• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତରେ ନିର୍ମାଣ ହେବାକୁ ଥିବା ପଞ୍ଚମ ପିଢିର ସ୍ଵଦେଶୀ ଲଢୁଆ ବିମାନ ମଡେଲକୁ ମଞ୍ଜୁରି, ଉତ୍ପାଦନରେ ଘରୋଇ କମ୍ପାନୀ ସାହାଯ୍ୟ କରିବେ ।

  2. 2.ଦେଶର କୋଟି କୋଟି ଆୟକରଦାତା ମାନଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ରିଟର୍ଣ୍ଣ ଫାଇଲ ତାରିଖକୁ ୧୫ ସେପ୍ଟେମ୍ବରକୁ  ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି।

  3.  3.ଦେଶରେ ତିଆରି ହେଉଥିବା ସ୍ବଦେଶୀ ଉତ୍ପାଦକୁ ପ୍ରାଥମିକତା ଦେବା ଏବଂ ଆମଦାନି ସାମଗ୍ରୀ ଉପରୁ ନିର୍ଭରଶୀଳତା କମ୍ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।

  4. 4.ଋଷିଆ ପାକିସ୍ତାନ ସହିତ ଏକ ଆଧୁନିକ ଇସ୍ପାତ କାରଖାନା ର୍ନିମାଣ ପାଇଁ ଏକ ଚୁକ୍ତିନାମାକୁ ଚୂଡ଼ାନ୍ତ କରିଛି। ଏହି ଚୁକ୍ତି ୨୦୧୫ରେ ବନ୍ଦ ହୋଇଯାଇଥିବା ସୋଭିଏତ-ର୍ନିମିତ ଇସ୍ପାତ କାରଖାନାକୁ ପୁନର୍ଜୀବିତ କରିବ।

  5. 5.ବାଂଲାଦେଶ ସେନାର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି ଯେ ଭାରତୀୟ କର୍ତ୍ତୃପକ୍ଷ ଅବୈଧ ବ୍ୟକ୍ତିଙ୍କୁ ଧକ୍କା ଦେଇ ଦେଶରୁ ତଡ଼ିବା ଗ୍ରହଣୀୟ ନୁହେଁ ଏବଂ ଆବଶ୍ୟକ ପଡ଼ିଲେ ଆମ ସେନା ହସ୍ତକ୍ଷେପ କରିବାକୁ ପ୍ରସ୍ତୁତ ଅଛି। 

  6. 6.ଭାରତୀୟ ଓ ଅନ୍ୟ ବିଦେଶୀ ଛାତ୍ରଛାତ୍ରୀ ମଝିରେ ମଝିରେ କ୍ଲାସ ନ କରିବା କିମ୍ବା ଅଧାରୁ ସେମାନଙ୍କ ପାଠ୍ୟକ୍ରମ ନ ଛାଡ଼ିବାକୁ ଆମେରିକା ଚେତାବନୀ ଦେଇଛି। ଏହାଦ୍ବାରା ଛାତ୍ରଛାତ୍ରୀମାନେ ଭିସା ହରାଇବା ଆଶଙ୍କା ରହିଛି। 

  7. 7.ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌କୋର୍ଟ କଲେଜିୟମ୍ ଅନୁଷ୍ଠିତ ବୈଠକରେ ହାଇକୋର୍ଟର ୨୧ ଜଣ ବିଚାରପତିଙ୍କ ନାମ ବଦଳି  ପାଇଁ ସୁପାରିସ କରିଛନ୍ତି। ସୁପ୍ରିମ୍‌କୋର୍ଟ ଜାରି କରିଥିବା ବିବୃତିରେ ୨୧ ବିଚାରପତିଙ୍କ ନୂତନ ନିଯୁକ୍ତିର ସଂପୂର୍ଣ୍ଣ ତାଲିକା ଦିଆଯାଇଛି। 

  8. 8.ହରିୟାଣାର ପଞ୍ଚକୁଲାରେ ଡେରାଡୁନର ଗୋଟିଏ ପରିବାରର ୭ ଜଣ ସଦସ୍ୟ ଋଣରେ ବୁଡ଼ି ଯାଇଥିବାରୁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।

  9. 9.ପ୍ରଫେସର ଜଜ୍ଞେଶ୍ବର ଦଣ୍ଡପାଟ ଉତ୍କଳ ବିଶ୍ବବିଦ୍ୟାଳୟର ନୂଆ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ।

