• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଏପ୍ରିଲ ୧୩ରେ ରାଜଧାନୀ ଭୁବନେଶ୍ୱରର ଜନ୍ମଦିନ। ଭୁବନେଶ୍ୱର ପାଳିବ ୭୭ତମ ପ୍ରତିଷ୍ଠା ଦିବସ। ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ।

  2. 2.ତାମିଲନାଡ଼ୁର ଡିଏମ୍‌କେ ସରକାର ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଆନୁଷ୍ଠାନିକ ଅନୁମୋଦନ ବିନା ୧୦ଟି ବିଲ୍‌କୁ ଆଇନ ରୂପେ ବିଜ୍ଞପ୍ତି ଜାରି କରିଛନ୍ତି। ନିକଟରେ ସୁପ୍ରିମ୍‌କୋର୍ଟ ଏହି ବିଲ୍‌ଗୁଡ଼ିକୁ ସ୍ୱତଃ ଅନୁମୋଦନ କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ଭାରତରେ ପ୍ରଥମ ଥର ପାଇଁ କୌଣସି  ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଦସ୍ତଖତ ବିନା ଆଇନ ପ୍ରଣୟନ ହେବା ବିଭିନ୍ନ ମହଲକୁ ବିସ୍ମିତ କରିଛି। 

  3. 3. ୱକଫ୍‌ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଆଜି ଭୟାନକ ରୂପ ନେବାପରେ କେନ୍ଦ୍ରୀୟ ବାହିନୀ ଦ୍ବାରା ପରିସ୍ଥିତି ନିୟନ୍ତ୍ରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

  4. 4.ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସାମାଧାନ ଲାଗି ଗଠିତ ଟ୍ରିବ୍ୟୁନାଲ ପାଇଁ ୨୦୨୪ ନଭେମ୍ବର ୩୦ ସୁଦ୍ଧା ମୋଟ ୨୬ କୋଟି  ୩୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟ ୨୦୨୪-୨୫ରୁ ଏହା ଜଣାପଡ଼ିଛି।

  5. 5.ରାଜ୍ୟପାଳଙ୍କ ଦ୍ୱାରା ପଠାଯାଇଥିବା କୌଣସି ବିଲ୍ ଉପରେ ରାଷ୍ଟ୍ରପତି ୩ ମାସ ମଧ୍ୟରେ ନିଷ୍ପତ୍ତି ନିଅନ୍ତୁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଥମ ଥର ପାଇଁ କହିଛନ୍ତି। ବିଚାରାଧୀନ ବିଲ୍‌ଗୁଡ଼ିକର ଅନୁମୋଦନକୁ ରୋକିବା ନେଇ ତାମିଲନାଡୁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ମଙ୍ଗଳବାର ରଦ୍ଦ କରିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି।

  6. 6.ଦେଶର ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ ମସିହାରେ 'ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ' ଯୋଜନା ପ୍ରଣୟନ କରିଥିଲେ। ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ଦିଆଯାଏ। ଏହି ଯୋଜନା ଅଧୀନରେ, ଦେଶର ଗରିବ ପରିବାର ପ୍ରତିବର୍ଷ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଆନ୍ତି।

  7. 7. ସେମିକଣ୍ଡକ୍ଟର ବଜାରରେ ଆଗାମୀ ସମୟ ଭାରତର ହେବାକୁ ଯାଉଛି। ଏକ ନୂତନ ରିପୋର୍ଟରେ ଏହା କୁହାଯାଇଛି। ଏହି ରିପୋର୍ଟ ୟୁବିଏସ ନାମକ ଏକ ଆର୍ଥିକ କମ୍ପାନି ଦେଇଛି।ସେମିକଣ୍ଡକ୍ଟର ହେଉଛି ସେହି ଚିପ୍ ଯାହା ମୋବାଇଲ୍, କମ୍ପ୍ୟୁଟର ଏବଂ ଯାନବାହାନ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ହୁଏ। 

