• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ଜଣେ ମହିଳା ସବ୍‌-ଇନ୍‌ସପେକ୍ଟର ଗୀତା ସମୋତା ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍‌ ଏଭରେଷ୍ଟ (୮,୮୪୯ ମିଟର) ସଫଳତାର ସହ ଆରୋହଣ କରି ଇତିହାସ ସୃଷ୍ଟି କରିଛନ୍ତି।

  2. 2.ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୨୬୦ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ କେବଳ ବଜ୍ରପାତରେ ୧୯୯ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବା ସୂଚନା ଦେଇଛନ୍ତି ଆଇଆଇଟି ମୁମ୍ବାଇରେ ଜଳବାୟୁ ଓ ପାଣିପାଗ ଉପରେ ଗବେଷଣା କରୁଥିବା ବିଶ୍ୱଜିତ ସାହୁ। ୱେଦର ମ୍ୟାନ।

  3. 3.ଚଳିତବର୍ଷ ମେ’ ମାସରେ ହୋଇଥିବା ବର୍ଷା ୧୨୪ ବର୍ଷର ରେକର୍ଡ ଭାଙ୍ଗିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ରବିବାର ଏକ ଏକ୍ସ’ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି।

  4. 4.ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଡରାଇବାକୁ ଲାଗିଲାଣି। କରୋନାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦୦ ପାର୍‌ ହୋଇଛି। ରବିବାର ସକାଳ ୮ଟାସୁଦ୍ଧା ମୋଟ୍‌ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୧୩୩ରେ ପହଞ୍ଚିଛି। 

  5. 5.ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍‌)ର ନୂଆ ଅଧ୍ୟକ୍ଷ ଭାବେ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଭେଲପମେଣ୍ଟ ରିସର୍ଚ୍ଚର ପୂର୍ବତନ କୁଳପତି ଏସ୍‌. ମହେନ୍ଦ୍ର ଦେବ ଦାୟିତ୍ୱ ଗ୍ରହଣ କରିଛନ୍ତି।

  6. 6.ଟିକସ ବିଲ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ଵର ୧ ନଂ. ଧନୀ ଏଲନ ମସ୍କଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ କୁ ନେଇ ଏବେ ଟ୍ରମ୍ପ ଖୋଲାଖୋଲି ଭାବେ ମସ୍କଙ୍କୁ ଧମକ ଦେବାକୁ ବି ପଛାଇ ନାହାନ୍ତି।

  7. 7.ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି। ଉତ୍ତର ପୂର୍ବ ଦିଲ୍ଲୀର ଦୟାଲପୁର ଥାନା ଅନ୍ତର୍ଗତ ନେହେରୁ ବିହାରରେ ଜଣେ ୯ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି।

  8. 8.ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା, ଆଇଏଏସ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ସେଲ ଦ୍ଵାରା ଧରା ପଡ଼ିଛନ୍ତି। ତାଙ୍କ ସରକାରୀ ଘର ତନଖି ବେଳେ ଭିଜିଲାନ୍ସ ଟିମ୍ ୪୭ ଲକ୍ଷ ଟଙ୍କା ଠାବ କରିଛି।

  9. 9.ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା.. ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ବାର ଖେଲାଯିବାକୁ ବାରଣ କରାଯାଇଛି.. ଏହି ପରିସର ଭିତରେ ମଦ ଓ ଆମିଷ ବିକ୍ରିକୁ ମଧ୍ୟ ନିଷିଦ୍ଧ କରାଯାଇଛି।

  10. 10.ଓଡ଼ିଶା ରାଜଧାନୀକୁ ବିଭିନ୍ନ ଉଦ୍ଦେଶ୍ୟରେ ଆସୁଥିବା ଲୋକଙ୍କ ପାଇଁ ସୁଲଭ ବାସସ୍ଥାନ ଯୋଗାଇବା ନିମନ୍ତେ ରାଜ୍ୟ ସରକାର ଭୁବନେଶ୍ୱରରେ ୩୦ଟି ଅତିଥି ଭବନ ନିର୍ମାଣ କରିବ।

  11. 11.କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ବୃହଦାକାର ବହୁମୁଖୀ ସମବାୟ ସମିତିକୁ ମିଳିଛି ବଡ଼ ସଫଳତା। ଏବେ କେବଳ ରାଜ୍ୟ ନୁହଁ ରାଜ୍ୟ ବାହାରେ ତଥା ରାଷ୍ଟ୍ରୀୟ କୋପରେଟିଭ ଅର୍ଗାନିକ ଲିମିଟେଡ ସହ ଅନୁବନ୍ଧିତ ହୋଇପାରିଛି ।

  12. 12.ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପୁଣି ଥରେ ଗମ୍ଭୀର ମୋଡ଼ ନେଇଛି। ଜୁନ୍ ପହିଲାରେ ୟୁକ୍ରେନ ଦ୍ୱାରା ରୁଷ୍‌ର ଏୟାରବେସ୍ ଏବଂ ଲଢୁଆ ବିମାନ ଉପରେ ହୋଇଥିବା ଆକ୍ରମଣର ଜବାବରେ ରୁଷ୍‌ ଭୀଷଣ ଆକ୍ରମଣ ଜାରି ରଖିଛି।

  13. 13.ମହାକାଶରେ ତ୍ରିରଙ୍ଗା ଉଡ଼ାଇବାକୁ ଭାରତ ଏବେ ପୁଣି ଥରେ ପ୍ରସ୍ତୁତ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏହି ଭାରତୀୟ ଗୌରବର ବାହକ ହେବେ। ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌କୁ ଉଡ଼ାଣ ଭରିବା ପାଇଁ ମିସନ୍‌ ଆକ୍ସିୟମ୍-୪ର ପରିଚାଳନା ଭାର ମଧ୍ୟ ଶୁଭାଂଶୁଙ୍କ ହାତରେ ରହିବ।

  14. 14.ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ହାସଲ କରିବାରେ ଓଡ଼ିଶା ଦେଶର ଶ୍ରେଷ୍ଠ ୧୦ କିମ୍ବା ଶ୍ରେଷ୍ଠ ୨୦ ରାଜ୍ୟ ଭିତରେ ବି ସ୍ଥାନ ପାଇନାହିଁ। ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶକୁ ୪,୨୧,୯୨୮.୮୩ କୋଟି ଟଙ୍କାର ଏଫ୍‌ଡିଆଇ ଆସିଛି। ସେଥିରୁ ମାତ୍ର ୩୯.୦୨ କୋଟି ଟଙ୍କା ଓଡ଼ିଶା ଭାଗରେ ପଡ଼ିଛି। ଏହା ଦେଶକୁ ଆସିଥିବା ମୋଟ୍‌ ଏଫ୍‌ଡିଆଇର ମାତ୍ର ୦.୦୦୯%।

  15. 15.ଶନିବାର ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨୮ ନମ୍ବର (ଖ) ଖୁଆଡ଼ ମଧ୍ୟରେ ଧଳା ବାଘୁଣୀ ‘ମୌସୁମୀ’ର ଦ୍ୱିତୀୟ ଗର୍ଭରୁ ଦୁଇ ଶାବକ ଜନ୍ମ ନେଇଛନ୍ତି। ନବଜାତ ଶାବକଙ୍କ ମଧ୍ୟରେ ଗୋଟିଏ ଧଳା ଓ ଗୋଟିଏ ସାଧାରଣ ନାଲି ରଙ୍ଗର ଅଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.