• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭରତ   ‘ଅପରେସନ ସିନ୍ଦୂର’ ୯ଟି ଟାର୍ଗେଟ୍ କରି ଆତଙ୍କୀଙ୍କ ଖେଳ ଖତମ୍ କରିଦେଲା ଆଉ ପହଲଗାମ୍ ହମଲାର ପ୍ରତିଶୋଧ କଡା ଗଣ୍ଡା କରି ନେଲା । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରି ଶିବିର ଉଡାଇ ଦିଆଯାଇଛି ।

  2. 2.ଅଧ ରାତିରେ ‘ଅପରେସନ ସିନ୍ଦୂର’ ଷ୍ଟ୍ରାଇକରେ ସାମିଲ ୮ଟି ସୁଖୋଇ, ୪ଟି ରାଫେଲ ଥିଲେ । ବ୍ରହ୍ମୋସ୍ ମିସାଇଲ ମାଡ଼ରେ ମାଟିରେ ମିଶିଲା ଆତଙ୍କୀ ଆଡ୍ଡା । ସେପଟେ ଭାରତର ଆକ୍ରମଣ ପରେ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । 

  3. 3.ଭାରତୀୟ ବାୟୁସେନା ବିମାନ ବାହାବଲପୁରରେ ଥିବା ମାସୁଦ ଅଜହରର ମୁଖ୍ୟାଳୟକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ଆତଙ୍କବାଦୀ ସଂଗଠନର ମୁଖ୍ୟାଳୟ ଏବଂ ମଦ୍ରାସା ଧ୍ୱଂସ ହୋଇଯାଇଛି। ପାକିସ୍ତାନ ଗଣମାଧ୍ୟମ ଏହାକୁ ନିଶ୍ଚିତ କରିଛି। ଏହି ଆକ୍ରମଣରେ ୫୦ ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି।

  4. 4. ମହାକାଶ ଓ ଆଣବିକ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଗଗନଯାନ ମିଶନର ସଫଳତାକୁ ସୁନିଶ୍ଚିତ କରିବାରେ ନୌସେନା ଏବଂ ନୌସେନା ଗାର୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

  5. 5.ଭାରତ ଏବଂ ବ୍ରିଟେନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷରିତ ହୋଇଛି।

  6. 6.ଭାରତ ପ୍ରଥମେ ପାକିସ୍ତାନକୁ ହାତରେ ନମାରି ଭାତରେ ମାରିବାକୁ ଯୋଜନା କରିଛି। ଏନେଇ ଭାରତ ପକ୍ଷରୁ ଜମ୍ମୁ-କଶ୍ମୀରରେ ବଗଲିହାର ଏବଂ ସିୟାଲ ଡ୍ୟାମ୍‌ର ଗେଟ୍ ବନ୍ଦ କରାଯିବା ପରେ ‌ଚେନାବ ନଦୀରେ ପ୍ରବାହିତ ଜଳସ୍ତର କମିବାରେ ଲାଗିଛି।

  7. 7.ପୁରୀରେ ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ପରେ ବର୍ଷକୁ ୪୬ ଲକ୍ଷ ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ ବୋଲି ରାଜ୍ୟ ସରକାର ଆଶା ପ୍ରକଟ କରିଛନ୍ତି। ଶ୍ରୀଜଗନ୍ନାଥ ବିମାନ ବନ୍ଦର ନାମରେ ନାମିତ ଏହି ମହତ୍ୱାକାଂକ୍ଷୀ ଭିତ୍ତିଭୂମି ପ୍ରକଳ୍ପଟି ୫,୬୩୧ କୋଟି ଟଙ୍କା ମୂଲ୍ୟରେ ୧,୧୬୪ ଏକର ଜମିରେ ବିକଶିତ ହେବ।

  8. 8.ଚୌଦ୍ଵାର ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ସେୟାର ବଜାରରେ ନିବେଶ କରି କୋଟିପତି ହେବାର ଆଶା ଦେଖାଇ ସାଇବର୍ ଅପରାଧୀ ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ଠକି ନେଇଛନ୍ତି।

  9. 9.ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ୨୦୨୪ରେ ବିଶ୍ୱ ବିକାଶର ଅଗ୍ରଗତି ମନ୍ଥର ହୋଇଥିଲା, ଯାହା ସାମ୍ପ୍ରତିକ ବର୍ଷଗୁଡ଼ିକରେ ଲାଭ ହ୍ରାସ ପାଇପାରେ ବୋଲି ଆଶଙ୍କା ସୃଷ୍ଟି କରିଛି।

  10. 10.କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସରକାରଙ୍କ ଜାତିଗତ ଜନଗଣନା ନିଷ୍ପତ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ତେଲେଙ୍ଗାନା ମଡେଲକୁ ଗ୍ରହଣ କରିବା ସହିତ ଏହି ପ୍ରସଙ୍ଗରେ ଶୀଘ୍ର ସମସ୍ତ ରାଜନୈତିକ ଦଳ ସହିତ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି।

  11. 11.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ’ ୧୯ ତାରିଖରେ କେରଳର ସାବରୀମାଳା ମନ୍ଦିରରେ ଭଗବାନ ଆୟପ୍ପାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ଦେଶର ଇତିହାସରେ ସେ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ସାବରୀମାଳା ମନ୍ଦିର ଯିବେ।

  12. 12.ସୁପ୍ରିମକୋର୍ଟ ବିଚାରପତିମାନଙ୍କ ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରାଯାଇଛି। ବିଚାରପତିମାନଙ୍କ ସମ୍ପତ୍ତି ଚିଠା କୋର୍ଟର ଓ୍ବେବସାଇଟରେ ଅପଲୋଡ୍‌ କରାଯାଇଛି। ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

  13. 13.ମୋବାଇଲ୍‌ରେ ଲାଉଡସ୍ପିକରରେ କଥା ହେବାକୁ ନେଇ ବିବାଦ ବଢିବା ପରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ୪୩ ବର୍ଷୀୟ ବେଙ୍ଗାଲୁରୁ ନିବାସୀ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

  14. 14.ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ’ ୧୩ରେ ଦକ୍ଷିଣ-ଆଣ୍ଡାମାନ ସାଗରକୁ ଛୁଇଁବ। ଦକ୍ଷିଣ-ବଙ୍ଗୋପସାଗର କିଛି ଅଞ୍ଚଳ ଏବଂ ନିକୋବର ଦୀପପୁଞ୍ଜ ଅଞ୍ଚଳକୁ ଆଗାମୀ ୧୩ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର ହେବ।

  15. 15.ମୌସୁମୀ୧୩ ତାରିଖ ବେଳକୁ ଦକ୍ଷିଣଆଣ୍ଡାମାନ ଛୁଇଁବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.