  8. 8. ଅମୃତ ଭାରତ ଯୋଜନା ଅଧୀନରେ ସରକାର ଏପର୍ଯ୍ୟନ୍ତ ସାରା ଦେଶରେ ୧୦୪ଟି ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ସମାପ୍ତ କରିସାରିଛନ୍ତି। ଏହି ଯୋଜନା ଅଧୀନରେ, ସାରା ଦେଶରେ ୧୩୦୦ ରେଳ ଷ୍ଟେସନର ପୁନଃବିକଶିତ କରାଯିବାକୁ ରହିଛି।

  9. 9.ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅଞ୍ଚଳରେ ହୋଇଛି ଡବଲ୍‌ ଏନ୍‌କାଉଣ୍ଟର୍‌। ନାବାଳିକା ଦୁଷ୍କର୍ମ ଘଟଣାର ୨ ଅଭିଯୁକ୍ତ ପୁଲିସ୍‌ ନିକଟରୁ ବନ୍ଧୁକ ଛଡ଼ାଇ ଫେରାର୍‌ ହୋଇଯାଉଥିବା ସମୟରେ ଏହି ଏନ୍‌କାଉଣ୍ଟର୍‌ ହୋଇଛି। 

  10. 10. ଟ୍ରମ୍ପ ପ୍ରଶାସନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ଲାପ୍‌ଟପ୍‌, ସ୍ମାର୍ଟଫୋନ, ‌ଚିପ୍‌ ସମେତ ୨୦ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କକୁ ଆମେରିକା ପ୍ରଶାସନ ବାଦ୍‌ ଦେଇଛି।

  11. 11.ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା ୫ ଷ୍ଟାର୍‌ ଏସି କେବଳ ୧ ଷ୍ଟାର୍‌ ମାନ୍ୟତା ପାଇବ। ଉଲ୍ଲେଖଯୋଗ୍ୟ, ୨୦୦୬ରେ ଷ୍ଟାର୍‌ ମାନ୍ୟତା ଥିବା ବୈଦ୍ୟୁତିକ ଉପକରଣ ବିକ୍ରି ହେବାଠାରୁ ଏହା ହେବ ବଡ଼ ପରିବର୍ତ୍ତନ। 

  12. 12.୨୦୨୪-୨୫ ଆର୍ଥିକବର୍ଷ ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ୯.୧୯ କୋଟିରୁ ଅଧିକ ଆୟକର ରିଟର୍ଣ୍ଣ ଦାଖଲ ହୋଇଛି। ଏଥିରୁ ୮.୬୪ କୋଟି ଆୟକର ରିଟର୍ଣ୍ଣର ଇ-ଯାଞ୍ଚ କରାଯାଇଛି। ଗତ ୩ ବର୍ଷର ତଥ୍ୟ ଉପରେ ନଜର ପକାଇଲେ ଜଣାଯାଏ ଯେ ଆୟକର ରିଟର୍ଣ୍ଣ ଦାଖଲ ସଂଖ୍ୟା ବୃଦ୍ଧି ଘଟିଛି। 

  13. 13.ୱାକଫ୍‌ ସଂଶୋଧନ ଆଇନକୁ କେନ୍ଦ୍ରକରି ଶନିବାର ପଶ୍ଚିମବଙ୍ଗର ମୁସଲମାନ ବହୁଳ ମୁର୍ଶିଦାବାଦ ଜିଲାରେ ସାନି ହିଂସାକାଣ୍ଡ ଘଟିଛି। ଏଥିରେ ତିନି ଜଣ ପ୍ରାଣ ହରାଇଥିବାବେଳେ ଦୁଇ ପୁଲିସ ସମେତ ୧୭ ଜଣ ଆହତ ହୋଇଛନ୍ତି।

  14. 14.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଉତ୍ତରପ୍ରଦେଶର ବାରାଣସୀରେ ୩,୮୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧନ କରି ସେ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ବାରାଣସୀର ବିକାଶ ଏକ ନୂତନ ଗତି ହାସଲ କରିଛି।

