• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ୱକଫ୍‌ ଆଇନର କେତେକ ବ୍ୟବସ୍ଥା ଉପରେ ସୁପ୍ରିମ୍‌କୋର୍ଟ   ୭ ଦିନ ପାଇଁ ରୋକ୍ ଲଗାଇବା ସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  2.  2.ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ନିଜ ଚାକିରି ହରାଇଥିବା ୧୩ ହଜାରରୁ  ସଚ୍ଚୋଟ  ଶିକ୍ଷକ ସେମାନଙ୍କ ଚାକିରିରେ ରହିପାରିବେ ବୋଲି ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି।

  3. 3.ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗୁରୁବାର ସୁପ୍ରିମ୍‌କୋର୍ଟର କ୍ଷମତା ଉପରେ କଡ଼ା  ମନ୍ତବ୍ୟ ଦେଇ କହିଛନ୍ତି ଯେ ଗଣତନ୍ତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ, ଯେଉଁଠାରେ ଅଦାଲତ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦିଅନ୍ତି।

  4. 4.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଦେଶୀ ମୁଦ୍ରା ପରିଚାଳନା ଆଇନ (FEMA) ଉଲ୍ଲଂଘନ ମାମଲାରେ ବେଙ୍ଗାଲୁରୁର କୁକୁର ବ୍ରିଡ଼ର ସତୀଶଙ୍କ ଘରେ ଚଢାଉ କରିଛି। ସତୀଶ ନାମକ ଏହି ବ୍ୟକ୍ତି ଦାବି କରିଥିଲେ ଯେ ସେ ୫୦ କୋଟି ଟଙ୍କାରେ ବିଶ୍ୱର ସବୁଠାରୁ ମହଙ୍ଗା କୁକୁର କିଣିଛନ୍ତି।

  5. 5.ସୁପ୍ରିମକୋର୍ଟ ୱାକଫ ସଂଶୋଧନ ଆଇନ ଉପରେ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ସ୍ଥଗିତ ରଖିଛନ୍ତି। ବର୍ତ୍ତମାନ ୱାକଫ ବୋର୍ଡ କିମ୍ବା ୱାକଫ ପରିଷଦରେ କୌଣସି ନିଯୁକ୍ତି ହେବ ନାହିଁ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ପରେ କୋର୍ଟ ଏହା କରିଛନ୍ତି । ଏହା ସହିତ, ବ୍ୟବହାରକାରୀଙ୍କ ଦ୍ୱାରା ପଞ୍ଜିକୃତ କିମ୍ବା ଘୋଷିତ ୱାକଫ ସମ୍ପତ୍ତିଗୁଡ଼ିକୁ ବିସୂଚିତ କରାଯିବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୫ ତାରିଖରେ ହେବ।

  6. 6.ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ମନ୍ତ୍ରୀ ସଞ୍ଜୀବ ଗୋଣ୍ଡ ଦିବୁଲଗଞ୍ଜ ୟୁନାଇଟେଡ ହସ୍ପିଟାଲର ଜଣେ ଡାକ୍ତରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଜଙ୍ଗଲରେ ଛାଡ଼ି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟମନ୍ତ୍ରୀ ସଞ୍ଜୀବ ଗୋଣ୍ଡ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ହସ୍ପିଟାଲର ସିଏମଏସ ଡାକ୍ତର ରବି ପ୍ରତାପ ସିଂହ ତାଙ୍କୁ ସ୍ୱାଗତ କରିବାକୁ ଆସି ନଥିଲେ। ଏଥିରେ ମନ୍ତ୍ରୀ ରାଗିଯାଇଥିଲେ।

  7. 7.ଆସନ୍ତା ୩ ବର୍ଷ ମଧ୍ୟରେ ଭାରତ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ହେବ। ଜର୍ମାନୀ ଓ ଜାପାନକୁ ଟପିଯିବ। ଏଥିସହିତ ୨୦୪୭ ମସିହା ସୁଦ୍ଧା ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ ବୋଲି ନିତି ଆୟୋଗ ସିଇଓ ବିଭିଆର୍‌ ସୁବ୍ରମଣ୍ୟମ୍‌ କହିଛନ୍ତି।

