-
1. ବ୍ରିକ୍ସ ରାଷ୍ଟ୍ର ସମୂହ ଭାରତର ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପହଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ଦୃଢ଼ ନିନ୍ଦା କରିଥିଲେ। ଏହା ସହିତ ଆତଙ୍କବାଦ ବିରୋଧରେ ଗଠନମୂଳକ ଭାବେ ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ରାଷ୍ଟ୍ରଗୁଡ଼ିକ ଆହ୍ବାନ କରିଛନ୍ତି।
-
2.ଭାରତରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ୨୦୧୧-୧୨ରେ ୩୪.୪୪ କୋଟି ରହିଥିଲା। ୨୦୨୨-୨୩ରେ ଏହି ସଂଖ୍ୟା ହ୍ରାସ ପାଇ ୭.୫୨ କୋଟିରେ ରହିଛି। ଅର୍ଥାତ୍ ପ୍ରାୟ ୨୭ କୋଟି ଲୋକ ଏହି ସମୟ ଭିତରେ ଉତ୍କଟ ଦାରିଦ୍ର୍ୟ କବଳରୁ ମୁକ୍ତ ହେବାରେ ସକ୍ଷମ ହୋଇଛନ୍ତି।
-
3.ଆର୍ସେଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍ଏନ୍ଏସ୍ ଇଣ୍ଡିଆ) ଦେଶର ଦୁଇଟି ଐତିହାସିକ ରେଳ ସେତୁ ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଇସ୍ପାତ ଯୋଗାଇ ଭାରତର ଆଧୁନିକ ଭିତ୍ତିଭୂମି ପ୍ରକଳ୍ପରେ ଏହାର ଯୋଗଦାନକୁ ଆହୁରି ସୁଦୃଢ଼ କରିଛି। ଚେନାବ ନଦୀରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ସେତୁ ପାଇଁ ୭୦% ଫ୍ଲାଟ୍ ଇସ୍ପାତ ଏବଂ ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ସେତୁ - ଅଞ୍ଜିଖାଡ୍ ପାଇଁ ୧୦୦% ଇସ୍ପାତ ଯୋଗାଇଛି।
-
4.ଜାତୀୟ ପୋର୍ଟାଲ୍ ତଥ୍ୟ ଅନୁଯାୟୀ ଏବେ ସୁଦ୍ଧା ଭାରତବର୍ଷରେ ୫୨,୭୬,୪୦୩ଟି ପରିବାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ପାଇଁ ଆବେଦନ କରିଥିବା ବେଳେ ୧୦,୭୭,୫୮୫ ଉପଭୋକ୍ତାଙ୍କ ଘରେ ସୌର ପ୍ଲାଣ୍ଟ ବସିଛି। ଯାହାକି ଆବେଦନକାରୀ ସଂଖ୍ୟାର ୨୦ ପ୍ରତିଶତ। ସେହି ପରିପ୍ରେକ୍ଷୀରେ ଓଡ଼ିଶାରେ ୧,୧୪,୯୧୧ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୬୨୩୦ ପରିବାର ଉପଭୋକ୍ତା ହୋଇଛନ୍ତି, ଯାହାକି ୫ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି।
-
5.ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୧୨ତାରିଖରେ ରାଜ୍ୟ ସରକାର ସହରାଞ୍ଚଳର ଗରିବ ଲୋକଙ୍କୁ ଘର ଭେଟି ଦେବେ। ୭୬ଟି ସହରାଞ୍ଚଳର ୫୩୨୮ଜଣଙ୍କୁ ଘର ବଣ୍ଟା ହେବ।
-
6.ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବପ୍ରବଣ ପୋଷ୍ଟରେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି ଯେ ସରକାର କୌଣସି ପ୍ରକାରେ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି। ‘ମୁଁ ବଞ୍ଚି ରହିପାରେ କିମ୍ବା ନପାରେ କିନ୍ତୁ ମୁଁ ଆପଣଙ୍କୁ ଏକ ସତ କହିବାକୁ ଚାହୁଛି, ଯଦି ଆଜି ମୋ ପାଖରେ ଟଙ୍କା ଥାଆନ୍ତା, ତେବେ ମୁଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥାନ୍ତି’ ବୋଲି ମଲ୍ଲିକ ପୋଷ୍ଟ କରିଛନ୍ତି।