  10. 10.ମାଲକାନଗିରିର ୧୮ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି ଯେଉଁ ମାନଙ୍କ ଉପରେ ଥିଲା ୩୯ ଲକ୍ଷ ଟଙ୍କା ପୁରସ୍କାର।

  11. 11.ନରସିଂହପୁର ର ଓଡ଼ିଶା ଝିଅ ସୋନାଲିକା ଡିଜିସିଏ ଦ୍ୱାରା ଗଠିତ ସମସ୍ତ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ କମର୍ସିଆଲ୍ ପାଇଲଟ୍ ହେଲେ ।

  12. 12.ଘଡିଆଳଙ୍କୁ ଜଗିବେ 'କୁମ୍ଭୀର ବନ୍ଧୁ', ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ  ଏହି ଯୋଜନାରେ ୧୦୦୦ଟଙ୍କା ମିଳିବ ।

  13. 13.କ୍ରିଟିକାଲ୍ ମିନେରାଲ୍ ଖଣି ନିଲାମରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚମ ପର୍ଯ୍ୟାୟରେ ଦେଶରେ ୧୦ଟି କ୍ରିଟିକାଲ୍ ମିନେରାଲ୍‌ ଖଣି ନିଲାମ କରାଯାଇଥିବା ବେଳେ ସେଥିରେ ଓଡ଼ିଶାର ଗୋଟିଏ ଖଣିର ନାମ ରହିଛି।

  14. 14.୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ,ଏଥର ଅଧିକ ବର୍ଷିବ।  ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୩୧ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି ।

  15. 15.ଭାରତରେ ଜୁନ୍‌ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି। ଏହି ଅବଧିରେ ଦୀର୍ଘକାଳୀନ ହାରାହାରି ବର୍ଷା ତୁଳନାରେ ୮% ଅଧିକ ବର୍ଷା ରେକର୍ଡ ହୋଇପାରେ ବୋଲି ଆଇଏମ୍‌ଡି କହିଛି।

  16. 16.ଦେଶର ଏନ୍‌ଜିଓଗୁଡ଼ିକ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ବିଜ୍ଞପ୍ତି ଜାରି କରାଯାଇଛି। ତଦନୁସାରେ ଏଫ୍‌ସିଆର୍‌ଏ ଅଧୀନରେ ପଞ୍ଜୀକରଣ ଆବେଦନ କରିବାକୁ ଚାହୁଁଥିବା ଏନ୍‌ଜିଓଗୁଡ଼ିକୁ ନୂଆ ନିୟମାବଳୀ ମାନି ଚଳିବାକୁ ପଡ଼ିବ।

  17. 17.ଆଚାର୍ଯ୍ୟ ବିହାରରେ ଥିବା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌)ର ପୁରୁଣା କୋଠାକୁ ଭାଙ୍ଗି ସେଠାରେ ଏକ ଅତ୍ୟାଧୁନିକ ଟେକ୍ନୋଲୋଜି ବିଜନେସ୍‌ ଟାୱାର ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି।

  18. 18.ବାଲାନ୍ସ ଅନୁସନ୍ଧାନ, ସ୍ବୟଂକ୍ରିୟ ପେମେଣ୍ଟ, କାରବାର ସ୍ଥିତି ଯାଞ୍ଚ କରିବା ଭଳି କେତେକ ସେବାର ସୀମା ନିର୍ଧାରଣ କରାଯିବ। ଅର୍ଥାତ ଗ୍ରାହକମାନେ ଦିନକୁ ନିର୍ଦ୍ଦିଷ୍ଟ କିଛି ଥର ଏହି ସେବା ବ୍ୟବହାର କରିପାରିବେ। ଫଳରେ ୟୁପିଆଇ କାରବାର ଉପରେ ସୃଷ୍ଟି ହେଉଥିବା ଚାପ କମ୍ ହେବ। ଅଗଷ୍ଟରୁ ଏହି ପରିବର୍ତ୍ତନଗୁଡ଼ିକୁ ଲାଗୁ କରାଯିବ।

  19. 19.IPLରେ ଲକ୍ଷ୍ନୌକୁ ହରାଇ କ୍ବାଲିଫାୟର-୧ରେ ବେଙ୍ଗାଳୁରୁ।

  20. 20.ନୂଆଦିଲ୍ଲୀ ଏସୀୟ ଦୈ।ଡ଼କୁଦ ଚମ୍ପିୟାନସିପ୍,ଗୁଲବୀର ସ୍ବର୍ଣ୍ଣ,ସରଭିନଙ୍କୁ କାଂସ୍ୟ ଜିତିଲେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.