-
1.ଓଡ଼ିଶା ସରକାରଙ୍କ ଚାକିରିଆମାନେ ଯଦି ଇସ୍ତଫା ଦିଅନ୍ତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ଇସ୍ତଫା ପତ୍ରକୁ ୯୦ଦିନ ମଧ୍ୟରେ ଫେରାଇ ନେବାକୁ ଚାହିଁବେ ତେବେ ସରକାର ତାକୁ ଗ୍ରହଣ କରିବେ। ମାତ୍ର ପୂର୍ବରୁ ସରକାରୀ ଚାକିରିଆ ଯଦି ଚାକିରିରୁ ଇସ୍ତଫା ଦେଉଥିଲେ ତାଙ୍କ ପାଇଁ ଏସଂକ୍ରାନ୍ତରେ କୌଣସି ସ୍ବତନ୍ତ୍ର ମାର୍ଗଦର୍ଶିକା ନ ଥିଲା। ମାତ୍ର ଭାରତ ସରକାରଙ୍କ ଚାକିରିଆଙ୍କ କ୍ଷେତ୍ରରେ ଇସ୍ତଫା ଓ ସ୍ବେଚ୍ଛାକୃତ ଅବସରର ପୁନର୍ବାର ସୁଯୋଗ ରହିଥିଲା।
-
2.ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚାକିରିଆଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ ସର୍ଭିସ(ପେନ୍ସନ) ନିୟମ-୧୯୯୨ରେ କେତେକ ସଂଶୋଧନ ଅଣାଯାଇଛି। ଦିବ୍ୟାଙ୍ଗ ଓ ସ୍ବାମୀ ପରିତ୍ୟକ୍ତା ଏବଂ ଝିଅମାନଙ୍କ ଭବିଷ୍ୟତକୁ ନିଶ୍ଚିତ କରାଯାଇଛି।
-
3.ଓଡ଼ିଶା ଗ୍ରାମୀଣ ଉନ୍ନୟନ (ଆରଡବ୍ଲୁ) ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗିଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଚାଲିଥିବା ଚଢ଼ାଉରେ ପ୍ରାୟ ୨.୧ କୋଟି ଟଙ୍କା ଜବତ ହୋଇଛି। ଏହି ଚଢ଼ାଉ ଶୁକ୍ରବାର ସକାଳୁ ଭୁବନେଶ୍ୱର ଏବଂ ଅନୁଗୁଳରେ ଏକକାଳୀନ ଭାବେ ଆରମ୍ଭ ହୋଇଛି।
-
4.ମାର୍ଚ୍ଚ ୩୧, ୨୦୨୫ରେ ସମାପ୍ତ ୨୦୨୪-୨୫ ଆର୍ଥକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତକୁ ଧୀମା ହୋଇଯାଇଛି । ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ରେକର୍ଡ ୯.୨ ପ୍ରତିଶତ ଥିଲା । ଗତ ୪ଟି ଆର୍ଥିକ ବର୍ଷରେ ଏହାକୁ ସବୁଠାରୁ ଧୀମା ଜିଡିପି ଅଭିବୃଦ୍ଧି ହାର ।
-
5.କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ପୁଞ୍ଚରେ ପାକିସ୍ତାନୀ ଆକ୍ରମଣର ଉପଯୁକ୍ତ ଜବାବ ଦେବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସଏଫ)କୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଜମ୍ମୁ ସୀମାରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ୧୧୮ରୁ ଅଧିକ ପାକିସ୍ତାନୀ ପୋଷ୍ଟ ନଷ୍ଟ ଏବଂ କ୍ଷତିଗ୍ରସ୍ତ ହୋଇଛି।
-
6.ଭାରତର ସର୍ବୋଚ୍ଚ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ଫୁଡ୍ ବିଜ୍ନେସ୍ ହାଉସ୍ଗୁଡ଼ିକ ଉପରେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି। କମ୍ପାନୀଗୁଡ଼ିକ କୌଣସି ଖାଦ୍ୟ ପ୍ୟାକେଟ, ଲେବଲ୍ ଓ ବିଜ୍ଞାପନରେ ‘୧୦୦% ବିଶୁଦ୍ଧ’ ଦାବି କରିପାରିବେ ନାହିଁ ବୋଲି ଫୁଡ୍ ସିକ୍ୟୁରିଟି ଆଣ୍ଡ୍ ଷ୍ଟାଣ୍ଡାଡର୍ସ ଅଥରିଟି ଅଫ୍ ଇଣ୍ଡିଆ (ଏଫ୍ଏସ୍ଏସ୍ଏଆଇ) ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