  8. 8.ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଓ ତାଙ୍କ ପୂର୍ବତନ ପତ୍ନୀ ମେଲିଣ୍ଡା ଗେଟ୍‌ସଙ୍କ ମଧ୍ୟରେ ୨୦୨୧ରେ ଘଟିଥିବା ବିବାହ ବିଚ୍ଛେଦ ହେଉଛି ବିଶ୍ବର ସବୁଠୁ ମହଙ୍ଗା ବିଚ୍ଛେଦ। ଦୀର୍ଘ ୨୭ ବର୍ଷର ବୈବାହିକ ଜୀବନ ବିତାଇବା ପରେ ବିଲ୍ ଓ ମେଲିଣ୍ଡା ପରସ୍ପରଠାରୁ ଅଲଗା ହୋଇଥିଲେ। ଏହି ବିଚ୍ଛେଦରୁ ମେଲିଣ୍ଡାଙ୍କୁ ୧୩,୦୦୦ କୋଟି ଡଲାର (୧୧,୧୦,୪୬୨ କୋଟି ଟଙ୍କା) ମିଳିଛି।

  9. 9.ଚଳିତମାସ ୧୧ତାରିଖରେ ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ ହୋଇଛି। ହିତାଧିକାରୀଙ୍କୁ ଏବେ କାର୍ଡ ବାଣ୍ଟିବା କାର୍ଯ୍ୟ ଆରମ୍ଭ ହୋଇଛି। ରୋଗୀ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସଫ୍‌ଟୱେରରେ ଗୁରୁତର ସମସ୍ୟା କାରଣରୁ ରୋଗୀମାନେ ତୁରନ୍ତ ଆଡ୍‌ମିସନ ନ ପାଇ ହଟହଟା ହେଉଛନ୍ତି।

  10. 10.ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ। ଏଥିପାଇଁ ଆଜି ସେ ଶଙ୍ଖ ଭବନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଉ କେହି ନାମାଙ୍କନ କରି ନଥିବାରୁ ନବୀନ ହିଁ ପୁଣି ନିଦ୍ଵନ୍ଦରେ ସଭାପତି ହେ‌ବା ଏକପ୍ରକାର ନିଶ୍ଚିତ ହୋଇଛି।

  11. 11.ଟ୍ରାଫିକ୍ ଓ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ, ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବି ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି।

  12. 12.ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଗଡ଼କରୀ ୪୧୩୭ କୋଟି ଟଙ୍କାର ୧୯ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।  ଖୁବ୍‌ଶୀଘ୍ର ରାଜ୍ୟରେ ୭୫ହଜାର କୋଟି ଟଙ୍କ‌ା ବ୍ୟୟରେ ୨୨୩୦କିମି ରାସ୍ତା ନିର୍ମାଣ ହେବ। ଏନେଇ ଡିପିଆର୍ ପ୍ରସ୍ତୁତ ହୋଇସାରିଛି, କାର୍ଯ୍ୟାଦେଶ ଦିଆଯିବ। ସେହିପରି ଓଡ଼ିଶାରେ ୫ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ବାଇପାସ୍ ରୋଡ୍ ପ୍ରକଳ୍ପକୁ ମଞ୍ଜୁରି ମିଳିଛି।

  13. 13.ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଭିକମପାଲି ପଞ୍ଚାୟତ ପୂଜାରୀପାଲିରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ର ଜରିମୂଳିକୁ ସଂଯୋଗ କରିବାକୁ ଥିବା ୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସମ୍ପର୍କ ସେତୁର ଶିଳାନ୍ୟାସ ହୋଇଛି।

  14. 14.ମଧ୍ୟପ୍ରଦେଶର ଗ୍ବାଲିୟରସ୍ଥିତ ରାମକୃଷ୍ଣ ମିଶନର ଜଣେ ସାଧୁ ସାଇବର ଅପରାଧୀମାନେ ସ୍ଵାମୀ ସୁପ୍ରଦୀପ୍ତାନନ୍ଦ ମହାରାଜଙ୍କୁ ଦୀର୍ଘ ୨୬ ଦିନ ଧରି ଡିଜିଟାଲ ଆରେଷ୍ଟରେ ରଖିଥିବାବେଳେ ତାଙ୍କଠାରୁ ଅନଲାଇନରେ ୨.୫୨ କୋଟି ଟଙ୍କା ଲୁଟି ନେଇଛନ୍ତି।

  15. 15.ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବା ବନ୍ଧୁକ ଚାଳନା ବିଶ୍ବକପ୍‌ରେ ୨ୟ ସ୍ଵର୍ଣ୍ଣ ପଦକ ଜିତିଛନ୍ତି ଭାରତର ସୁରୁଚି ସିଂହ। କ୍ରମାଗତ ୨ୟ ଦିନରେ ସୁରୁଚିଙ୍କ ଏହା ୨ୟ ସ୍ଵର୍ଣ୍ଣ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.