• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭୁବନେଶ୍ବର ରେଳ ଷ୍ଟେସନର ଦୁଇ ପାର୍ଶ୍ବ ବିଲ୍‌ଡିଂ (କୋଠା) ନିର୍ମାଣ ସରିଛି। ଷ୍ଟେସନର ପୂର୍ବ(କଟକରୋଡ୍‌) ପାର୍ଶ୍ବ ଜି+୩ କୋଠା କାମ ସମ୍ପୂର୍ଣ୍ଣ ହୋଇଛି। ଏବେ ପଶ୍ଚିମ(ମ‌ାଷ୍ଟରକ୍ୟାଣ୍ଟିନ୍‌) ପାର୍ଶ୍ବ ମୁଖ୍ୟ ପ୍ରବେଶ ପଥର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି।ଏହି ଷ୍ଟେସନର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ୨୦୨୫ ଅକ୍ଟୋବରରେ କରିବାକୁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

  2. 2.ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମୀକ୍ଷା କରି ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଫଳରେ ଏହି ହାର ୬ ପ୍ରତିଶତକୁ ଖସିଆସିଛି। ରେପୋ ହାର କମ୍ ହୋଇଥିବାରୁ ଆଗାମୀ ଦିନରେ ଘର, ଗାଡ଼ି ଆଦି କିଣିବା ଲାଗି ଋଣ ନେଇଥିବା ଗ୍ରାହକମାନଙ୍କ ମାସିକ କିସ୍ତି କମ୍ ହେବ।

  3. 3.ଦୀର୍ଘ ବର୍ଷର ପ୍ରତୀକ୍ଷା ଓ ଆଇନଗତ ଲଢେଇର ଅନ୍ତ ପୂର୍ବକ ୨୦୦୮ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ତାହିସ୍ଵର ହୁସେନ୍ ରାଣାକୁ ଭାରତ ପ୍ରତ୍ୟର୍ପଣ କରାଯାଇଛି।

  4. 4.କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଝୀଙ୍କ ନାତୁଣୀଙ୍କୁ ତାଙ୍କ ସ୍ୱାମୀ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିହାରର ଗୟାରେ ଏହି ହତ୍ୟାକାଣ୍ଡ ଘଟିଛି।

  5. 5.୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ପାଇଁ ଫ୍ରାନ୍ସ ସହ ହୋଇଥିବା ଚୁକ୍ତିକୁ ଭାରତ ମଞ୍ଜୁରି ଦେଇଛି। ୬୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ଚୁକ୍ତି ଆଗାମୀ ସପ୍ତାହରେ ଆନୁଷ୍ଠାନିକ ରୂପ ନେବ ବୋଲି ଆଶା କରାଯାଉଛି।

  6. 6.ଆସନ୍ତା ମେ’ ୯ ତାରିଖରେ ମସ୍କୋରେ ହେବାକୁ ଥିବା ବିଜୟ ଦିବସ ଉତ୍ସବ ପାଇଁ ରୁଷ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛି। 

  7. 7.ଆମେରିକାର ଇମିଗ୍ରେସନ କର୍ତ୍ତୃପକ୍ଷ ହାର୍ଭାର୍ଡ, ଟଫ୍ଟସ ଓ ଷ୍ଟାନ୍‌ଫୋର୍ଡ ଭଳି ପ୍ରମୁଖ କଲେଜରେ ଅଧ୍ୟୟନରତ ବିଦେଶୀ ନାଗରିକଙ୍କ ପାଇଁ ଛାତ୍ରଭିସା ରଦ୍ଦ କରିଛନ୍ତି। ଏହା ଉଭୟ ଛାତ୍ର ଓ ସାମ୍ପ୍ରତିକ ସ୍ନାତକମାନଙ୍କୁ ପ୍ରଭାବିତ କରିଛି।

