍କୁ ଖୋଜା ଚାଲିଛି। 

  6. 6.ଦେଶରେ ମୋଟ ବ୍ୟାଙ୍କ ଆକାଉଣ୍ଟ‌୍ ମଧ୍ୟରୁ ୩୯.୨ ପ୍ରତିଶତ ଆକାଉଣ୍ଟ୍‌ ହେଉଛି ମହିଳାଙ୍କର। ତେବେ ଚକିତ କରିବା ଭଳି ବିଷୟ ହେଲା ଦେଶର ଗ୍ରାମାଞ୍ଚଳରେ ଏହାଠାରୁ ଅଧିକ ଅର୍ଥାତ ୪୨.୨ ପ୍ରତିଶତ ମହିଳାଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ୍‌ ରହିଛି।

  7. 7. ଗ୍ରାମାଞ୍ଚଳ ଯୋଗାଯୋଗରେ ଉନ୍ନତି ଓ ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଓଡ଼ିଶା ଓ ତ୍ରିପୁରା ପାଇଁ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍‌-ଜନମନ) ଅଧୀନରେ ଅନେକଗୁଡ଼ିଏ ପ୍ରକଳ୍ପକୁ ମଞ୍ଜୁରି ‌ଦେଇଛି। ଏଥିରେ ଓଡ଼ିଶାର ୨୬ଟି ରାସ୍ତା ଏବଂ ଦୁଇଟି ଦୀର୍ଘ ସେତୁ ରହିଛି।

  8. 8.ଚୀନ ସାମଗ୍ରୀ ଉପରେ ଉଚ୍ଚମାତ୍ରାରେ ପାଲଟା ଶୁଳ୍କ ଲାଗୁକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଠିକ୍‌ ବୋଲି କହିଛନ୍ତି। ବିଶ୍ବ ବାଣିଜ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଏକ ଅସହାୟ ଏବଂ ମୂକ ସ୍ଥାନ (ଡମ୍ବ ଏବଂ ହ୍ବିପିଂ ପୋଷ୍ଟ୍‌) ଭାବେ ବ୍ୟବହାର କରାଯାଉଥିଲା।

  9. 9.ଶୁକ୍ରବାର ସୁନା ଓ ରୁପାର ବର୍ଦ୍ଧିତ ଦରରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗୋଟିଏ ଦିନରେ ୨୨ କ୍ୟାରେଟ୍‌ ସୁନା ଦାମ୍ ୧୬୦୦ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୭୪୦ ଟଙ୍କା ଶସ୍ତା ହୋଇଛି। ଫଳରେ  ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦାମ୍  ୮୪ ହଜାର ଟଙ୍କାକୁ ଖସିଆସିଛି।

  10. 10.ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଏପ୍ରିଲ ଆରମ୍ଭରୁ ରେକର୍ଡ ଭାଙ୍ଗିଛି। ଦିଲ୍ଲୀ ସମେତ ପାଞ୍ଚଟି ରାଜ୍ୟର ୨୧ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି।

  11. 11.ଗଞ୍ଜାମ ପାଲିବନ୍ଧ ପଞ୍ଚାୟତର ଗୋଟିଏ ପରିବାରର ୩ଜଣ ବିଷ ଖାଇ ଜୀବନ ହାରିଥିବ ସୂଚନା ରହିଛି। ଗୁରୁତର ଅବସ୍ଥାରେ ମାଆ, ଝିଅ ଓ ପୁଅକୁ ଗ୍ରାମବାସୀ ଏମକେସିଜିକୁ ସ୍ଥାନାନ୍ତର କରିଥିଲେ। 

  12. 12. ସମ୍ବଲପୁରଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳ ହେଉଛି ଯୁଯୁମୁରା ବ୍ଲକ୍‌ କୟାକୁଦ ପଞ୍ଚାୟତ ଅନ୍ତର୍ଗତ ଦେବଝରଣ ଜଳପ୍ରପାତ। ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇଛନ୍ତି। 

  13. 13. ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ବଫର ଜୋନ୍‌ରେ ୧୨ଟି ମୋବାଇଲ୍‌ ଟାୱାର ପ୍ରତିଷ୍ଠା କରାଯିବ। କେନ୍ଦ୍ର ସରକାରଙ୍କ ୪ଜି ସାଚୁରେସନ୍‌ ପ୍ରକଳ୍ପ ଅଧୀନରେ ବିଏସ୍‌ଏନ୍‌ଏଲ୍‌ ଦ୍ବାରା ଅଭୟାରଣ୍ୟରେ ୩୪ଟି ମୋବାଇଲ୍ ଟାୱାର ସ୍ଥାପନ ପାଇଁ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ସ୍ଥାୟୀ କମିଟି ସୁପାରିସ କରିଥିଲା। 

  14. 14.ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୮ ତାରିଖ ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ରହିଛି।

  15. 15.ଲୋକପ୍ରିୟ ସଙ୍ଗୀତ ରିୟଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ ୧୫’ର ବିଜେତା ହୋଇଛନ୍ତି କୋଲକାତାର ମାନସୀ ଘୋଷ (୨୪)। ରବିବାର ଅନୁଷ୍ଠିତ ହୋଇଥିବା ଶୋ’ର ଗ୍ରାଣ୍ଡ ଫିନାଲେ ସମାରୋହରେ ଶୁଭ୍ରଜିତ ଚକ୍ରବର୍ତ୍ତୀ ପ୍ରଥମ ରନର-ଅପ୍‌ ଓ ସ୍ନେହା ଶଙ୍କର ଦ୍ୱିତୀୟ ରନର-ଅପ୍‌ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.