• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମୁମ୍ବାଇ ପୃଥିବୀର ସର୍ବାଧିକ କଲରାପତରିଆ ବାଘ ଘନତ୍ବ ଅଞ୍ଚଳ ବୋଲି ବାଘ ଗଣନାରୁ ଜଣାଯାଇଛି। ମୁମ୍ବାଇ ମହାନଗର ନିଗମ ଅଞ୍ଚଳର ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନ (ଏସ୍‌ଜିଏନ୍‌ପି) ଏବଂ ଏହାର ଆଖପାଖ ଅଞ୍ଚଳରେ ୫୪ଟି କଲରାପତରିଆ ବାଘଙ୍କୁ ଚିହ୍ନଟ କରାଯାଇଛି।

  2. 2.୧୭ ଏପ୍ରିଲରେ, କେନ୍ଦ୍ର ସରକାର କୋର୍ଟକୁ ଜଣାଇଥିଲେ ଯେ ଏହା 'ୱାକଫ ବାଇ ୟୁଜର୍' ସମେତ କୌଣସି ୱାକଫ ସମ୍ପତ୍ତିକୁ ଡିନୋଟିଫାଇ କରିବ ନାହିଁ।  ସୁପ୍ରିମକୋର୍ଟ ୱାକଫ ସଂଶୋଧନ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଶୁଣାଣି ଆଜି (ସୋମବାର) କରିବେ। 

  3. 3.ଭିଡିଓ କଲିଂ ପ୍ଲାଟଫର୍ମ ସ୍କାଇପ୍‌କୁ ମାଇକ୍ରୋସଫ୍ଟ ସମ୍ପୂର୍ଣ୍ଣ ବନ୍ଦ କରିଦେବ। ମେ’ ୫ରୁ ଏହି ସେବା ବନ୍ଦ ହୋଇଯିବ ବୋଲି କମ୍ପାନି ପୂର୍ବରୁ ସୂଚନା ଦେଇଥିଲା। ଗତବର୍ଷ ମାର୍ଚ୍ଚ ବେଳକୁ ସ୍ପାଇପ୍‌ର ବ୍ୟବହାରକାରୀ ସଂଖ୍ୟା ୨.୮ କୋଟିରୁ ଅଧିକ ଥିଲା।

  4. 4.କିମ୍ବଦନ୍ତୀ ନିବେଶକ ୱାରେନ୍ ବଫେଟ୍‌ ୯୪ ବର୍ଷ ବୟସରେ ନିଜ କମ୍ପାନି ବର୍କସାୟାର ହାଥାୱେର ସିଇଓ ପଦରୁ ଇସ୍ତଫା ଦେଇ ଅବସର ନେବାକୁ ଘୋଷଣା କରିଛନ୍ତି। 

  5. 5.କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଏୟାର ଇଣ୍ଡିଆ ବିମାନ ଗତିପଥ ବଦଳିଲା। ଦିଲ୍ଲୀରୁ ତେଲ ଆଭିଭ ଯାଉଥିବା ବିମାନ ଅବୁ ଧାବି ଅଭିମୁଖେ ଗଲା। ତେଲ ଆଭିଭ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ସୂଚନା ପାଇ ଅବୁ ଧାବି ଯାତ୍ରା କରିଥିବା ସୂଚନା ମିଳିଛି।

  6. 6.କରାଚିରେ ତୁର୍କୀର ଯୁଦ୍ଧ ଜାହାଜ ‘ଟିସିଜି ବୁୟୁକାଡା’ ପହଞ୍ଚିଛି ।

  7. 7.ପ୍ରଶାସନିକ ସୀମା ପୁନର୍ଗଠନ ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ ସୀମା ପୁନର୍ଗଠନ ପାଇଁ ଚଳିତ ବର୍ଷ ଜୁନ ୩୦କୁ ଶେଷ ତାରିଖ ଭାବେ ରଖାଯାଇଛି। ଜିଲା, ସବଡିଭିଜନ, ତହସିଲ, ରାଜସ୍ୱ ଗ୍ରାମ, ୟୁଏଲବି ସୀମା ନିର୍ଦ୍ଧାରଣ ଏବଂ ପୁନର୍ଗଠନ ପାଇଁ ବିଜ୍ଞପ୍ତି ଜାରି ହୋଇଛି।

  8. 8.କମିଶନରେଟ ପୁଲିସ ପକ୍ଷରୁ ୬ଜଣ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ସମସ୍ତ ଲୁଟେରା ବଲାଙ୍ଗିର ଓ ପାଟଣାଗଡ଼଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

  9. 9.ସ୍ୱତନ୍ତ୍ର ପୁଲିସ ଟିମ୍‌ ଗଞ୍ଜାମ ପୁଲିସ ଜିଲା ଅଧୀନ ୬ଟି ଥାନା ଇଲାକାରେ ଚଢଉ କରି ୧୮ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୧୭ଟି ବନ୍ଧୁକ, ୬୬ଟି ଗୁଳି,୪ଟି ଖୋକା ଓ ୧୬ଟି ମୋବାଇଲ ଜବତ କରିଛି।