-
7.ରଥ ଚକ ବିକ୍ରି ପାଇଁ ମୂଲ୍ୟ ସ୍ଥିରୀକୃତ ହୋଇଛି। ୨୦୨୩ରେ ପ୍ରତ୍ୟେକ ରଥ ଚକର ଦାମ ୫୦ ହଜାର ଟଙ୍କା ରହିଥିଲା। ଚଳିତ ବର୍ଷ ଏହା ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକର ମୂଲ୍ୟ ରହିଛି ୧ଲକ୍ଷ ୫୦ ହଜାର ଟଙ୍କା। ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଚକର ମୂଲ୍ୟ ରଖାଯାଇଛି ୨ଲକ୍ଷ। ଶ୍ରୀଜଗନ୍ନାଥଙ୍କ ରଥ ଚକର ମୂଲ୍ୟ ୩ଲକ୍ଷ ଟଙ୍କା ସ୍ଥିର ହୋଇଛି।
-
8.ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାରେ ୩୨୩ କୋଟିରୁ ଅଧିକ ଟଙ୍କାର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮୦ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଛି ଏବଂ ପ୍ରାୟ ୨୪୪ କୋଟି ଟଙ୍କା ମୂଲ୍ୟର ୪୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
-
9.ବିଶ୍ୱର ଅନେକ ଦେଶ ଚୀନ୍ ଋଣର ବୋଝ ତଳେ କାନ୍ଦୁଛନ୍ତି, ସେମାନଙ୍କ ମଧ୍ୟରୁ ତିନୋଟି ହେଉଛି ଭାରତର ପଡ଼ୋଶୀ। ଚୀନ୍ ତାର ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ (BRI) ଅଧୀନରେ ଅନେକ ଦେଶକୁ କୋଟି କୋଟି ଡଲାର ଋଣ ଦେଇଥିଲା, କିନ୍ତୁ ବର୍ତ୍ତମାନ ସେହି ଋଣ ଏହି ରାଷ୍ଟ୍ରଗୁଡ଼ିକ ପାଇଁ ଆର୍ଥିକ ଦାସତ୍ୱର ଫାଶ ପାଲଟିଛି।
-
10. କୋଟିପତି ବ୍ୟବସାୟୀ ଏଲନ ମସ୍କ ଆମେରିକା ରାଜନୀତିରେ ନୂଆ ପରିବର୍ତ୍ତନ ଆଣିବା ଲାଗି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବା ପରେ ମସ୍କ ଆମେରିକାରେ ଏକ ନୂଆ ରାଜନୈତିକ ଦଳ ‘ଦ ଆମେରିକାନ ପାର୍ଟି’ ଗଠନ କରିବାକୁ ଘୋଷଣା କରିଛନ୍ତି।
-
11.କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସିମଲାର ଆଇଜିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
-
12. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅର୍ବୁଦପତି ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦକୁ ନେଇ ରୁଷ୍ ଆମୋଦିତ ହୋଇଛି।
-
13.ଦେଶରେ କୋଭିଡ ଆତଙ୍କ ୫,୭୫୦ସଂକ୍ରମିତ ଓ ଓଡ଼ିଶାରେ ୩୮। ସତର୍କ ରହିବା ପାଇଁ କେନ୍ଦ୍ରର ତାଗିଦ।
-
14.ଫୁଲବାଣୀରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ହସ୍ପିଟାଲର ଉଦ୍ଘାଟନ।
-
15.ଆସାମ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେବେ ୧୪ଟି ଜିଲ୍ଲାର ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଏବେ ବି ବନ୍ୟା ପ୍ରଭାବରେ ରହିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.