- 1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟରେ ୭୧ ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ୪ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୫୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଛନ୍ତି।
-
2.ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ୩ ବିଶିଷ୍ଟ ପ୍ରତିଭା- ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ବୈତ ଚରଣ ଗଡ଼ନାୟକ, ଖ୍ୟାତନାମା ଚିକିତ୍ସିକ ଡାକ୍ତର ଅଶୋକ କୁମାର ମହାପାତ୍ର ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।
-
3.ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନାମୂଳକ ଓ ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାରଣ କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁପାରିସକ୍ରମେ ଭାରତରେ ମୋଟ ୬୩ ନିୟୁତ ସବ୍ସ୍କ୍ରାଇବର ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରାଯାଇଛି।
-
4. ଭାରତୀୟ ନୌସେନା ସେନା ପାଇଁ ପ୍ରାୟ ୬୩ ହଜାର କୋଟି ଟଙ୍କାର ରାଫେଲ ମେରାଇନ ଯୁଦ୍ଧ ବିମାନ କିଣିବାପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି।
-
5.ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ବିଗିଡ଼ିଛି। ଦୁଇ ଦେଶ ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି। ଏଭଳି ସମୟରେ ପାକିସ୍ତାନକୁ ଚୀନ ଓ ତୁର୍କୀ ସମର୍ଥନ ଦେବା ଆରମ୍ଭ କରିଛନ୍ତି।
-
6.ଦେଶର ଅଗ୍ରଣୀ ସୋଲାର ମଡ୍ୟୁଲ୍ ନିର୍ମାତା ଆଇକନ୍ ସୋଲାର ନୂଆ ନିବେଶ ପାଇଁ ଓଡ଼ିଶାର ଗୋପାଳପୁରକୁ ଚୟନ କରିଛି। କମ୍ପାନି ସେଠାରେ ଏକ ୨ ଗିଗାୱାଟ୍ର ସୋଲାର୍ ସେଲ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛି।
-
7.ସ୍ବତନ୍ତ୍ର ଓଡ଼ିଶାର ଗଠନର କର୍ଣ୍ଣଧାର ଥିଲେ ମଧୁବାବୁ। ଓଡ଼ିଶାକୁ ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟଗଠନ କରିବା ପାଇଁ ମଧୁବାବୁ ଜୀବନକାଳ ସଂଘର୍ଷ କରିଥିଲେ। ଏଥିପାଇଁ ଓଡ଼ିଶାବାସୀ ତାଙ୍କୁ ସର୍ବଦା ମନେରଖିବେ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଡ. ଜଷ୍ଟିସ୍ ସଞ୍ଜିବ କୁମାର ପାଣିଗ୍ରାହୀ କହିଛନ୍ତି।
-
8.୮୯ ବର୍ଷରେ ଓଡ଼ିଆ ଚଳଚ୍ଚିତ୍ର ଇତିହାସ– ୧୯୩୬, ଏପ୍ରିଲ ୧ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଆଜିର ଦିନରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ କଥାକୁହା ଚଳଚ୍ଚିତ୍ର ‘ସୀତା ବିବାହ’।
-
9.ଦେଶରେ ୩୪୭୭ ମତ୍ସ୍ୟଗ୍ରାମ ରହିଥିବା ବେଳେ ସେଥିରୁ ୭୨୯ଟି ଗ୍ରାମ ଓଡ଼ିଶାରେ ରହିଛି। ମୁମ୍ବାଇରେ ଅନୁଷ୍ଠିତ ଉପକୂଳ ରାଜ୍ୟ ମତ୍ସ୍ୟ ସମ୍ମିଳନୀରେ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।
-
10.ଆସନ୍ତା ମାସରେ ବିଜୟ ଦିବସ ପାଳନର ୮୦ ବର୍ଷ ପୂର୍ତ୍ତି ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନରେ ଚାଲିଥିବା ସାମରିକ ଅଭିଯାନରେ ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି।
-
11.ପାକିସ୍ତାନ ଆକାଶ ସୀମା ବନ୍ଦ ହେବ। ପାକିସ୍ତାନକୁ ବିମାନ ସେବା ବନ୍ଦ କରାଯିବା ନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।
-
12.ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) କ୍ୟାମ୍ପସରେ ବିଶୃଙ୍ଖଳା ଆଚରଣ କରୁଥିବା ଅଭିଯୋଗରେ ୧୦୦ଜଣ ଛାତ୍ରଙ୍କ ବିରୋଧରେ ଭିସୁଟ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି।
-
13.ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନୀମାନଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତଦନୁଯାୟୀ ୨୪ରୁ ଅଦ୍ୟାବଧି ଅଟ୍ଟାରୀ-ଓ୍ବାଘା ସୀମା ଦେଇ ୫୩୭ ପାକିସ୍ତାନୀ ନାଗରିକ ଭାରତ ଛାଡ଼ିଛନ୍ତି।
-
14.ଓଡ଼ିଶାରେ ସମବାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱର ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ଜମାକାରୀମାନଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ସମୁଦାୟ ୯,୫୩୭ ଜଣ ଜମାକାରୀ ୨୦ କୋଟି ୯୬ ଲକ୍ଷ ଟଙ୍କା ଫେରସ୍ତ ପାଇବାର ପ୍ରକ୍ରିୟା ଆରମ୍ଭ ହୋଇଛି।
-
15.୧୪ ବର୍ଷୀୟ ବୈଭବ ଜୟପୁରରେ ଇତିହାସରେ ରଚିଛନ୍ତି। ମାତ୍ର ୩୫ ବଲ୍ରେ ନିଜର ପ୍ରଥମ ଶତକ ହାସଲ କରି ଏହି ଯୁବ କ୍ରିକେଟର ସମସ୍ତଙ୍କୁ ଚମକାଇ ଦେଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.