-
1.୨୭ ବର୍ଷୀୟ ୟୁକ୍ରେନୀୟ ସାମ୍ବାଦିକା ଭିକ୍ଟୋରିଆ ରୋଶଚିନାଙ୍କର। ସେ ରୁଷିଆ ଅଧିକୃତ ଅଞ୍ଚଳରେ ରିପୋର୍ଟିଂ କରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା।
-
2.କଳାଟ ଜିଲ୍ଲାର ମାଙ୍ଗୋଚର ସହରରେ ଅନେକ ସରକାରୀ କୋଠା ବାଲୁଚ୍ ବିଦ୍ରୋହୀଙ୍କ ଦ୍ୱାରା କବଜା କରାଯାଇଛି।
-
3.ସିରିଆରେ ଇସ୍ରାଏଲ ଏବଂ ତୁର୍କୀ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ସିରିଆରେ ଇସ୍ରାଏଲୀ ବିମାନ ଆକ୍ରମଣ ପରେ ତୁର୍କୀ ଏବଂ ଇସ୍ରାଏଲୀ ଲଢ଼ୁଆ ବିମାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି।
-
4.ଭାରତୀୟ ନୌସେନା ଆରବ ସାଗରରେ ସତର୍କ ରହିଛି ଏବଂ ଯୁଦ୍ଧାଭ୍ୟାସ କରୁଛି। ଭାରତୀୟ ନୌସେନା ଶନିବାର ପାକିସ୍ତାନ ପାଇଁ ନିଜର ସାମୁଦ୍ରିକ କ୍ଷେତ୍ର ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି।
-
5.ବଦ୍ରିନାଥଧାମ, ଜଗନ୍ନାଥଧାମ, ରାମେଶ୍ୱରମ୍ ଏବଂ ଦ୍ୱାରକାଧାମକୁ ପ୍ରତ୍ୟେକ ଭାରତୀୟ ପରିଦର୍ଶନ କରିବାକୁ ଇଚ୍ଛା କରନ୍ତି। ଭାରତୀୟ ରେଳବାଇ ଦ୍ୱାରା ‘ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍’ ଚଳାଚଳ କରାଯାଉଅଛି। ଚାରିଧାମକୁ ସଂଯୋଗ କରିବା ପାଇଁ ଭାରତୀୟ ରେଳବାଇ ପୂର୍ବରୁ ଦୁଇଥର ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍ ଚଳାଚଳ କରିସାରିଛି।
-
6.ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ସରକାରୀ କର୍ମଚାରୀମାନେ ଇଭି ଗାଡ଼ି ବ୍ୟବହାର କରିବା ଉଚିତ୍। ଆଗାମୀ ୫ ବର୍ଷ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯିବ। ବର୍ତ୍ତମାନ ଟ୍ୱିନ୍ ସିଟିର ବିଭିନ୍ନ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ସରକାରୀ ଅଫିସକୁ ସୌରଶକ୍ତିରେ ପରିଚାଳନା କରାଯିବ।
-
7.ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଫେଡେରାଲ ନିର୍ବାଚନରେ ଅଧିକ ସଂଖ୍ୟାଗରିଷ୍ଠତା ସହ ବିଜୟୀ ହୋଇଛନ୍ତି। ୧୫୦ ଆସନ ବିଶିଷ୍ଟ ପ୍ରତିନିଧି ସଭାରେ ଲେବର ପାର୍ଟି ଅତି କମରେ ୮୪ଟି ଆସନ ହାସଲ କରିଛି।
-
8.ମୋବାଇଲରେ ଗେମ୍ ଖେଳିବା ଜଣେ ୧୯ବର୍ଷୀୟ ଯୁବକଙ୍କୁ ଭାରି ପଡିଛି । ଗୋଟିଏ କୋଠରୀରେ ନିଜକୁ ଅଲଗାକୁ ରଖି ପ୍ରତିଦିନ ୧୨ଘଣ୍ଟାରୁ ଅଧିକ ସମୟ ଧରି ଯୁବକ ଜଣଙ୍କ ଗେମ୍ ଖେଳୁଥିଲେ । ଫଳରେ ପକ୍ଷାଘାତ ହେବା ସହ ତାଙ୍କର ମେରୁଦଣ୍ଡର ଅସ୍ତ୍ରୋପଚାର କରିବାକୁ ପଡିଛି ।
-
9.ଭାରତ ପକ୍ଷରୁ ପାକିସ୍ତାନରୁ ଆମଦାନୀ ରପ୍ତାନୀ ବନ୍ଦ କରାଯାଇଛି । ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ, ରପ୍ତାନୀ ବ୍ୟାନ୍ କରିଛନ୍ତି ଭାରତ ସରକାର ।
-
10.ରାଜସ୍ଥାନର ଅନ୍ତର୍ଜାତୀୟ ସୀମାରେ ବିଏସ୍ଏଫ୍ର ବଡ଼ କାର୍ଯ୍ୟାନୁଷ୍ଠାନ, ପାକିସ୍ତାନୀ ରେଞ୍ଜର ଗିରଫ
-
11.ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ପାଇଁ, ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
-
