-
1.AI ସହାୟତାରେ IVF ସିଷ୍ଟମ ବ୍ୟବହାର କରି ବିଶ୍ୱର ପ୍ରଥମ ଶିଶୁ ଜନ୍ମ ହୋଇଛି। ଏହି ସିଷ୍ଟମ IVF ରେ ବ୍ୟବହୃତ ଏକ ସାଧାରଣ ପଦ୍ଧତି, ଯେଉଁଥିରେ ଗୋଟିଏ ଶୁକ୍ରାଣୁ ସିଧାସଳଖ ଡିମ୍ବାଣୁରେ ଇଞ୍ଜେକ୍ସନ କରାଯାଏ। ଏହା ପାରମ୍ପରିକ ମାନୁଆଲ ପ୍ରକ୍ରିୟା ଇଣ୍ଟ୍ରାସାଇଟୋପ୍ଲାଜମିକ ସ୍ପର୍ମ ଇଞ୍ଜେକ୍ସନ (ICSI) କୁ ବଦଳାଇଥାଏ। ଏହି ନୂତନ ପ୍ରକ୍ରିୟା ଏବେ AI କିମ୍ବା ରିମୋଟ ଡିଜିଟାଲ ନିୟନ୍ତ୍ରଣ ମାଧ୍ୟମରେ କୌଣସି ମାନବ ହାତ ବିନା ICSI ପ୍ରକ୍ରିୟାର ସମସ୍ତ ୨୩ଟି ପଦକ୍ଷେପ ସମାପ୍ତ କରିପାରିବ।
-
2.ଓଡ଼ିଶାରେ ଆୟୁଷ୍ମାନ ଭାରତର ଲାଗୁ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା। ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ସୁଫଳ ଓଡିଆ ଭାଇଭଉଣୀ ମାନଙ୍କୁ ଉପଲବ୍ଧ ହେବ।
-
3.ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ବ୍ଲକରେ ଖେଳ ପଡିଆ ଓ ପଞ୍ଚାୟତରେ ମିନି ଷ୍ଟାଡିୟମ ହେବ ଓ ଗୋଟିଏ ଗୋଟିଏ ଇନଡୋର ଷ୍ଟାଡିୟମ ମଧ୍ୟ ହେବ। ୧୪ଟି ଇନଡୋର ସୁଇମିଂ ପୁଲ, ତୀରନ୍ଦାଜ ଉନ୍ନତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।
-
4.ଦୀର୍ଘ ୧୨୮ ବର୍ଷ ପରେ ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ। ଲସ ଏଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ମ୍ୟାଚ ଆୟୋଜନ ହେବ।
-
5.ଉମଙ୍ଗ ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ଆଧାର-ଆଧାରିତ ଫେସ୍ ଅଥେଣ୍ଟିକେସନ୍ ପ୍ରଯୁକ୍ତିବିଦ୍ୟା (ଫ୍ୟାଟ୍) ବ୍ୟବହାର କରି ଇପିଏଫ୍ଓ ସଦସ୍ୟ ୟୁଏଏନ୍ ଜେନେରେଟ୍ ଏବଂ ସକ୍ରିୟ କରିପାରିବେ।
-
6.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଇନା ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି ଯୋଗୁଁ ଅଧିକାଂଶ ଉତ୍ପାଦ ଉପରେ ୱାଶିଂଟନର ଅତିରିକ୍ତ ଶୁଳ୍କ ୧୪୫%କୁ ପହଞ୍ଚିଛି।
-
7.ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ଆର୍ଥିକ ବର୍ଷ ୨୦୨୬ରେ ୪୨,୦୦୦ ଫ୍ରେଶର୍(ନବାଗତ) ନିଯୁକ୍ତ କରିବ। ଅନ୍ୟପଟେ ବିଶ୍ୱ ବଜାରରେ ଅନିଶ୍ଚିତତା ମଧ୍ୟରେ କର୍ମଚାରୀଙ୍କ ବେତନ ବୃଦ୍ଧି ବିଷୟରେ କୌଣସି ନିଷ୍ପତ୍ତି ସ୍ଥିର ହୋଇନାହିଁ।
-
