-
1.ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କଲା ଭାରତ। ପାକିସ୍ତାନର ସବୁ ଉଡାଣ ଉପରେ ଲାଗିଲା କଟକଣା।
-
2.ପାକିସ୍ତାନରେ ଭୂକମ୍ପର ଝଟକା। ରିକ୍ଟଟ ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରେକର୍ଡ। ଭୂକମ୍ପ ନେଇ ସ୍ପଷ୍ଟ କରିଛି ଏନସିଏସ। ଭୂକମ୍ପରେ ଏଯାଏଁ କ୍ଷୟକ୍ଷତିର କୌଣସି ଖବର ନାହିଁ।
-
3.ଢାକାକୁ ବିଶ୍ୱର ରିକ୍ସା ରାଜଧାନୀ କୁହାଯାଏ। ସମ୍ପ୍ରତି ବାଂଲାଦେଶର ରାଜଧାନୀ ଢାକାର ରାସ୍ତାଗୁଡ଼ିକରେ ରିକ୍ସା ଚାଳକମାନେ ବେପରୁଆ ଭାବରେ ଗାଡ଼ି ଚାଳନା କରୁଛନ୍ତି। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଅଟୋରିକ୍ସାଗୁଡ଼ିକ ପ୍ରତିଦିନ ଲୋକଙ୍କ ଜୀବନ ନେଉଛନ୍ତି।
-
4.କେନ୍ଦ୍ରୀୟ କୋଲକାତାର ଫଲପଟ୍ଟି ମଛୁଆ ନିକଟରେ ଆଜି ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି।
-
5.ଆମେରିକାର ୱାସିଂଟନ ନିକଟରେ ମହୀଶୂରର ବିଜୟନଗରସ୍ଥିତ ଏକ ରୋବୋଟିକ୍ସ କମ୍ପାନି ହୋଲୋୱାର୍ଲ୍ଡର ସିଇଓ ଥିବା ୫୭ ବର୍ଷୀୟ ହର୍ଷବର୍ଦ୍ଧନ କିକେରୀ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ବେଳେ ଆତ୍ମହତ୍ୟା ପୂର୍ବରୁ ତାଙ୍କ ପତ୍ନୀ ଓ ପୁଅଙ୍କୁ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
-
6.ପବିତ୍ର ଅକ୍ଷୟ ତୃତୀୟାରେ ଆଜି ଦୀଘାରେ ପ୍ରତିଷ୍ଠା ହୋଇଛି ନୂଆ ଜଗନ୍ନାଥ ମନ୍ଦିର । ୩ ଠାକୁରଙ୍କ ପ୍ରତିମୂର୍ତ୍ତି ରାଜସ୍ଥାନର ଗୋଲାପୀ ବାଲିପଥରରେ ନିର୍ମାଣ କରାଯାଇଛି । ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ଭବ୍ୟ ମନ୍ଦିର ୨୦ ଏକର ଜମିରେ ପଶ୍ଚିମବଙ୍ଗ ସରକାର ୨୫୦ କୋଟି ଟଙ୍କା ଖର୍ଚ୍ଚରେ ତିଆରି କରିଛନ୍ତି ।
-
7.ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ସରକାର ଆଜି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏ ନେଇ ନିଷ୍ପତ୍ତି ନେଇଛି।
-
8.ନରେନ୍ଦ୍ର ମୋଦୀଙ୍କ ଋଷ ଗସ୍ତ ବାତିଲ। ମେ’ ୯ ତାରିଖ ମସ୍କୋରେ ଭିକ୍ଟ୍ରି ଡେ ପରେଡରେ ଭାଗ ନେବେ ନାହିଁ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା।
-
9.ଅକ୍ଷୟ ତୃତୀୟ ଅବସରରେ ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପାଇଲେ ୫୧ ଲକ୍ଷ ଚାଷୀ.. ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ।
-
10.ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାକୁ ନେଇ ସୁପ୍ରିମକୋର୍ଟ ଆସନ୍ତାକାଲି (ଗୁରୁବାର) ଏକ ଜନସ୍ବାର୍ଥ ମାମଲା (ପିଆଇଏଲ) ଉପରେ ଶୁଣାଣି କରିବେ।
-
11.ଭାରତର ଖୁଚୁରା ମୁଦ୍ରାସ୍ଫୀତି ମାର୍ଚ୍ଚ ୨୦୨୫ରେ ୩.୭୩%କୁ ହ୍ରାସ ପାଇଛି, ଯାହା ଫେବୃଆରୀର ୪.୦୧% ତୁଳନାରେ କମ୍ ଅଟେ।
-
12.କ୍ରିପ୍ଟୋ ନିବେଶ ନାମରେ ଶହ ଶହ ଜମାକାରୀଙ୍କ ନିକଟରୁ ୧.୧୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ବାଲେଶ୍ୱର ଓପିଆଇଡି ଅଦାଲତ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
-
13.ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଭିନ୍ନ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରିକରଛି।
-
14.ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ିବା ନେଇ ବୁଧବାରଠୁ ସର୍ଭେ ଆରମ୍ଭ ହୋଇଛି। ଏହି ସର୍ଭେ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ହେବ। ଘରକୁ ଘର ବୁଲି ସର୍ଭେ କରିବେ ଶିକ୍ଷକ, ଶିକ୍ଷୟିତ୍ରୀ। ଶୂନରୁ ୧୮ ବର୍ଷର ପିଲାଙ୍କ ତଥ୍ୟ ସଂଗ୍ରହ କରାଯିବ । ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।
-
15. ଆଇପିଏଲ୍ ୨୦୨୫ରେ ପଞ୍ଜାବ କିଙ୍ଗ୍ସର ସ୍ପିନ୍ ମାଷ୍ଟର ଯୁଜବେନ୍ଦ୍ର ଚହଲ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ଭୟଙ୍କର ପ୍ରଦର୍ଶନ କରି ମ୍ୟାଚକୁ ଓଲଟପାଲଟ କରିଦେଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.