-
1.ଆମେରିକା ସହ ପରମାଣୁ ଚୁକ୍ତି ନେଇ ଆଲୋଚନା ଚାଲିଥିବା ବେଳେ ଇରାନର ସାହିଦ ରାଜାଇ ବନ୍ଦରରେ ଭୟାବହ ବିସ୍ଫୋରଣ ଘଟିଛି। ଏଥିରେ ୫୬୧ ଜଣ ଆହତ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି।
-
2. ରୁଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ସେ ୟୁକ୍ରେନ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ।
-
3.ଚୀନ ପାଇଁ ଆମେରିକୀୟ କମ୍ପାନି ବୋଇଂ ତିଆରି କରିଥିବା ପ୍ରାୟ ୧୦ଟି ବିମାନକୁ ଭାରତର ଏୟାର ଇଣ୍ଡିଆ କିଣିପାରେ। ବୋଇଂ ପ୍ରଥମେ ୭୩୭ ମାକ୍ସ ବିମାନ ଚୀନ କମ୍ପାନି ପାଇଁ ନିର୍ମାଣ କରିଥିଲା।
-
4. ଦାରିଦ୍ର୍ୟ ଦୂରୀକରଣରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ବିଶ୍ବବ୍ୟାଙ୍କ ଭାରତକୁ ପ୍ରଶଂସା କରିଛି। ଏହା ଜଣାଇଛି ଯେ ଗତ ୧୦ ବର୍ଷ ଭିତରେ ଭାରତରେ ୧୭.୧ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ କବଳରୁ ମୁକଳିଛନ୍ତି।
-
5.ଭିସା ନିଷେଧାଦେଶ ସର୍ତ୍ତ ସରକାର କୋହଳ କଲେ । ପାକିସ୍ତାନରୁ ଆସି ଦୀର୍ଘକାଳୀନ ଭିସାରେ ଭାରତରେ ରହୁଥିବା ହିନ୍ଦୁଙ୍କ ପାଇଁ କଟକଣା କୋହଳ ,ହିନ୍ଦୁଙ୍କ ଭିସା ରଦ୍ଦ ହେବନି।
-
6.ଜମ୍ମୁ କାଶ୍ମୀର ପ୍ରଶାସନ ଶନିବାର କାଶ୍ମୀରରେ ଜଣେ ଏଲ୍ଇଟି କମାଣ୍ଡର ସମେତ ୫ ଜଣ ଆତଙ୍କବାଦୀଙ୍କ ଘର ମାଟିରେ ମିଶାଇ ଦେଇଛି। ସୋପିଆନ୍ର ଛୋଟିପୁରା ଗ୍ରାମରେ ଏଲ୍ଇଟି କମାଣ୍ଡର ସାହିଦ ଅହମଦ କୁଟ୍ଟେର ଘରକୁ ସୁରକ୍ଷାକର୍ମୀ ଧ୍ବସ୍ତ କରିଛନ୍ତି।
-
7.ଏପ୍ରିଲ୨୧, ଇଷ୍ଟର ସୋମବାର ଦିନ ୮୮ ବର୍ଷ ବୟସରେ ପରଲୋକର କିଛି ଦିନ ପରେ ଶନିବାର ଭାଟିକାନରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ଉପସ୍ଥିତିରେ ପୋପ୍ ଫ୍ରାନ୍ସିସ୍ଙ୍କ ଅନ୍ତିମ ସଂସ୍କାର କରାଯାଇଛି।
-
8.ରାଜସ୍ଥାନର ଜୈସଲମେରରେ ଅବସ୍ଥିତ ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମାର ନିୟନ୍ତ୍ରଣ ରେଖାରେ ପରିସ୍ଥିତିର ଉତ୍ତେଜନାପୂର୍ଣ୍ଣ ରହିଛି। ଏହା ସହିତ, ପହଲଗାମ ଆକ୍ରମଣ ପରେ ସୀମାବର୍ତ୍ତୀ ଅଞ୍ଚଳର ପରିସ୍ଥିତି ବଦଳିଛି।
-
9.ରେକର୍ଡ କଲା ଗହୀରମଥା ୩ ଦିନ ମଧ୍ୟରେ ସମୁଦ୍ରକୁ ଏକ କୋଟି ୮୫ ଲକ୍ଷରୁ ଅଧିକ କଇଁଛ ଶାବକ ଫେରିଲେଣି।
-
10.ଜୁନିୟର ଡାଗର ବ୍ରଦର୍ସଙ୍କ ଶିବସ୍ତୁତିଙ୍କ ଶାସ୍ତ୍ରୀୟ ପରିବେଷଣକୁ ନେଇ କପିରାଇଟ୍ ମାମଲାରେ ୨ କୋଟି ଟଙ୍କା ଜମା କରିବାକୁ ଦିଲ୍ଲୀ ହାଇକୋର୍ଟ ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନ ଏବଂ ପୋନିୟିନ୍ ସେଲଭାନ-୨ର ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
