• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.ଅନ୍‌ଲାଇନ୍‌ ଗେମ୍‌ ଖେଳି ୫ ଲକ୍ଷ ଟଙ୍କା ହରାଇବାରୁ ଜଣେ ସଫ୍ଟୱେର୍‌ ଇଞ୍ଜିନିୟର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଚମାରଗାଁ ପଞ୍ଚାୟତ ତେଘରୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାୟଙ୍କ ପୁଅ ସର୍ବଜିତ(୪୪)।

2.ପୁଲିସ ଏନ୍‌କାଉଣ୍ଟର୍‌ ରାଜ୍ୟରେ ଶୂନ ଥିବା ବେଳେ ହଠାତ ଚେଇଁ ଉଠିବା ଏବଂ ଫେବ୍ରୁଆରି ୧୭ରୁ ଏପ୍ରିଲ ୧୬ ତାରିଖ, ମାତ୍ର ମାସକ ମଧ୍ୟରେ ୧୬ ଜଣ ଅପରାଧୀଙ୍କୁ ଏନ୍‌କାଉଣ୍ଟର୍‌ କରିବା ଘଟଣା ରହସ୍ୟମୟ ହେବାରେ ଲାଗିଛି।

3.ରାଜ୍ୟରେ ଆଗାମୀ ୬ଦିନ ଯାଏଁ ପାଣିପାଗ ସ୍ଥିତି କିଭଳି ରହିବ ସେନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରେସରିଲିଜ୍ ଜାରି କରିଛି। ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ କୁଆପଥର ସହ ବିଜୁଳି ଓ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଏଥିରେ କହିଛିl

4.ଆଇକନିକ୍‌ କଳିଙ୍ଗ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେବାକୁଯାଉଛି କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ। 

5.ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୟୁନାଇଟେଡ କିଙ୍ଗ୍‌ଡମ୍‌ର ସମ୍ମାନଜନକ ‘ସ୍ୟାଣ୍ଡ୍‌ ମାଷ୍ଟର ଆଓ୍ବାର୍ଡ’ରେ ସମ୍ମାନିତ ହୋଇଛନ୍ତିl

6.ରୋମରେ ପ୍ରଥମଥର ପାଇଁ ମଣିଷ ଡିମ୍ବାଶୟ ଫୋଲିକୁଲାର ତରଳ ପଦାର୍ଥରେ ମାଇକ୍ରୋପ୍ଲାଷ୍ଟିକ୍‌ ମିଳିଛି।ଯାହାକି ଅତ୍ୟନ୍ତ ଚିନ୍ତାଜନକ। ଏହା ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ଗଭୀର ପ୍ରଭାବ ପକାଇବ। ଯାହାକୁ ନେଇ ଭୟ ସୃଷ୍ଟି ହୋଇଛି। 

7.କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ଏକ ହାଇସ୍କୁଲରେ ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ ଓ ବଳାତ୍କାର କରିବା ଅଭିଯୋଗରେ ଉକ୍ତ ସ୍କୁଲର ଶିକ୍ଷକଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି ଅମ୍ବାଦଳା ପୋଲିସ। ଅଭିଯୁକ୍ତ ହେଲେ ଶେଷଦେବ ପାତ୍ର। 

8.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ୍‌ ହାସିନାଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ ଜାରି କରିବା ଲାଗି ବାଂଲାଦେଶ ପୁଲିସ ଇଣ୍ଟରପୋଲକୁ ଆବେଦନ କରିଛି।

9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ରେ ସାଉଦି ଆରବ ଗସ୍ତରେ ଯିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛିl

10.୨୧ରୁ ୨୪ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛିl

11ଜେଇଇ ମେନ୍ ୨୦୨୫ ରେ ଓମ୍ ପ୍ରକାଶ ବେହେରା ଶତ ପ୍ରତିଶତ ନମ୍ବର ରଖି ଶ୍ରେଷ୍ଠ ୨୪ ତାଲିକାରେ ସାମିଲ। ରାଜ୍ୟସ୍ତରୀୟ ଟପ୍ପର ତାଲିକାରେ ନବନୀତ ପ୍ରିୟଦର୍ଶୀ ଅଛନ୍ତି।

12-ଟ୍ୱିନ ସିଟିରେ ହେବ ନୂଆ ଆଇଟି ପାର୍କ, ୫ ବର୍ଷରେ ସଡ଼କ ନିର୍ମାଣରେ ଖର୍ଚ୍ଚ ହେବ ୨ ଲକ୍ଷ ୩୦ ହଜାର କୋଟି: ଆଇନ ଓ ପୂର୍ତ୍ତମନ୍ତ୍ରୀ ସୂଚନାl

13.ଆସନ୍ତା ୨୪ରେ, ୧ ଲକ୍ଷ ୭୦ ହଜାର ମହିଳା ଏକା ଥରକେ ଦୁଇଟି କିସ୍ତି ସୁଭଦ୍ରା ଯୋଜନା ଟଙ୍କା ପାଇବେ।

14.୨୧ରେ ମହାପ୍ରଭୁଙ୍କ ପଇତା ଲାଗି,ଓ ୨୩ରେ ବନକ ଲାଗି, ଶ୍ରୀମନ୍ଦିରରେ ରହିବ ଦର୍ଶନ କଟକଣା।

15-ଜାମ୍ବୁଗୁଡା ଗାଁକୁ ନଥିଲା ରାସ୍ତା, ବାହାଘର ପାଇଁ ନିଜ ଖର୍ଚ୍ଚରେ ରାସ୍ତା ତିଆରି କଲେ ରାୟଗଡାର ଯୁବକ।

16.ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀର ହେବ ଆଉ ଏକ ବାଟାଲିୟନ, ସୃଷ୍ଟି ହେବ ୧୦୪୦ ନୂଆ ପଦବୀ।

17.ରାୟଗଡ଼ାରେ ଚାଞ୍ଚଲ୍ୟ, ୬ଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ,ଘଟଣାର ତଦନ୍ତ ଚାଲିଛି 

18.ଓ୍ୱାଶିଂଟନ:MIT ପାନଥିଅନ ଗ୍ଲୋବାଲ ରାକିଂ, ତାଲିକାରେ ଦ୍ରୈ।ପଦୀ ମୁର୍ମୁ ,ପ୍ରତିଭା ରାୟ ଓ ମାନସୀ ପ୍ରଧାନ।

19.ପୁଟିନଙ୍କ ସାମୟିକ ଯୁଦ୍ଧ ବିରତି ଘୋଷଣା, ସତର୍କ ରହିବାକୁ ସେନାକୁ ନିର୍ଦେଶ।

20.-ଷ୍ଟୁଡେଣ୍ଟସ ଭିସାକୁ ଟ୍ରମ୍ପ ଛାଟ, ଭାରତୀୟ ଛାତ୍ରଛାତ୍ରୀ ଛାନିଆ,୫ ଶହ ଭାରତୀୟଙ୍କ ଷ୍ଟୁଡେଣ୍ଟସ ଭିସା ରଦ୍ଦ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.