12.ବଜରଙ୍ଗ ଦଳର ପୂର୍ବତନ ସଦସ୍ୟ ସୁହାସ ସେଟ୍ଟୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୮ ଜଣଙ୍କୁ ମାଙ୍ଗାଲୁରୁ ପୁଲିସ ଗିରଫ କରିଛି।
-
13.ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଏକପ୍ରକାର ବନ୍ଦ ହୋଇଯାଇଛି। ଗତ ୨ବର୍ଷ ହେବ କୌଣସି ବିଶେଷଜ୍ଞ ଦଳ ସଂପୃକ୍ତ ଜିଲ୍ଲାକୁ ଯାଇ ରୋଗୀ ସେବା ଦେଇ ନାହାନ୍ତି।
-
14.ଓଡ଼ିଶା ରାଜଭବନରେ ଏବେ ମାସକୁ ପ୍ରାୟ ୫୦ହଜାର ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ ହେଉଛି। ଆମେ ୧୫୦କିଲୋୱାଟ୍ର ସୌରଶକ୍ତି ପ୍ଲାଣ୍ଟ ବସାଇବା ପରେ ମାର୍ଚ୍ଚ ମାସରେ ବିଦ୍ୟୁତ୍ ବିଲ୍ ୪୫% କମିଛି। ଖୁବ୍ ଶୀଘ୍ର ଆମେ ୪୦୦ କିଲୋୱାଟ୍ର ସୌର ପ୍ଲାଣ୍ଟ ବସାଇବୁ। ଏହାଦ୍ବାରା ରାଜଭବନର ବିଦ୍ୟୁତ୍ ବିଲ୍ ବାବଦକୁ ଆଉ ଅର୍ଥ ଦେବାକୁ ପଡ଼ିବନି।
-
15.୨୦୨୩ ମେ’ ୧୯ ତାରିଖ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୮.୨୪% ନୋଟ୍ ଏବେ ଫେରାଇ ଦିଆଯାଇଛି ଏବଂ ୨୦୨୫ ଏପ୍ରିଲ ୩୦ରେ କାରବାର ଶେଷ ସୁଦ୍ଧା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ବାହାରେ ଥିବା ନୋଟର ମୋଟ ମୂଲ୍ୟ ୬,୨୬୬ କୋଟି ଟଙ୍କାକୁ ଖସି ଆସିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।
-
16.କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ିବା ଘଟଣାର ୩ଜଣିଆ କମିଟି ତଦନ୍ତ କରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଇଞ୍ଜିନିୟର ଇନ୍ ଚିଫ୍ ଲକ୍ଷ୍ମୀକାନ୍ତ ପାଢ଼ୀ କମିଟି ମୁଖ୍ୟ ଥିବାବେଳେ ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦିଆଯିବ।
-
17.ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ସଦ୍ୟ ଟିଭି ସାକ୍ଷାତକାରରେ ପୁଣି ଥରେ ଭାରତକୁ ଏକ ଫମ୍ପା ଧମକ ଦେଇଛନ୍ତି। ଆସିଫ କହିଛନ୍ତି, ଯଦି ଭାରତ ସିନ୍ଧୁ ନଦୀ ଉପରେ କୌଣସି ବନ୍ଧ ନିର୍ମାଣ କରେ, ତେବେ ପାକିସ୍ତାନ ଆକ୍ରମଣ କରିବ।
-
18.ବୈଶ୍ୱିକ ଗଣମାଧ୍ୟମ ସ୍ବାଧୀନତା ୨୦୨୫ରେ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚତ୍ଥିବା ରିପୋର୍ଟର୍ସ ଓ୍ବିଦାଉଟ୍ ବର୍ଡର୍ସ (ଆର୍ଏସ୍ଏଫ୍) ପକ୍ଷରୁ ଶୁକ୍ରବାର ପ୍ରକାଶିତ ବାର୍ଷିକ ର଼୍ୟାଙ୍କିଙ୍ଗ୍ ରିପୋର୍ଟରେ କୁହାଯାଇଛି। ୧୮୦ଟି ଦେଶ ମଧ୍ୟରେ ଭାରତର ସୂଚକାଙ୍କ ୧୫୧ ରହିଛି।
-
19.ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ ପରିଡ଼ା ମେ’ ମାସ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସେ ସୂଚନା ଦେଇଛନ୍ତି।
-
20.ପହଲଗାମରେ ୨୬ଜଣ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ବେଳେ ଦେଶର ପ୍ରତିରକ୍ଷା ବିଭାଗ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହେଇଛି। ଏଭଳି ସ୍ଥିତିରେ ଭାରତର ସମସ୍ତ ସୀମାନ୍ତବର୍ତ୍ତୀ ରାଜ୍ୟରେ ଜଳ, ସ୍ଥଳ ଓ ଆକାଶପଥରେ ପ୍ରତିରକ୍ଷା ବିଭାଗ ସଜାଗ
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.