  15. 15.ବିଶ୍ବର ସର୍ବୋତ୍କୃଷ୍ଟ ଓ ସ୍ବଚ୍ଛ ବିମାନ ବନ୍ଦର ତାଲିକାର ପ୍ରଥମ ତିନି ସ୍ଥାନରେ ରହିଛନ୍ତି ଏସିୟା ମହାଦେଶର ତିନି ବିମାନ ବନ୍ଦର ସିଙ୍ଗାପୁର, ଦୋହା ଓ ଟୋକିଓ। ଶୁକ୍ରବାର ବ୍ରିଟେନ୍‌ର ସ୍କାଏଟ୍ରାକ୍ସ ସଂସ୍ଥା ପକ୍ଷରୁ ଭିତ୍ତିଭୂମି, ସୁବିଧାସୁଯୋଗ, ସ୍ବଚ୍ଛତା, ଆୟ ଓ ଯାତ୍ରୀ ପରିବହନ କ୍ଷମତା ଆଦି ବିଚାରରେ ତାଲିକା ପ୍ରସ୍ତୁତ କରାଯାଇଛି।

  16. 16.ମୁମ୍ବାଇରେ ଏକ ଭାରତୀୟ ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ବା ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିଏଟିଭ୍‌ ନେକ୍ନୋଲୋଜି (ଆଇଆଇସିଟି) ପ୍ରତିଷ୍ଠା କରାଯିବ । ଏହି ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ ଓ ପରିବର୍ଦ୍ଧିତ ବାସ୍ତବତା (ଏଭିଜିସି-ଏକ୍ସଆର) କ୍ଷେତ୍ର ପ୍ରତି ସମର୍ପିତ ହେବ।

  17. 17.ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା ଅନ୍ତର୍ଗତ ଦେଓମାଳି ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ । ଓଡିଶାର ସର୍ବୋଚ୍ଚ ପର୍ବତଶୃଙ୍ଗ ଦେଓମାଳିର ଉଚ୍ଚତା ୧୭୬୨ ମିଟର । ଏହା ପୁର୍ବଘାଟ ପର୍ବତମାଳାର କ୍ରୋଡରେ ଅବସ୍ଥିତ। ପାହାଡ ଚଢାଳିଙ୍କ ପାଇଁ ଏହା ଏକ ପ୍ରକୃଷ୍ଠ ସ୍ଥାନ। ଦେଓମାଳି କୋରାପୁଟ ଠାରୁ ୬୦ କିମି ଦୁରରେ ଅବସ୍ଥିତ।

  18. 18.ମହାରାଷ୍ଟ୍ରର ନାଗପୁର ଅନ୍ତର୍ଗତ ଉମରର ଅଞ୍ଚଳରେ ଥିବା ଏକ ଆଲୁମିନିୟମ ଫଏଲ କାରଖାନାରେ ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ଏମଏମପି ଆଲୁମିୟନ ଇଣ୍ଡଷ୍ଟ୍ରିଜରେ ଏହି ଅଘଟଣ ଘଟିଛି।

  19. 19.ଭାରତୀୟ ଜାତୀୟ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ୨୨ କୋଟି ନିବେଶକ ଆକାଉଣ୍ଟ ଅତିକ୍ରମ କରି ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ମାତ୍ର ୬ ମାସରେ ୨ କୋଟି ନିବେଶକ ଆକାଉଣ୍ଟ ଯୋଡ଼ିବା ସହ ୨୦୨୪ ଅକ୍ଟୋବରରେ ଥିବା ୨୦ କୋଟି ନିବେଶକ ଆକାଉଣ୍ଟ ମାର୍କକୁ ଅତିକ୍ରମ କରିଛି।

  20. 20.ଆଇପିଏଲ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଜୟପୁରରେ ଅପରାହ୍ଣ ୨୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ-ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଓ ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍‌ସ-ମୁମ୍ବଇ ଇଣ୍ଡିଆନ୍‌ସ ମୁକାବିଲା ହେବ। ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲ୍‌ସ ୫ଟି ମ୍ୟାଚ ଖେଳି ୨ଟି ବିଜୟ ଓ ୩ଟି ପରାଜିତ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.