-
1.ଭାରତର ବିଶ୍ୱସ୍ତ ବନ୍ଧୁ ରୁଷ୍ ଆଜି ଏକ ଚକିତକାରୀ ପଦକ୍ଷେପ ନେଇ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ରୁଷ୍ ଆଜି ନିଜର ଅତ୍ୟାଧୁନିକ ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଚୀନ୍କୁ ପ୍ରଦାନ କରିଛି।
-
2.ପହଲଗାମ ଆକ୍ରମଣରେ ପ୍ରତିଶୋଧ ପାଇଁ ବ୍ଲୁ ପିଣ୍ଟ ପ୍ରସ୍ତୁତ। ସେନାକୁ ପୂର୍ଣ୍ଣ ସ୍ବାଧୀନତା ଦେଲେ ପ୍ରଧାନମନ୍ତ୍ରୀ । ଆକ୍ରମଣ ପାଇଁ ସମୟ, ଟାର୍ଗେଟ, ଶୈଳୀ ସ୍ଥିର କରିବାକୁ ନିର୍ଦ୍ଦେଶ । ପ୍ରତିରକ୍ଷା ମନ୍ତ୍ରୀ, ଏନଏସଏ, ସିଡିଏସ ଓ ତିନି ସେନାମୁଖ୍ୟଙ୍କ ସହ ମୋଦୀ ଓ ଶାହାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ।
-
3.ପେଗାସସ୍ ମାମଲା ସହ ଜଡ଼ିତ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ଆଜି କହିଛନ୍ତି ଯେ, କେନ୍ଦ୍ର ସରକାର ଜାତୀୟ ନିରାପତ୍ତା ପାଇଁ ସ୍ପାଇୱେର ବ୍ୟବହାର କରିବା ଭୁଲ୍ ନୁହେଁ।
-
4.ଜମ୍ମୁ-କାଶ୍ମୀର ସରକାର କାଶ୍ମୀରର ୮୭ଟି ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୪୮ଟିକୁ ବନ୍ଦ କରିଦେଇଛନ୍ତି।
-
5.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗୱାଇଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ୨୦୨୫ ମେ ୧୪ ତାରିଖରୁ ଜଷ୍ଟିସ୍ ଗୱାଇ ଦେଶର ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ।
-
6. ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମାତ୍ର ୪୮ ଘଣ୍ଟା ମଧ୍ୟରେ ଜଣଙ୍କୁ ଛାଡି ସମସ୍ତ ପାକିସ୍ତାନୀଙ୍କୁ ସେମାନଙ୍କ ଦେଶକୁ ଫେରାଇ ଦେଲେ।
-
7.ସୀମାନ୍ତ ଛତିଶଗଡ଼ର ନକ୍ସଲ ପ୍ରବଣ ଜିଲ୍ଲାରେ ଆଜି ବି ମୋବାଇଲ ଟାୱର ବ୍ୟବସ୍ଥା ନଥିଲା। ନକ୍ସଲଙ୍କର ତାଗିଦ ଯୋଗୁଁ ଲୋକେ ମୋବାଇଲ ଧରିବାକୁ ଭୟ କରୁଥିଲେ। ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଗୁଞ୍ଜେପର୍ତ୍ତି ଗ୍ରାମରେ ସୋମବାର ଦିନ ଏକ ମୋବାଇଲ ଟାୱର ସ୍ଥାପନ କରାଯାଇଛି।
-
8.ଏବର୍ଷ ଅକ୍ଷୟ ତୃତୀୟାରେ ଦେଶରେ ୧୬ ହଜାର କୋଟି ଟଙ୍କାର ବେପାର ହେବ ବୋଲି ଅଲ୍ ଇଣ୍ଡିଆ ଜୁଏଲର୍ସ ଆଣ୍ଡ ଗୋଲ୍ଡସ୍ମିଥ କନ୍ଫଡେରେସନ ପକ୍ଷରୁ କୁହାଯାଇଛି।
-
9.ପହଲଗାମ ଆତଙ୍କୀ ଆକ୍ରମଣ ପରେ ସୁରକ୍ଷାକୁ ନଜରରେ ରଖି ଉତ୍ତରାଖଣ୍ଡରେ ଆରମ୍ଭ ହେଉଥିବା ଚାରଧାମ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରା ମାର୍ଗରେ ପ୍ରାୟ ୬ ହଜାର ପୁଲିସକର୍ମୀ, ୧୭ କମ୍ପାନୀ ସଶସ୍ତ୍ର ବାହିନୀ ଓ ୧୦ କମ୍ପାନୀ ଅର୍ଦ୍ଧସୈନିକ ବଳ ନିୟୋଜିତ ହୋଇଛନ୍ତି ।
-
10.ଖେଳ, ମନୋରଞ୍ଜନ ମାଧ୍ୟମରେ ପିଲାମାନଙ୍କୁ ଦିଆଯିବ ଶିକ୍ଷା। ଶିଶୁ ବାଟିକା, ପ୍ରଥମ ଓ ୨ୟ ଶ୍ରେଣୀ ପିଲାଙ୍କୁ ‘ଯାଦୁପେଡି’ ଦିଆଯିବ ।
-
11.କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ମେ’ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ନଦୀ ନାଳଗୁଡ଼ିକରେ ଥିବା କୁମ୍ଭୀର ବସା ବାନ୍ଧି ଅଣ୍ଡା ଦେବେ।
-
