- 1.ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏକ ବଡ଼ ବୟାନ ଦେଇଛନ୍ତି। ସେ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ଆହ୍ବାନ କରିଛନ୍ତି।
-
2.ଭାରତରେ ଏକ ଅତ୍ୟାଧୁନିକ କର୍କଟ ଚିକିତ୍ସା ସିଷ୍ଟମ ଆସିଛି ଯାହା ରିଅଲ-ଟାଇମରେ କର୍କଟ ଟ୍ୟୁମରକୁ ଟ୍ରାକ୍ କରେ। ଏହି ମେସିନ, ଯାହା ବର୍ତ୍ତମାନ ଗାଜିଆବାଦର ଯଶୋଦା ମେଡିସିଟିରେ ସ୍ଥାପିତ ହୋଇଛି, ଦେଶରେ ପ୍ରଥମ ଯେ କମ୍ପ୍ରିହେନସିଭ ମୋସନ ମ୍ୟାନେଜମେଣ୍ଟ (ସିଏମଏମ) ବୈଶିଷ୍ଟ୍ୟ ସହିତ ଆସିଛି।
-
3.୧୯୯୯ ବ୍ୟାଚର ଭାରତୀୟ ସୂଚନା ସେବା ଅଧିକାରୀ ପ୍ରକାଶ ମଗଦୁମ ସୋମବାର ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
4.ଶ୍ରୀକ୍ଷେତ୍ର ପୁରୀରେ ନୂତନ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିଲାଗି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ନୋ ଅବଜେକ୍ସନ ସାର୍ଟିଫିକେଟ୍ ମିଳିଥିବା ଜଣାପଡିଛି ।
-
5.ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ପର୍ଯ୍ୟାୟ ପ୍ରତିଶୋଧମୂଳକ ପଦକ୍ଷେପ ସ୍ୱରୂପ ଭାରତ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିଛି।
-
6.ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାପାଇଁ ଚୀନ୍ ସର୍ବଦା ପାକିସ୍ତାନକୁ ସମର୍ଥନ କରିବ।
-
7.ପାକିସ୍ତାନ ସୋମବାର ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣ କରାଯାଇ ପାରୁଥିବା ୧୨୦ କିଲୋମିଟର ଦୂରତା ବିଶିଷ୍ଟ ‘ଫତହ’ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି।
-
8.ଆସନ୍ତା ୭ ତାରିଖ (ବୁଧବାର)ରେ ସୁରକ୍ଷା ମକ୍ ଡ୍ରିଲ୍ ପାଇଁ ଏକାଧିକ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ଶତ୍ରୁ ପକ୍ଷରୁ ଯଦି କୌଣସି ଆକ୍ରମଣ ହୁଏ ନିଜର ଆତ୍ମରକ୍ଷା କିଭଳି କରାଯିବ ତାହାର ଅଭ୍ୟାସ ଏହି ମକ୍ ଡ୍ରିଲ୍ରେ କରାଯିବ। ଶେଷ ଥର ପାଇଁ ଏଭଳି ମକ୍ ଡ୍ରିଲ ୧୯୭୧ ମସିହାରେ ହୋଇଥିଲା।
-
9.ସୁପ୍ରିମକୋର୍ଟରେ ୱାକଫ ସଂଶୋଧନ ଆଇନ ସହ ଜଡିତ ଏକ ମାମଲାର ଶୁଣାଣି ହୋଇଥିଲା। କୋର୍ଟ ମାମଲାର ଶୁଣାଣି ପାଇଁ ପରବର୍ତ୍ତୀ ସପ୍ତାହ ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟ ଏବେ ଆସନ୍ତା ଗୁରୁବାର ଅର୍ଥାତ୍ ୧୫ ମଇରେ ଏହି ମାମଲାର ଶୁଣାଣି କରିବେ।
-
10.ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଭାରତର ଯେକୌଣସି କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଛନ୍ତି । ଏହା ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଥିଲେ ଯେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାର ରହିଛି, କିନ୍ତୁ ଏହା ଯେପରି ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧର ରୂପ ନ ନିଏ ତାହା ପ୍ରତି ଉଭୟ ଦେଶ ଯତ୍ନବାନ ହେବା ଉଚିତ୍ ।