  10. 10.ବଦ୍ରିନାଥସ୍ଥିତ ଶଙ୍କରାଚାର୍ଯ୍ୟ ଆଶ୍ରମରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା ସମୟରେ ସ୍ଵାମୀ ଅବିମୁକ୍ତେଶ୍ଵରାନନ୍ଦ କହିଛନ୍ତି ଯେ, ରାହୁଲ ଗାନ୍ଧୀ ସଂସଦରେ ମନୁସ୍ମୃତିକୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହାଦ୍ଵାରା ସମ୍ପୂର୍ଣ୍ଣ ସନାତନ ଧର୍ମାବଲମ୍ବୀଙ୍କୁ ଆଘାତ ମିଳିଛି।

  11. 11.ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରଖ୍ୟାତ ଯୋଗଗୁରୁ ସ୍ଵାମୀ ଶିବାନନ୍ଦ ସରସ୍ଵତୀ ମହାରାଜଙ୍କ ୧୨୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ଉତ୍ତରପ୍ରଦେଶର ବାରାଣସୀରେ ରହୁଥିଲେ।

  12. 12. ନିକଟରେ ଦିଲ୍ଲୀରେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୯୮,୫୫୦ ଟଙ୍କାକୁ ଖସିଛି, ଯାହା ପୂର୍ବ ଦିନ ତୁଳନାରେ ୯୦୦ ଟଙ୍କା କମ।

  13. 13.ଇସ୍ରାଏଲର ବେନ୍‌ ଗୁରିଅନ ବିମାନବନ୍ଦର ନିକଟରେ ଆଜି ୟେମେନରୁ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ ହୋଇଛି। କ୍ଷେପଣାସ୍ତ୍ର ମାଡ଼ରେ ୪ ଜଣ ଗୁରୁତର ‌ହୋଇଥିବା ଜଣାପଡ଼ିଛି। 

  14. 14.ପାକିସ୍ତାନୀ-ଆମେରିକୀୟ ଗାୟକ ଏବଂ ଜାତିସଂଘର ସଦ୍ଭାବନା ରାଷ୍ଟ୍ରଦୂତ ସଲମାନ ଅହମ୍ମଦ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି।

  15. 15.ଜମ୍ମୁ-କଶ୍ମୀରର ରାମବନ ଜିଲାର ବ୍ୟାଟେରି ଚଷ୍ମା ନିକଟରେ ଏକ ସେନା ଟ୍ରକ୍‌ ଘାଟିରୁ ପ୍ରାୟ ୨୦୦-୩୦୦ ମିଟର ତଳକୁ ଖସି ପଡ଼ିଛି। ଫଳରେ ୩ ଯବାନ ଶହୀଦ ହୋଇଛନ୍ତି।

  16. 16.ଆଜି ଯାଜପୁରକେନ୍ଦ୍ରାପଡ଼ାକଟକପୁରୀଖୋର୍ଦ୍ଧାଜଗତସିଂହପୁରନୟାଗଡ଼ଗଞ୍ଜାମ ଅନୁଗୁଳସୁନ୍ଦରଗଡ଼, ଢ଼େଙ୍କାନାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି। 

  17. 17.ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ବିଏସ୍‌ଏଫ୍‌କୁ ମିଳିବ 16ଟି ନୂତନ ବାଟାଲିୟନ, ଏହି ସୀମାରେ ଦୁଇଟି ଆଞ୍ଚଳିକ ମୁଖ୍ୟାଳୟ ଖୋଲିବ । 

  18. 18.ରାଜନାଥ ସିଂହ କହିଛନ୍ତି ଯେ ଦେଶ ବିରୁଦ୍ଧରେ ଆଖି ଉଠାଇଥିବା ଲୋକଙ୍କୁ ଉଚିତ ଜବାବ ଦିଆଯିବ। ସେ କହିଥିଲେ ଯେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବରେ, ଆମର ସୀମାକୁ ସୁରକ୍ଷା ଦେବା ମୋର ଦାୟିତ୍ୱ।

  19. 19.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଯେ ଦେଶରେ କ୍ରୀଡ଼ା ସଂସ୍କୃତି ଯେତେ ବୃଦ୍ଧି ପାଇବ, ଭାରତର "ନରମ ଶକ୍ତି" ସେତେ ବୃଦ୍ଧି ପାଇବ ଏବଂ ତାଙ୍କ ସରକାର ୨୦୩୬ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନର ସ୍ୱପ୍ନକୁ ମନରେ ରଖି କ୍ରୀଡ଼ା ଭିତ୍ତିଭୂମିର ଆଧୁନିକୀକରଣ ଉପରେ ଧ୍ୟାନ ଦେଉଛି।

  20. 20.ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ହୋଇଥିବା ହିନ୍ଦୁ ବିରୋଧୀ ଦଙ୍ଗା‌ ସମ୍ପର୍କରେ ରାଜ୍ୟପାଳ ସିଭି ଆନନ୍ଦ ବୋଷ ନିଜର ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଛନ୍ତି। ଉଗ୍ରବାଦ ଓ ଆତଙ୍କବାଦର କବଳରେ ପଶ୍ଚିମବଙ୍ଗ କବଳିତ ହେବାକୁ ଯାଉଛି ବୋଲି ରିପୋର୍ଟରେ ରାଜ୍ୟପାଳ ଉଲ୍ଲେଖ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.