-
1.ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ (ୟୁଏପିଏ) ଅଧୀନରେ ଜମ୍ମୁ-କାଶ୍ମୀର ପୁଲିସ ଆଜି ୬୪ ଜଣ ଆତଙ୍କବାଦୀ ସହଯୋଗୀଙ୍କ ଘରେ ଚଢ଼ଉ କରିଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଓଭର୍ଗ୍ରାଉଣ୍ଡ ୱାର୍କର୍ସ ଏବଂ ଆତଙ୍କବାଦୀ ସହଯୋଗୀଙ୍କ ବାସଭବନରେ ବ୍ୟାପକ ଚଢ଼ଉ କରାଯାଇଥିଲା ବୋଲି ପୁଲିସ କହିଛି।
-
2.ପାକିସ୍ତାନ ମନ୍ତ୍ରୀ ହନିଫ୍ ଅବାସୀଙ୍କ ଅତ୍ୟନ୍ତ ଉତ୍ତେଜନାମୂଳକ ବୟାନ ଏବେ ଚର୍ଚ୍ଚାରେ ରହିଛି। ଭାରତ ଉପରେ ଆକ୍ରମଣ ପାଇଁ ପାକିସ୍ତାନ ୧୩୦ଟି ପରମାଣୁ ବୋମା ପ୍ରସ୍ତୁତ ରଖିଛି ବୋଲି ଅବାସୀ କହିଛନ୍ତି।
-
3.ସିନ୍ଧୁ ଜଳ ଚୁକ୍ତି ଆଧାରରେ ପାଣି ପାଇଁ ଚିତ୍କାର କରୁଥିବା ପାକିସ୍ତାନ ଅଚାନକ ପିଓକେ (ପାକ୍ ଅଧିକୃତ କାଶ୍ମୀର)ରେ ବନ୍ୟାର ସମ୍ମୁଖୀନ ହୋଇଛି। ୨ ଶହରୁ ଅଧିକ ଗ୍ରାମ ପାଣି ଘେରକୁ ଆସିବା ସମ୍ଭାବନା ଥିବାରୁ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି।
-
4.ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ରାମଜୀ ଲାଲ ସୁମନ ରବିବାର ଆଗ୍ରାରୁ ବୁଲନ୍ଦସହର ଯାଉଥିବା ବେଳେ ଆଲିଗଡ଼ରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ଗୋଭନା ଟୋଲ୍ ପ୍ଲାଜା ନିକଟରେ କରଣୀ ସେନା ସହିତ ଜଡିତ ଲୋକମାନେ କରିଥିଲେ।
-
5.ଓଡ଼ିଶା ରାଜକୋଷକୁ ସମୃଦ୍ଧ କରୁଛି ଖଣି ରାଜସ୍ବ। ରାଜ୍ୟରେ ଗଚ୍ଛିତ ଲୁହାପଥର ଓ ଏହାର ଉତ୍ତୋଳନ ହାରକୁ ହିସାବ କଲେ ଆଉ ମାତ୍ର ୬୨ବର୍ଷରେ ସବୁ ଲୁହାପଥର ଶେଷ ହୋଇଯିବ।
-
6.ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷାରେ ପୁଣି ଜଣେ ଓଡ଼ିଆ ପୁଅ ଚମକିଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିବାସୀ ୟସ ଜୈନ ସର୍ବ ଭାରତୀୟ ନିଟ୍ ଏସ୍ଏସ୍(ସୁପର ସ୍ପେଶାଲିଟି ଏଣ୍ଟ୍ରାନ୍ସ ପରୀକ୍ଷା)-୨୦୨୫ରେ ସର୍ବ ଭାରତୀୟ ସର୍ବ ପଥ୍ରମ ହୋଇଛନ୍ତି। ସେ ସୁନିଲ ଜୈନ ଓ ମାତା ପୁଜା ଜୈନଙ୍କ ସୁପୁତ୍ର ଅଟନ୍ତି।
-
7.ନିକଟରେ ସୁନା ଦରରେ ଅହେତୁକ ବୃଦ୍ଧି ଘଟିବା ପରେ ସେମାନଙ୍କ ପାଖରେ ଥିବା ସୁନାର ମୂଲ୍ୟ ୫୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତ ୧୫ ବର୍ଷ ଭିତରେ ଭାରତୀୟ ମହିଳାମାନେ ୧୨ ହଜାର ଟନ୍ର ସୁନା କିଣିଛନ୍ତି।
-
8.ସତ୍ୟନଗରଠାରେ ଏକ ନୂଆ ଆଇଟି ଟାୱାର ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରସ୍ତାବିତ ଆଇଟି ଟାୱାରରେ ଆଇଟି କମ୍ପାନିଗୁଡ଼ିକ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟାଳୟ କ୍ଷେତ୍ର ବିକାଶ କରାଯିବ। ପ୍ରାୟ ୬ ଏକର ଜମିରେ ବିକାଶ ହେବାକୁ ଥିବା ଏହି ଆଇଟି ଟାୱାର ହେବ ଏକ ୩୪ ମହଲା କୋଠା।
-
9. ଭାରତ ଛାଡିଲେଣି ୫୩୭ ପାକିସ୍ତାନୀ, ୨୯ ଯାଏଁ ବଢ଼ିଲା ପାକିସ୍ତାନକୁ ଫେରିବା ସମୟସୀମା। ପାକିସ୍ତାନରୁ ଫେରିଛନ୍ତି ୧୩୮୭ ଜଣ ଭାରତୀୟ
-