8.୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଭାରତ ଅଣାଯାଇଛି। ଆମେରିକାରୁ ତାଙ୍କୁ ଆଣୁଥିବା ସ୍ବତନ୍ତ୍ର ବିମାନଟି ପାଲମ ବିମାନବନ୍ଦରରେ ଅବତରଣ କରିଥିଲା। ଏଠାରୁ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ NIA କାର୍ଯ୍ୟାଳୟକୁ ନିଆଯିବ।
-
9.ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆଉ ଏକ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଛି। ରାଜଧାନୀ ଢାକାର ଏକ କୋର୍ଟ ଗୁରୁବାର ଏକ ଦୁର୍ନୀତି ମାମଲାରେ ଶେଖ ହାସିନା, ତାଙ୍କ ଝିଅ ସାଇମା ୱାଜିଦ ପୁତୁଲ ଏବଂ ଅନ୍ୟ ୧୭ ଜଣଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି।
-
10.ଓଡ଼ିଶା ଷ୍ଟେଟ୍ କୋଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ (ଓମ୍ଫେଡ୍) ପ୍ରସ୍ତୁତ ଚକୋଲେଟ ଖୁବ୍ଶୀଘ୍ର ବଜାର ପ୍ରବେଶ କରିବ।
-
11.ଭାରତର ସର୍ବବୃହତ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନ୍ଲେସର ଗାଜିଆବାଦସ୍ଥିତ ସହାୟକ କମ୍ପାନୀ ଜେଏସ୍ଏଲ୍ ସୁପର ଷ୍ଟିଲ୍ ଏବଂ ଶକ୍ତି ଉତ୍ପାଦନକାରୀ କମ୍ପାନୀ ସନସ୍ୟୁର ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।
-
12.ଦୁଷ୍କର୍ମ ଓ ପରକୀୟା ପ୍ରୀତି ଅଭିଯୋଗରେ ମାନସିକ ନିର୍ଯାତନା ସହି ନପାରି ଗରଦପୁର ଗ୍ରାମର ବଂଶୀଧର ମିଶ୍ର (୪୮)ଆତ୍ମହତ୍ୟା କରିଛନ୍ତି।
-
13.ପାଲେଷ୍ଟାଇନୀ ପ୍ରିଜନର୍ସ ସୋସାଇଟି ଏବଂ ଆଡାମିର ଦ୍ୱାରା ପ୍ରକାଶିତ ତଥ୍ୟ ଦର୍ଶାଯାଇଛି ଯେ, ଇସ୍ରାଏଲ ୭ ଅକ୍ଟୋବର, ୨୦୨୩ ପରଠାରୁ ୱେଷ୍ଟବ୍ୟାଙ୍କରୁ ପ୍ରାୟ ୧୨୦୦ ପାଲେଷ୍ଟାଇନୀ ଶିଶୁଙ୍କୁ ଅଟକ ରଖିଛି।
-
14.ଆମେରିକାରେ ବିଜ୍ଞାନ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ଗଣିତ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଅପସନାଲ ପ୍ରାଟିକାଲ ଟ୍ରେନିଂ ପ୍ରେଗ୍ରାମ୍ ବା ଓପିଟି ଶେଷ କରିବାକୁ ସ୍ଥିର କରିଛି ଟ୍ରମ୍ପ ପ୍ରଶାସନ। ଗୁରୁବାର ଆମେରିକା ସଂସଦ ବା କଂଗ୍ରେସରେ ଏସଂପର୍କରେ ଏକ ବିଲ୍ ଆଗତ କରାଯାଇଛି।
-
15.ଖଣ୍ଡଗିରି ଅଞ୍ଚଳରେ ଏକ ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର କରିଛି ସ୍ବତନ୍ତ୍ର କ୍ରାଇମ୍ ୟୁନିଟ୍ । ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦ ବୋଲି ପରିଚୟ ମିଳିଛି । ଏନକାଉଣ୍ଟର ସମୟରେ ତା ନିକଟରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ବିଭାଗ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.