12.ଅକ୍ଷୟତୃତୀୟା , ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖରିଫ ଋତୁ ନିମନ୍ତେ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ସହାୟତା କିସ୍ତି ଟଙ୍କା ପ୍ରଦାନ କରିବେ।
-
13.ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ୧୦ ଟଙ୍କା ବୃଦ୍ଧି ପାଇଲା । ସରକାର ରାଜ୍ୟରେ ଶ୍ରମିକଙ୍କ ଦରମା ବୃଦ୍ଧି କରିଛନ୍ତି । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୫୨ରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୦୨ରୁ ୫୧୨ ଟଙ୍କାକୁ ବୃଦ୍ଧି ପାଇଛି।
-
14.ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଏପ୍ରିଲ ୩୦ ଅକ୍ଷୟ ତୃତୀୟା ଠାରୁ ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଘଣ୍ଟାରେ ଖବର ଶୀର୍ଷକ ପ୍ରସାରଣ କରାଯିବ।
-
15.ଆପଲ ତାମିଲନାଡୁରେ ଟାଟା ଇଲେକ୍ଟ୍ରୋନିକ୍ସର ଏକ ନୂତନ ପ୍ଲାଣ୍ଟରେ ଆଇଫୋନ ଉତ୍ପାଦନ ଆରମ୍ଭ କରିଛି, ଏବଂ ବେଙ୍ଗାଲୁରୁରେ ଫକ୍ସକନ ଦ୍ୱାରା ପରିଚାଳିତ ଦ୍ୱିତୀୟ ପ୍ଲାଣ୍ଟ ଆସନ୍ତା ମାସରୁ ଶିପମେଣ୍ଟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି।
-
16.ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ସମସ୍ତ ଅପରେଟିଂ ମାର୍କେଟରେ କ୍ଷୀର ମୂଲ୍ୟ ବୃଦ୍ଧି କରିଛି। କମ୍ପାନୀ ଘୋଷଣା କରିଛି ଯେ, ଗତ ୧୫ ମାସରେ ଉତ୍ପାଦନ ଖରଚ ବୃଦ୍ଧି ହେତୁ ଲିଟର ପିଛା ୨ ଟଙ୍କା ମୂଲ୍ୟ ବୃଦ୍ଧି କରାଯାଇଛି।
-
17.ଭାରତ ହେଉଛି ବିଶ୍ୱର ବୃହତ ଦେଶଗୁଡ଼ିକ ମଧ୍ୟରେ ସବୁଠାରୁ ଦ୍ରୁତ ବୃଦ୍ଧି ପାଉଥିବା ଅର୍ଥନୀତି। ଚଳିତ ବର୍ଷ ୧୫ଟି ଦେଶର ଅର୍ଥନୀତି ଭାରତଠାରୁ ତୀବ୍ରତର ଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଆଇଏମଏଫ ଅନୁସାରେ, ଭାରତର ଅର୍ଥନୀତି ଚଳିତ ବର୍ଷ ୬.୨ ପ୍ରତିଶତ ହାରରେ ବୃଦ୍ଧି ପାଇବ।
-
18.୨୦୨୬ ସୁଦ୍ଧା ମିଳିମିଳା ଏବଂ ରୁବେଲାକୁ ସମ୍ପୂର୍ଣ୍ଣ ରୂପେ ପରାହତ କରିବା ପାଇଁ ଓଡ଼ିଶା ସଂକଳ୍ପବଦ୍ଧ। ସେହିପରି ଟିକାକରଣ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍-୫) ଅନୁଯାୟୀ ଓଡ଼ିଶା ୯୦.୫% ଟିକାକରଣ କଭରେଜ୍ ହାସଲ କରିପାରିଛି।
-
19.ବେଙ୍ଗାଲୁରୁର ସିଦ୍ଧେହଲ୍ଲି ଗାଁର ହନୁମନ୍ତରାଇ ମନ୍ଦିରରେ ପୂଜା କରୁଥିବା ନରସିଂହ ମୂର୍ତ୍ତି ଏବେ ଏକ ନୂତନ ପରିଚୟ ସୃଷ୍ଟି କରୁଛନ୍ତି। ମୂର୍ତ୍ତି ଦାବି କରିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଭାବରେ AI ସାହାଯ୍ୟରେ ନିର୍ମିତ ବିଶ୍ୱର ପ୍ରଥମ କନ୍ନଡ ଫିଲ୍ମ ତିଆରି କରିଛନ୍ତି। ଏହି ଫିଲ୍ମକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ରୁ ମଧ୍ୟ ଅନୁମୋଦନ ମିଳିଛି।
-
20.କଲମ୍ବୋରେ ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଭାରତୀୟ ମହିଳା ଦଳ ୧୫ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ତ୍ରିରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳାରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.