• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଉତ୍ତର ପ୍ରଦେଶର ଅଯୋଧ୍ୟାର ହନୁମାନଗଡ଼ୀରେ ୩୦୦ ବର୍ଷ ପରେ ଏକ ପରମ୍ପରା ଭାଙ୍ଗି ଯାଇଛି ଏବଂ ପୀଠର ମୁଖ୍ୟ ମହନ୍ତ ପ୍ରେମଚନ୍ଦ ଦାସ ମନ୍ଦିର ପରିସରରୁ ବାହାରକୁ ଆସିଛନ୍ତି।

  2. 2.ୟୁକ୍ରେନ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ, ରୁଷ ଏବଂ ଉତ୍ତର କୋରିଆ ମଧ୍ୟରେ ଏକ ବଡ଼ ଚୁକ୍ତି ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି।

  3. 3. ଆମେରିକା ଭାରତକୁ ୧୩୧ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ସାମରିକ ହାର୍ଡୱେୟାର ଏବଂ ଲଜିଷ୍ଟିକ୍ସ  ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛି।

  4. 4.ନିକଟରେ ସମାପ୍ତ ଏପ୍ରିଲ୍ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ୨.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଗୁରୁବାର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଜିଏସଟି ତଥ୍ୟରୁ ଏହା ଜଣାପଡ଼ିଛି ।

  5. 5.ପାକିସ୍ତାନର ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ବୁଧବାର ଭାରତକୁ ଚେତାବନୀ ଦେଇଛନ୍ତି ଯେ, "ଯଦି ଭାରତ ଆକ୍ରମଣ କରେ, ତେବେ ଏହାର କଡ଼ା ଏବଂ ସୁଚିନ୍ତିତ ଜବାବ ଦିଆଯିବ। ଆକ୍ରମଣର ସ୍ଥାନ ଭାରତ ସ୍ଥିର କରିବ, କିନ୍ତୁ ଏହା କେଉଁଠାରେ ଶେଷ ହେବ ତାହା ଆମେ ସ୍ଥିର କରିବୁ।"

  6. 6.କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ସର୍କୁଲାର ଅନୁଯାୟୀ ଦେଶରେ ବେଳାଭୂମି ୩୫୩୭.୨୧ କିଲୋମିଟର ବଢ଼ି ୧୧,୦୯୮.୮୧ କିମି ହୋଇଛି। ନୂଆ ପଦ୍ଧତିରେ ହିସାବ କରାଯିବା ପରେ ବେଳାଭୂମିର ଲମ୍ବ ବଢ଼ିଛି। ଓଡ଼ିଶାରେ ୫୭୪.୭୧ କିମିର ସୁଦୀର୍ଘ ବେଳାଭୂମି ଥିବା ଏଥିରେ ଉଲ୍ଲେଖ କରାଯାଇଛି। ପୂର୍ବ ହିସାବ ଅନୁସାରେ ରାଜ୍ୟର ବେଳାଭୂମି ଲମ୍ବ ୪୮୦ କିମି ଥିଲା। 

  7. 7. ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ୨୦୨୫-୨୬ ଋତୁ ପାଇଁ ଆଖୁର ଉଚିତ୍‌ ଓ ଲାଭଦାୟକ ମୂଲ୍ୟ (ଏଫ୍‌ଆର୍‌ପି) କ୍ୱିଣ୍ଟାଲ ପିଛା ୪.୪୧ ପ୍ରତିଶତ ବୃଦ୍ଧି କରି ୩୫୫ ଟଙ୍କା କରିବାକୁ ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି।

  8. 8.କିଟ୍‌ ଛାତ୍ରୀନିବାସ ଭିତରେ ନେପାଳୀ ଛାତ୍ରୀ ଜୀବନ ହରାଇଥିବା ନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  ମୃତ ଛାତ୍ରୀ ପ୍ରୀଶା ଶାହ ନେପାଳର ବୀରଗୁଂଜର ବାସିନ୍ଦା। 

  9. 9.ଭାରତୀୟ ସଙ୍ଗୀତ ପାକିସ୍ତାନରେ ବ୍ୟାନ୍ ହେଲା । ଭାରତୀୟ ଗୀତ ଉପରେ କଟକଣା ପାକିସ୍ତାନ ଲଗାଇଲା । ଏଫଏମ ରେଡିଓରେ ବାଜିବନି ଭାରତୀୟ ଗୀତ । ଭାରତର ଗୀତ ପାକିସ୍ତାନରେ ବ୍ୟାନ ନେଇ ପାକିସ୍ତାନ ବ୍ରଡକାଷ୍ଟର୍ସ ଆସୋସିଏସନର ନିଷ୍ପତ୍ତି ନେଇଛି ।

