-
1.ବେଆଇନ ଆପ୍ରବାସନ ବିରୋଧରେ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍ରମ୍ପ ପ୍ରଶାସନ ସରକାରୀ ସାମାଜିକ ସୁରକ୍ଷା ରେଜିଷ୍ଟ୍ରିରେ ହଜାର ହଜାର ଜୀବିତ ପ୍ରବାସୀଙ୍କୁ ମୃତ ଶ୍ରେଣୀଭୁକ୍ତ କରିଛନ୍ତି। ଜୋ ବାଇଡେନଙ୍କ ଶାସନ ସମୟରେ ଆମେରିକାକୁ ଆସିଥିବା ପ୍ରାୟ ୬,୦୦୦ ପ୍ରବାସୀ ଏହି ତାଲିକାରେ ଅଛନ୍ତି।
-
2.ସିଙ୍ଗାପୁରର ଏକ ସ୍କୁଲରେ ନିଆଁ ଲାଗିବାରୁ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ଆହତ ହୋଇଥିଲେ। ଏବେ ତାଙ୍କର ଚିକିତ୍ସା ଶେଷ ହୋଇଥିବା ବେଳେ ତାଙ୍କୁ ଡିସଚାର୍ଜ କରାଯାଇଛି।
-
3. ୨୦୨୦-୨୧ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଓଡ଼ିଶା ୭.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ବୋଲି ଇଣ୍ଡିଆ ରେଟିଂସ୍ ଆଣ୍ଡ୍ ରିସର୍ଚ୍ଚର ଏକ ରିପୋର୍ଟରୁ ଜଣାପଡ଼ିଛି।
-
4.ଭାରତୀୟ ବଜାରରେ 'ଲଏଡ୍' ନିଜର ବିଭିନ୍ନ ପ୍ରଡକ୍ଟସର ନୂଆ ରେଞ୍ଜ ଲଞ୍ଚ୍ କରିଛି। କମ୍ପାନି ପକ୍ଷରୁ ଲଏଡ୍ ଷ୍ଟନ୍ଏୟାର୍ ନୂଆ ଏୟାର କଣ୍ଡିସନରକୁ ଲଞ୍ଚ୍ କରାଯାଇଛି। ଏହି ଏସିକୁ ଭାରତୀୟ ପାଗ ଏବଂ ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। ଯାହାକି ୬୦ ଡିଗ୍ରି ସେଲସିୟସ ତାପମାତ୍ରାରେ ମାତ୍ର ୩୦ ସେକେଣ୍ଡରେ ରୁମକୁ ୧୮ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ଥଣ୍ଡା କରିପାରିବ।
-
5.ଶିଶୁଭବନରେ ସାତ ମହଲା କୋଠା ଦୀର୍ଘ ୯ ବର୍ଷ ପରେ ଉଦ୍ଘାଟିତ ହୋଇଛି। ୨୦୧୬ ଫେବ୍ରୁଆରି ୩ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
-
6.ଚିଲିକା ଉନ୍ନୟନ କର୍ତ୍ତୁପକ୍ଷଙ୍କ ଅଧୀନରେ ଚିଲିକାରେ ପର୍ଯ୍ୟଟକଙ୍କ ପାଇଁ ଦୁଇଟି ବୃହତ ଡଙ୍ଗା ଓ ସୌରଶକ୍ତିଚାଳିତ ଡଙ୍ଗା ପ୍ରଚଳିତ ହେବ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉଦ୍ୟମରେ ଅଧିକରୁ ଅଧିକ ବଣଭୋଜି ସ୍ଥଳକୁ ପ୍ଲାଷ୍ଟିକମୁକ୍ତ କରିବାକୁ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି।
-
7.ତାଳଚେରସ୍ଥିତ ପବିତ୍ରମୋହନ ପ୍ରଧାନ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ୍ ଭାବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବହାର କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ରୋଗୀ ସେବା ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
-
8.କେରଳର ଆର୍. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ।
-
9.ହରିୟାଣାରେ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ଉଦ୍ବେଗଜନକ ଭାବେ ହ୍ରାସ ପାଇଚାଲିଛି। ୨୦୨୪ର ତଥ୍ୟ ଅନୁଯାୟୀ ପ୍ରତି ୧୦୦୦ ପୁଅରେ ଝିଅ ସଂଖ୍ୟା ୯୧୦କୁ ହ୍ରାସ ପାଇଛି। ରାଜ୍ୟରେ କନ୍ୟାଭ୍ରୂଣ ହତ୍ୟା ର଼୍ୟାକେଟ ବଢ଼ିଚାଲିଥିବା ଜଣାପଡିଛି ।
-
10.କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ନେଇ ସରକାର ଘୋଷଣା କରିଛନ୍ତି । ଯାହା ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ରିପୋର୍ଟ ଉପସ୍ଥାପନ କରିବ। ଏହା ସହିତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି ।
-
11.ତାମିଲନାଡ଼ୁର ବିରୋଧୀ ଦଳ ଏଆଇଏଡିଏମ୍କେ ପୁଣିଥରେ ଏନ୍ଡିଏକୁ ଫେରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ବାମୀ (ଇପିଏସ୍)ଙ୍କ ନେତୃତ୍ବରେ ଏଆଇଏଡିଏମ୍କେ-ବିଜେପି ଏକାଠି ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ।
-
12.ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି।
-
13.କେନ୍ଦ୍ର ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଅଟଳ ପେନସନ ଯୋଜନା (APY) କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନାରେ ୧.୨୨ କୋଟି ନୂଆ ଆକାଉଣ୍ଟ ଖୋଲାଯାଇଛି। ଅଟଳ ପେନସନ ଯୋଜନାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯଦି ଆପଣ ୧୮ ବର୍ଷ ବୟସରେ ଏହି ଯୋଜନାରେ ମାସିକ ୨୧୦ ଟଙ୍କା ରଖନ୍ତି। ତେବେ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୫୦୦୦ ଟଙ୍କା ପେନସନ ପାଇପାରିବେ।
-
14.ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପଦକ୍ଷେପ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ଆରମ୍ଭ କରାଯାଇଛି। ସେଥି ମଧ୍ୟରୁ ୫ଟି ଜିଲା ପରିଷଦ ସଭ୍ୟ, ୪୧ଟି ପଞ୍ଚାୟତ ସମିତି ସଦସ୍ୟ, ୪୫ଟି ସରପଞ୍ଚ, ୨୭୨ଟି ୱାର୍ଡ ମେମ୍ବର ପାଇଁ ଉପନିର୍ବାଚନ ହେଉଥିବାବେଳେ ୭୭୧ଟି ୱାର୍ଡରେ ନୂତନ ଭାବେ ନିର୍ବାଚନ ଅନୁଷ୍ଠିତ ହେବ।
-
15.ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଦଳ ଖରାପ ପ୍ରଦର୍ଶନ ଜାରି ରଖି କ୍ରମାଗତ ୫ମ ପରାଜୟ ବରଣ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.