-
1.‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’କୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଏହା ଦ୍ଵାରା ୧୦୦୦ କୋଟି ବ୍ୟୟରେ ଆନୁମାନିକ ୫୦୦ କିମି ନୂତନ ରାସ୍ତା ନିର୍ମାଣ ହେବ।
-
2.ମୁଖ୍ୟମନ୍ତ୍ରୀ ବସ୍ ସେବାରେ ମହିଳା, ଦିବ୍ୟାଙ୍ଗ ଓ କିନ୍ନରମାନଙ୍କୁ ୫୦% ରିହାତି ମିଳିବ। ସେହିପରି ଛାତ୍ର, ବରିଷ୍ଠ ନାଗରିକମାନେ ମଧ୍ୟ ୫୦% ରିହାତିରେ ଯାତ୍ରା କରିପାରିବେ।
-
3.ରାଜ୍ୟ ସରକାର ପ୍ରାଣୀ ଚିକିତ୍ସା ବୈଷୟିକ ସେବା ନିୟମକୁ କ୍ୟାବିନେଟରେ ମଞ୍ଜୁରୀ ଦେଇଛନ୍ତି। ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡରେ ନୂତନ ୧୧୩ ପଦବୀ ସୃଷ୍ଟି ହେବ।
-
4.ଚଳିତ ବର୍ଷ ମାର୍ଚ୍ଚରେ ଓଡିଶାରେ ରେକର୍ଡ ୩,୨୪,୨୨୪ ନୂଆ ମୋବାଇଲ୍ ଗ୍ରାହକ ସୃଷ୍ଟି ହୋଇଛନ୍ତି। ଫଳରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୯ ଲକ୍ଷ ୨୪ ହଜାର ୧୦୮ରେ ପହଞ୍ଚିଛି।
-
5.ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ଦ୍ଵାରା କୁଖ୍ୟାତ ଜେଇଏମ୍ ଆତଙ୍କବାଦୀ ମସୁଦ ଆଝାରର ୧୦ ପରିବାର ସଦସ୍ୟ ଏବଂ ୪ ଜଣ ଘନିଷ୍ଠ ସହଯୋଗୀଙ୍କ ମୃତ୍ୟୁ ହୋଇଛି। ଜେଇଏମ୍ ଏବଂ ଏଲ୍ଇଟିର ୮୦ରୁ ଅଧିକ ଆତଙ୍କବାଦୀ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଛନ୍ତି।
-
6.ସମସ୍ତ ରାଜ୍ୟ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
-
7. ଅପରେଶନ ସିନ୍ଦୂର ପରେ, ଭାରତର ଆଉ ଏକ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି, ଯାହା କାରଣରୁ ମେ ୧୦ ପର୍ଯ୍ୟନ୍ତ ୯ଟି ବିମାନବନ୍ଦରକୁ ବନ୍ଦ କରିବାକୁ କୁହାଯାଇଛି। ଏଥିରେ ଜମ୍ମୁ, ଯୋଧପୁର, ଅମୃତସର, ଚଣ୍ଡିଗଡ଼, ରାଜକୋଟ, ଭୁଜ, ଶ୍ରୀନଗର, ଲେହ ଏବଂ ଜାମନଗର ବିମାନବନ୍ଦରର ଅନ୍ତର୍ଭୁକ୍ତ।
-
8.ପାକିସ୍ତାନର ଅଭ୍ୟନ୍ତରୀଣ ଅଞ୍ଚଳରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ ବୁଧବାର କହିଛି ଯେ ଆକ୍ରମଣର ଜବାବ ଦେବାପାଇଁ ଏହା ସେନାବାହିନୀକୁ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ପ୍ରଦାନ କରାଯାଇଛି।
-
9.କଶ୍ମୀରରେ ଭାରତୀୟ ଏୟାର ଡିଫେନ୍ସ ଦ୍ୱାରା ଖସାଇ ଦିଆଯାଇଥିବା ପାକିସ୍ତାନୀ ଯୁଦ୍ଧ ବିମାନଟି ଏକ ପାକିସ୍ତାନୀ (ଚାଇନିଜ JF-17) ଯୁଦ୍ଧ ବିମାନ।
-
10.ଇଭି ଚାର୍ଜିଂକୁ ଏବେ ଦୁଇଟି ସମୟ ଜୋନରେ ବିଭକ୍ତ କରାଯାଇଛି। ନୂଆ ନିୟମ ମୁତାବକ ଯଦି ଆପଣ ସକାଳ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ଗାଡି ଚାର୍ଜ କରିବେ ତେବେ ଆପଣଙ୍କୁ ୩୦% କମ୍ ଶୁଳ୍କ ଦେବାକୁ ପଡିବ।
-
11.ରେଡ୍ ୨' ସାରା ବିଶ୍ୱରେ ବକ୍ସ ଅଫିସରେ ରାଜ କରୁଛି ଏବଂ ଚମତ୍କାର ପ୍ରଦର୍ଶନ କରୁଛି। ଫିଲ୍ମର ବିଶ୍ୱବ୍ୟାପୀ କଲେକ୍ସନ ବିଷୟରେ କହିବାକୁ ଗଲେ, ଏହା ବିଶ୍ୱବ୍ୟାପୀ ୧୦୮.୬୫ କୋଟି ଟଙ୍କା ରୋଜଗାର କରିଛି।
-
12.ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛି ଆମେରିକା। ପରସ୍ପର ମଧ୍ୟରେ ଆକ୍ରମଣ ବନ୍ଦ କରିବାକୁ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଶାନ୍ତି ମଧ୍ୟରେ ବିବାଦର ସମାଧାନ ପାଇଁ ଭାରତ ଏବଂ ପାକିସ୍ତାନକୁ ସେ ଅପିଲ୍ କରିଛନ୍ତି।
-
13.ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କିତ କୌଣସି ସୂଚନା, ଫଟୋଗ୍ରାଫ୍ କିମ୍ବା ଭିଡିଓ ଥିଲେ ଯୋଗାଯୋଗ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଲୋକଙ୍କୁ ନିବେଦନ କରିଛି।
-
14.ଛତିଶଗଡ଼ ଏବଂ ତେଲଙ୍ଗାନା ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ଯବାନମାନେ ୨୨ରୁ ଅଧିକ ମାଓବାଦୀଙ୍କୁ ନିହତ କରିଛନ୍ତି।
-
15.ରୋହିତ ଶର୍ମାଙ୍କ ଟେଷ୍ଟ ଅଧିନାୟକତ୍ୱରୁ ଇସ୍ତଫା ଘୋଷଣା ପରେ ଭାରତୀୟ କ୍ରିକେଟରେ ନୂଆ ନେତୃତ୍ୱ ଚୟନ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଯୁବ ବ୍ୟାଟସମ୍ୟାନ ଶୁଭମନ ଗିଲ ଅନ୍ୟତମ ପ୍ରମୁଖ ଦାବିଦାର ଅଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.