11 ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ସନ୍ଦିଗ୍ଧଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ପରେ ପୁଲିସ ପକ୍ଷରୁ ବ୍ୟବସ୍ଥା କଡ଼ାକଡ଼ି ହୋଇଛି ବୋଲି ଖୋଦ୍ ଏସ୍ପି ବିବୃତି ରଖିଲେ।
-
12.ଏପ୍ରିଲ୍ ୨୯ରୁ ଜୁନ୍ ୨୭ ତାରିଖ ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ। ଜୁନ୍ ୨୮ରୁ ପୁଣି ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ।
-
13.ଗଞ୍ଜାମ ଜିଲ୍ଲାର ଏକ ୪ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ଶ୍ଵାସରୁଦ୍ଧ କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପାଟପୁର ଥାନା ତଥା ସାନଖେମୁଣ୍ଡି ବ୍ଲକ୍ର ଖଲିଙ୍ଗି ଗ୍ରାମରେ ଘଟିଛି ଏହି ହୃଦୟବିଦାରକ ଘଟଣା।
-
14.ନାବାଳିକାକୁ ଭୁଲାଇ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ ଅଭିଯୁକ୍ତ ଯୁବକକୁ ୧୦ ବର୍ଷ କାରାଦଣ୍ଡା ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ଗ୍ରାମର ମାହାତ ମୁଣ୍ଡା।
-
15.ଫେବ୍ରୁଆରି ମାସରେ ଓଡ଼ିଶାରେ ପ୍ରାୟ ୨ ଲକ୍ଷ ମୋବାଇଲ ଫୋନ୍ ଗ୍ରାହକ କମ୍ପାନି ବଦଳାଇଛନ୍ତି। ଦେଶରେ ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍ଏନ୍ପି) କାର୍ଯ୍ୟକାରୀ ହେବା ଦିନଠାରୁ ଚଳିତବର୍ଷ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ୧ କୋଟି ୯୨ ଲକ୍ଷ ୬୦ ହଜାର ଲୋକ କମ୍ପାନି ବା ଅପରେଟର ବଦଳାଇଲେଣି।
-
16.ମେ’ ୧୫ରୁ ୨୦ ତାରିଖରେ +୨ ପରୀକ୍ଷା ଫଳ ପ୍ରକାଶ ପାଇବ।
-
17.ପାକିସ୍ତାନୀଙ୍କୁ ଖୋଜୁ ଖୋଜୁ ୫୫୦ ବାଂଲାଦେଶୀ ବାହାରିଲେ, ଗୁଜରାଟରେ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ ସମୟରେ ଧରାପଡ଼ିଲେ ବେଆଇନ ଭାବେ ଏହି ବାଂଲାଦେଶୀ ନାଗରିକ ରହୁଥିଲେ।
-
18.ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଭାବେ ନିଯୁକ୍ତି ମିଳିଛି।
-
19.ବିଜେପି ନେତା ରାଜା ଇକ୍ବାଲ ସିଂହ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ରାଜା ୧୩୩ଟି ଭୋଟ ପାଇଥିବାବେଳେ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀ ମନଦୀପ ସିଂହଙ୍କୁ କେବଳ ୮ଟି ଭୋଟ ମିଳିଛି।
-
20.ପ୍ରାୟ ଲକ୍ଷେ ଲୋକଙ୍କ ରାଶନ କାର୍ଡ କଟିଛି। ଏହାବାଦ୍ ଅନ୍ୟ ୫ ଲକ୍ଷ ମୃତ ହିତାଧିକାରୀଙ୍କୁ ମିଶାଇ ମୋଟ ୬ ଲକ୍ଷ କାର୍ଡ କାଟି ଦିଆଯାଇଛି। ଏହି ୬ ଲକ୍ଷ କାର୍ଡ ଗରିବ ଲୋକଙ୍କୁ ଦିଆଯିବ ବୋଲି ଶନିବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.