7.ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ୨୦୦ ଏବଂ ୫୦୦ ମୂଲ୍ୟର ନକଲି ନୋଟ (ଫେକ ଇଣ୍ଡିଆନ କରେନ୍ସି ନୋଟ୍ସ – FICNs) ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।
-
8.ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସ୍ନାତକ ଚିକିତ୍ସା ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି କମ ଏନଟ୍ରାନ୍ସ ଟେଷ୍ଟ (NEET) ଦୁଇଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ଆୟୋଜିତ ହେବା ଉଚିତ।
-
9.ରୁଷର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ୍ ଏକ ବଡ଼ ବୟାନ ଦେଇ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ରୁଷ, ଭାରତ ଓ ଚୀନ (ଆରଆଇସି)ର ଶକ୍ତିକୁ ସକ୍ରିୟ କରିବା ସମୟ ଆସିଯାଇଛି।
-
10.‘ଅପରେସନ ସିନ୍ଦୂର’ ସମୟରେ ପାକିସ୍ତାନକୁ ସାମରିକ ସହାୟତା ଦେବା ନେଇ ତୁର୍କୀ ଏୟାରଲାଇନ୍ସ ସହ ସମସ୍ତ ଚୁକ୍ତି ବାତିଲ କରିବା ପାଇଁ କେନ୍ଦ୍ର ସରକାର ଇଣ୍ଡିଗୋକୁ ନିର୍ଦେଶ ଦେଇଛନ୍ତି।
-
11.ନାଇଜେରିଆର ନାଇଜର ରାଜ୍ୟରେ ପ୍ରବଳ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିତ୍ପାତରେ ୮୮ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
-
12.ଭୁବନେଶ୍ୱରର ଇଡି ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି ସିବିଆଇ । ଖଣି ମାମଲାର ରଫାଦଫା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ୫୦ଲକ୍ଷର ଡିଲ୍ ହୋଇଥିଲା, ସେଥିରୁ ପ୍ରଥମେ ୨୦ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ ।
-
13.IPL 2025 ର ଫାଇନାଲ ମ୍ୟାଚ ଜୁନ ୩ରେ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ କ୍ୱାଲିଫାୟର-୩ ଜିତି RCB ଦଳ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି।
-
14.୨୦୨୨ରେ ପୌରୀ ଗଡ଼ୱାଲର ଏକ ରିସୋର୍ଟରେ ଜଣେ ଭିଆଇପି ଅତିଥିଙ୍କୁ ଅତିରିକ୍ତ ସେବା ଯୋଗାଇବାକୁ ମନା କରିବାରୁ ଜଣେ ୧୯ ବର୍ଷୀୟ ରିସେପ୍ସନିଷ୍ଟଙ୍କୁ ହତ୍ୟା କରିବା ଅଭିଯୋଗରେ ଉତ୍ତରାଖଣ୍ଡର ଏକ ଅଦାଲତ ବିଜେପିରୁ ବହିଷ୍କୃତ ଜଣେ ନେତାଙ୍କ ପୁଅ ସମେତ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
-
15.ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲା ତାଲିକାରୁ ଛତିଶଗଡର ବସ୍ତରକୁ ବାଦ ଦିଆଯାଇଛି । ବସ୍ତରକୁ ରେଡ ଲିଷ୍ଟରୁ ବାଦ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.