  10. 10.କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ୬୮ ପ୍ରତିଶତକୁ ବୃଦ୍ଧି କରାଯାଉ।

  11. 11.ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ ହୋଇଛି । ଜଣେ କବି ଏବଂ ସାହିତ୍ୟକାର ଭାବେ ସେ ବେଶ୍‌ ଲୋକପ୍ରିୟ ଥିଲେ । ସେ ଘରେ ଆରତୀ କରୁଥିବା ସମୟରେ ତାଙ୍କ କପଡାରେ ନିଆଁ ଲାଗିଯିବାରୁ ଗୁରୁତର ହୋଇଥିଲେ ।

  12. 12.ଆନ୍ଧ୍ରପ୍ରଦେଶର ସୀମାଞ୍ଚଳସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ପରିସରରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ତା’ ତଳେ ଚାପ ହୋଇ ୮ଜଣଙ୍କ ଜୀବନ ଯାଇଛି।

  13. 13.ଆନ୍ଧ୍ରପ୍ରଦେଶର ସୀମାଞ୍ଚଳସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ପରିସରରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ତା’ ତଳେ ଚାପ ହୋଇ ୮ଜଣଙ୍କ ଜୀବନ ଯାଇଛି।

  14. 14.ଆସନ୍ତା ରଥଯାତ୍ରା ଉତ୍ସବ ସମୟରେ ପୁରୀକୁ ସଂଯୋଗ କରିବା ପାଇଁ ଅତି କମରେ ୩୬୫ଟି ବିଶେଷ ଟ୍ରେନ୍ ଚଳାଚଳ କରିବ।

  15. 15.ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ଭାରତକୁ ମିଡିଆ ଏବଂ ମନୋରଞ୍ଜନ ଶିଳ୍ପର ବିଶ୍ୱବ୍ୟାପୀ କେନ୍ଦ୍ର ହେବାରେ କେହି ରୋକିପାରିବେ ନାହିଁ। ଏହାର ବିଷୟବସ୍ତୁ, ଜନସଂଖ୍ୟା ଏବଂ ପ୍ରଯୁକ୍ତିବିଦ୍ୟା ସହିତ, ଭାରତ ଖୁବ ଶୀଘ୍ର ଏହି ଶିଳ୍ପରେ ରାଜତ୍ୱ କରିବ।

  16. 16.ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରାଜ୍ୟର ଏକାଧିକ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଯେଉଁଥିରେ ମେ ୭ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି, ବିଜୁଳି, ପ୍ରବଳ ପବନ ଏବଂ ଏକାନ୍ତ ଭାରୀ ବର୍ଷାର ପୂର୍ବାନୁମାନ କରାଯାଇଛି।

  17. 17.ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’। ଏନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ‘ସହଯୋଗ’।

  18. 18.ଭକ୍ତମାନଙ୍କ ପାଇଁ ଶୁକ୍ରବାରଠାରୁ କେଦାରନାଥ ଧାମର ଦ୍ୱାର ଖୋଲାଯାଇଛି। ପ୍ରଥମ ଦିନରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ କେଦାରନାଥ ଧାମରେ ପହଞ୍ଚିଥିଲେ।

  19. 19.ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଲୋକସେବା ଭବନରେ ବିମାନ ଚଳାଚଳ ଏବଂ ନେଟୱାର୍କ ନିର୍ମାଣ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି।  ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ହେବ ।

  20. 20.କ୍ରିକେଟ କେନିୟା(ସିକେ) ଆସନ୍ତା ସେପ୍ଟେମ୍ବରରେ ନିଜସ୍ଵ ଫ୍ରାଞ୍ଚାଇଜ୍‌ଭିତ୍ତିକ ଲିଗ୍‌ ଆରମ୍ଭ କରିବ। ଦେଶରେ କ୍ରିକେଟ୍‌କୁ ପୁନର୍ଜୀବିତ କରିବା ଏହି ଲିଗ୍‌ର ଲକ୍ଷ୍ୟ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.