10.ଉତ୍କଳ ବିଶ୍ବବିଦ୍ୟାଳୟ ପରିସରସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. ବାବାଜୀ ଚରଣ ପଟ୍ଟନାୟକ, ମମତା ଦାଶ, ପ୍ରଫେସର ଶରତ ଚନ୍ଦ୍ର ଶତପଥୀ, ଡ. ନାରାୟଣ ଚନ୍ଦ୍ର ଶତପଥୀ, ଡ. ରମେଶ ପତ୍ରୀ ଏବଂ ହରିହର ଶୁକ୍ଳଙ୍କୁ ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୪ ପ୍ରଦାନ କରାଯାଇଛି ।
-
11.ଗଞ୍ଜାମରେ ଡବଲ ମର୍ଡର: ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ, ବେଗୁନିଆପଡ଼ା ଥାନା ଶାଳବଣ ଜଙ୍ଗଲରୁ ମୃତଦେହ ଜବତ।
-
12.ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସ, ଘନଘନ କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରହିଛି।
-
13.ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ଗତ ୮୦ ବର୍ଷ ମଧ୍ୟରେ ଦେଶର କୌଣସି ରାଷ୍ଟ୍ରପତିଙ୍କ ଠାରୁ ସର୍ବନିମ୍ନ ୧୦୦ ଦିନର ଅନୁମୋଦନ ରେଟିଂ ରେକର୍ଡ କରିଛନ୍ତି।
-
14.ଅନନ୍ତନାଗ ଜିଲାରେ ୧୭୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି।
-
15.ଲୋକସେବକ ମଣ୍ଡଳ ଓ ‘ସମାଜ’ ଦ୍ବାରା ଆଠଗଡ଼ ସନ୍ନିକଟ ମାଧପୁରଠାରେ ପରିଚାଳିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଜିମ୍ସାର)ର ନୂତନ ଅଧ୍ୟକ୍ଷ ଭାବେ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ନିଯୁକ୍ତ ହୋଇଛନ୍ତି।
-
16.ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ବାଣିଜ୍ୟ ସମ୍ପର୍କ ନଥିଲେ ମଧ୍ୟ, ତୃତୀୟ ଦେଶ ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୧୦ ବିଲିୟନ ଡଲାର ମୂଲ୍ୟର ଭାରତୀୟ ସାମଗ୍ରୀ ପାକିସ୍ତାନ ପହଞ୍ଚୁଛି ବୋଲି ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ ରିପୋର୍ଟ ।
-
17.ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ କ୍ୟାବିନେଟ୍ରୁ ୨ ବରିଷ୍ଠ ମନ୍ତ୍ରୀଙ୍କୁ ବିଦା କରାଯାଇଛି। ସେନ୍ଥିଲ ବାଲାଜୀ ଏବଂ କେ. ପୋନ୍ମୁଡ଼ି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟପାଳ ଆର୍.ଏନ୍. ରବି ସେମାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି।
-
18.ପହଲଗାମ୍ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ ଏସିଆନ ଭଲିବଲ୍ ଟୁର୍ନାମେଣ୍ଟରୁ ଭାରତ ଓହରିଯାଇଛି।
-
19.ପାକିସ୍ତାନ ସୁପର ଲିଗ (ପିଏସ୍ଏଲ୍)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ରବିବାର ବ୍ୟବସ୍ଥା କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଥିବା କୂଟନୈତିକ ସମ୍ପର୍କ ଆହୁରି ଖରାପ ହୋଇଛି।
-
20.ଏପର୍ଯ୍ୟନ୍ତ ଇଲେକ୍ଟ୍ରିକ କାର ବିଷୟରେ ଶୁଣିଥିବେ, କିନ୍ତୁ ଏବେ ଇଲେକ୍ଟ୍ରିକ ରାସ୍ତା ମଧ୍ୟ ଆସିଗଲାଣି। ସ୍ବିଡେନ ହେଉଛି ବିଶ୍ୱର ପ୍ରଥମ ଦେଶ, ଯିଏ ଏହି ବର୍ଷ ସ୍ଥାୟୀ ଭାବରେ ବିଦ୍ୟୁତୀକରଣ ହୋଇଥିବା ରାସ୍ତା ଖୋଲିବ। ଏହି ରାସ୍ତାର ବିଶେଷତ୍ୱ ହେଉଛି ଯେ ଯାତାୟାତ ସମୟରେ ଇଲେକ୍ଟ୍ରିକ ଯାନଗୁଡ଼ିକୁ ସହଜରେ ଚାର୍ଜ କରାଯାଇପାରିବ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.