-
11.ସୋମବାର ପବନଦୀପ ବିଳମ୍ବିତ ରାତିରେ ଉତ୍ତରାଖଣ୍ଡ ଚମ୍ପାବତରୁ ବାହାରି ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଏକ ଦୁର୍ଘଟଣାରେ ପବନଦୀପଙ୍କ ବାମ ଗୋଡ ଏବଂ ଡାହାଣ ହାତରେ ଗଭୀର ଭାବେ ଆଘାତ ଲାଗିଛି।
-
12.ପ୍ରବଳ ପ୍ରତିବାଦ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରୁ ହଟିଲା ‘ଜଗନ୍ନାଥ ଧାମ’ ଲେଖା ।
-
13.ଜୁନ୍ ୨୦ରେ ପରଦାକୁ ଆସିବ ବଲିଉଡ ସୁପରଷ୍ଟାର ଅମିର ଖାନଙ୍କ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ “ସୀତାରେ ଜମିନ୍ ପର”।
-
14.ରୁଷିଆର ‘ବିଜୟ ଦିବସ’ରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବାତିଲ ହୋଇଥିବା ବେଳେ ଏହି ଉତ୍ସବରେ ଓଡ଼ିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପାରନ୍ତି।
-
15.ସୋମବାର ଦିନ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ବିକଶିତ ମଲ୍ଟି-ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ୍ (ଏମଆଇଜିଏମ) ର ସଫଳତାପୂର୍ବକ ପରୀକ୍ଷଣ କରିଛନ୍ତି। ଏହି ପ୍ରଣାଳୀ ଭାରତୀୟ ନୌସେନାର ସାମୁଦ୍ରିକ ଯୁଦ୍ଧ କ୍ଷମତାକୁ ଆହୁରି ବୃଦ୍ଧି କରିବ।
-
16.ଭାରତ ବିରୋଧୀ ଯୁଦ୍ଧରେ ସେନାକୁ ସମର୍ଥନ କରିବା ଲାଗି ପାକିସ୍ତାନ ନାଗରିକ ନାରାଜ ହୋଇଛନ୍ତି। ଅସିମ୍ ମୁନିରଙ୍କ ନେତୃତ୍ବାଧୀନ ସେନାର କାର୍ଯ୍ୟକଳାପକୁ ପାକିସ୍ତାନ ନାଗରିକ ନାପସନ୍ଦ କରିଛନ୍ତି।
-
17.ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ନିର୍ଦେଶକ ନିଯୁକ୍ତି ସମ୍ପର୍କରେ ଆଲୋଚନା କରିବା ଲାଗି ରାହୁଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)ରେ ପହଞ୍ଚିଥିବା ସୂଚନା ମିଳିଛି। ଏହାର ନିର୍ଦେଶକ ନିଯୁକ୍ତି ୩ ସଦସ୍ୟ ବିଶିଷ୍ଟ କମିଟି ଦ୍ଵାରା ହୋଇଥାଏ। ଏହି କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଏବଂ ଭାରତର ପ୍ରଧାନ ବିଚାରପତି ସାମିଲ ହୋଇଥାଆନ୍ତି। ପ୍ରଧାନମନ୍ତ୍ରୀ କମିଟିର ଅଧ୍ୟକ୍ଷ ରୁହନ୍ତି।
-
18.ସମଗ୍ର ଗାଜାଷ୍ଟ୍ରିପ୍କୁ ଦଖଲ କରି ସେଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରହିବା ଯୋଜନାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କ୍ୟାବିନେଟ୍ ସୋମବାର ଅନୁମୋଦନ କରିଛି।
-
19.୨୦୨୫ ମସିହାରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀ ଅଭିନେତାଙ୍କ ତାଲିକାରେ ଶାହରୁଖ ଖାନ ଚତୁର୍ଥ ସ୍ଥାନରେ ରହିଛନ୍ତି।
-
20.ଓଡ଼ିଶା ଷ୍ଟାଫ ସିଲେକସନ କମିଶନ (ଓଏସଏସସି) ସୋମବାର ଏପ୍ରିଲ ୨୭ରେ ଅନୁଷ୍ଠିତ ମିଳିତ ନିଯୁକ୍ତି ପରୀକ୍ଷା (ସିଆରଇ)କୁ ବାତିଲ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.