  8. 8.ଉତ୍ତର ପୂର୍ବ ଭାରତରେ ଚୀନ୍‌ର ଉପସ୍ଥିତି ବଢ଼ାଇବା ସପକ୍ଷରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ୍‌ ଯୁକ୍ତି ବାଢ଼ିବା ପରେ ବାଂଲାଦେଶ ସହ ହୋଇଥିବା ଟ୍ରାନ୍ସ ସିପ୍‌ମେଣ୍ଟ ରାଜିନାମାକୁ ଭାରତ ରଦ୍ଦ କରିଛି।

  9. 9.ଜେଏସଡବ୍ଲ୍ୟୁ ଏମଜି ମୋଟର ଇଣ୍ଡିଆ ସମ୍ପ୍ରତି ଭାରତୀୟ ବଜାରରେ ଅପଡେଟେଡ୍ କୋମେଟ ଇଭି ଲଞ୍ଚ କରିଛି, ଯାହା ଦେଶର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର ।

  10. 10.ଆବୁଧାବିରେ ବିଶ୍ୱର ସବୁଠାରୁ ବିରଳ ହୀରାର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି। ମଙ୍ଗଳବାର ଦିନ ୧୦୦ ନିୟୁତ ଡଲାରର ପ୍ରଦର୍ଶନୀରେ ଏକ ବିରଳ ନୀଳ ହୀରା ପ୍ରଦର୍ଶିତ ହୋଇଥିଲା ଯାହାର ଚମତ୍କାରିତା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା।

  11. 11.ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ୪୨୪ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ହାଇକୋର୍ଟରେ ସତ୍ୟପାଠ ଦେଇଛନ୍ତି ରାଜ୍ୟ ସରକାର। ଅନ୍ୟପକ୍ଷରେ ୬ଟି ଜିଲ୍ଲାରେ ଏହି ଏହି ପ୍ରସଙ୍ଗକୁ ନେଇ ତଦନ୍ତ ଚାଲିଛି ।

  12. 12.ଇ-ବାଣିଜ୍ୟ ସେବା ପାଇଁ ଲୋକପ୍ରିୟ ଆମେରିକୀୟ ପ୍ରଯୁକ୍ତି କମ୍ପାନି ‘ଆମାଜନ୍’ ଉଚ୍ଚକୋଟୀର ଇଣ୍ଟରନେଟ୍‌ ସେବା ଯୋଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସପ୍ତାହେ ଭିତରେ ଏହା ୨୭ଟି ଇଣ୍ଟରନେଟ୍‌ ଉପଗ୍ରହ ଉତ୍‌କ୍ଷେପଣ କରିବ, ଯାହା ଏଲନ୍‌ ମସ୍କଙ୍କ ‘ଷ୍ଟାରଲିଙ୍କ୍’ ସହିତ ଇଣ୍ଟରନେଟ୍‌ ବଜାରରେ ଲଢ଼େଇ କରିବ।

  13. 13.ନିଜ ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମଏଲଏ ଲାଡ) ବାବଦରେ ପ୍ରତି ବିଧାୟକଙ୍କୁ ପ୍ରତିବର୍ଷ ୩କୋଟି ଟଙ୍କା ଲେଖାଏଁ ସରକାର ପ୍ରଦାନ କରୁଛନ୍ତି। କିନ୍ତୁ ଅଧିକାଂଶ ବିଧାୟକ ଏହି ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି।

  14. 14.ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପ୍ରଥମ ୬୦ ମିନିଟ୍‌ (ଗୋଲଡେନ୍‌ ଆୱାର) ମଧ୍ୟରେ ମାଗଣା ଚିକିତ୍ସା ସୁବିଧା ପ୍ରଦାନ ଯୋଜନା ଲାଗୁ କରିବାରେ ବିଫଳତାକୁ ନେଇ କେନ୍ଦ୍ର ସରକାରଙ୍କୁ ବୁଧବାର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ।

  15. 15.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ପ୍ରାୟ ୧୨,୦୦୦ ଖାଲି ପୋଲିସ ପଦବୀ ପୂରଣ ପାଇଁ ଏକ ଯୋଜନା ଉନ୍ମୋଚନ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.