-
1.ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ୧୧ ବର୍ଷ ପୂରଣ କରିଛନ୍ତି। ୨୦୧୪ ମସିହା ରେ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
-
2.ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଅଧ୍ୟକ୍ଷ ଡ. ସମୀର ଭି. କାମାତଙ୍କ କାର୍ଯ୍ୟକାଳ ଜୁନ୍ ୧ରେ ସରିବାକୁ ଥିବାବେଳେ ଆଉ ବର୍ଷକ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।
-
3.ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିମନ୍ତ୍ରଣ କରିଛନ୍ତି ।
-
4.ଦେଶରେ କେବଳ ଗତ ସପ୍ତାହରେ ଦେଶରେ ୭୫୨ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ୍ ସକ୍ରିୟ ମାମଲା ୧ ହଜାର ଟପିଯାଇଛି। କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ଭଳି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି।
-
5. ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଆଗୁଆ ଆସିଛି। ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ସମେତ ମହାରାଷ୍ଟ୍ରକୁ ଏହା ଛୁଇଁଛି। ପ୍ରଥମ ଦିନର ମୌସୁମୀ ବର୍ଷାରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବେହାଲ ହୋଇପଡ଼ିଛି।
-
6.ଭାରତୀୟ ସେନା ସିଲିଗୁଡ଼ି କରିଡରରେ ରୁଷ ନିର୍ମିତ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିଛି। ଏହି କରିଡରକୁ ଚିକେନ୍ ନେକ୍ ମଧ୍ୟ କୁହାଯାଏ।
-
7.୧୯୮୫ ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ, ତୁର୍କୀରେ ସରକାରୀ ଭାବରେ ୪୬,୦୦୦ ଏଚଆଇଭି ମାମଲା ରିପୋର୍ଟ କରାଯାଇଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ ଏହି ସଂଖ୍ୟା ପ୍ରକୃତରେ ବହୁତ ଅଧିକ ହୋଇପାରେ।
-
8.ନିର୍ବାଚନ କମିସନ ରାଜ୍ୟସଭାର ଆଠଟି ଆସନ ପାଇଁ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି। ଏହି ନିର୍ବାଚନ ଆସନ୍ତା ଜୁନ୍ ୧୯ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ଆସାମ ଏବଂ ତାମିଲନାଡୁର ଆଠଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
-
9.ଡିଜିସିଏ (ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ) ଏବେ ଏପରି ଏକ ସୁପାରିଶ କରିଛି ଯେ କଳା ଏବଂ ବାଣିଜ୍ୟର ଛାତ୍ରଛାତ୍ରୀମାନେ ମଧ୍ୟ କମର୍ସିୟାଲ ପାଇଲଟ୍ ଲାଇସେନ୍ସ (ସିପିଏଲ୍) ପାଇଁ ତାଲିମ ନେଇପାରିବେ। ଏପର୍ଯ୍ୟନ୍ତ ଏହି ସୁଯୋଗ କେବଳ ଦ୍ୱାଦଶ ଶ୍ରେଣୀରେ ପଦାର୍ଥ ବିଜ୍ଞାନ ଏବଂ ଗଣିତ ପଢ଼ିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ଥିଲା।
-
10.ସୋମବାର ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍ ଭୁଶୁଡିପଡିଛି । ଅଡେଣିଗଡ଼ ନିକଟରେ କୌଣସି କାରଣରୁ ଭୁଶୁଡ଼ି ପଡିଛି ଏହି ନିର୍ମାଣାଧିନ ରେଳ ଟନେଲ ।
-
11.ଦୀଘାରୁ ହଟୁ ‘ଧାମ’ – ଗଜପତି ମହାରାଜା, ଦୀଘା ଜଗନ୍ନାଥ ମନ୍ଦିର ଓ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି।
-
12.ଚୀନ ସହଯୋଗରେ ଆଣବିକ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ କରୁଛି ପାକିସ୍ତାନ। ଯୋଗାଉଛି ସମସ୍ତ ପ୍ରକାର ଜ୍ଞାନ କୌଶଳ ଓ ଆର୍ଥିକ ସହାୟତା, ଗଣବିଧ୍ୱଂଶୀ ଅସ୍ତ୍ରଶସ୍ତ୍ରର ବି ବିକାଶ କରୁଛି ପାକିସ୍ତାନ।
-
13.ସମ୍ପ୍ରତି ବ୍ରାଜିଲର ବାଲ୍ନେରିଓ କାମ୍ବୋରିଉ ସହରରେ ବିଶ୍ୱର ସବୁଠାରୁ ଉଚ୍ଚ ଆପାର୍ଟମେଣ୍ଟର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାର ନାମ ସେନା ଟାୱାର ରଖାଯିବ ବୋଲି ଜଣାପଡ଼ିଛି। ୧୫୪ ମହଲା ବିଶିଷ୍ଟ ଏହି ଆପାର୍ଟମେଣ୍ଟର ଉଚ୍ଚତା ୧,୮୦୦ ଫୁଟ ରହିବ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି।
-
14.ଟିଏମ୍ ଆଡ଼୍ଏକ୍ସ ରିପୋର୍ଟ ଅନୁଯାୟୀ ୨୦୨୪ରେ ଭାରତର ଟେଲିଭିଜନ ବିଜ୍ଞାପନ ପରିମାଣ ଦୀର୍ଘକାଳୀନ ପୁନରୁଦ୍ଧାର ଦେଖାଇଛି, ଯାହା ୨୦୨୦ ତୁଳନାରେ ୧୪% ବୃଦ୍ଧି ପାଇଛି।
-
15.ପୁରୀ ବେଳାଭୂମିରେ ୱାଟର ସ୍ପୋର୍ଟସ ଆକ୍ଟିଭିଟି ବେଳେ ଏହି ଦୁର୍ଘଟଣା ଘଟିଛି। ସ୍ପିଡ୍ ବୋଟରେ ବୋଟିଂ କଲାବେଳେ ବୋଟ୍ ଓଲଟି ଦୁର୍ଘଟଣା ଘଟିଛି। ଉକ୍ତ ବୋଟରେ ଥିଲେ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସେହ୍ନାଶିଷ ଗାଙ୍ଗୁଲି, ଭାଉଜ ଅର୍ପିତା ଗାଙ୍ଗୁଲି । ଉପସ୍ଥିତ ଥିବା ଲାଇଫଗାର୍ଡଙ୍କ ପାଇଁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.