- 1.ସୁପ୍ରିମକୋର୍ଟର ପ୍ରତୀକ ଚିହ୍ନ ପୁଣି ଥରେ ବଦଳିଛି। ନୂଆ ପ୍ରତୀକ ଚିହ୍ନ ହଟିଥିବା ବେଳେ ପୁରୁଣା ପ୍ରତୀକ ଚିହ୍ନ କୁ ଭାରତର ପ୍ରଧାନ ବିଚାର ପତି (ସିଜେଆଇ) ଜଷ୍ଟିସ୍ ବି.ଆର. ଗଭଇ ପୁନଃ ସ୍ଥାପନା କରିଛନ୍ତି। କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ କରିଡୋରରେ ଲଗାଯାଇଥିବା କାଚ ଦ୍ୱାର ଗୁଡିକୁ ହଟାଯିବ ଓ ସୁପ୍ରିମକୋର୍ଟ ପୁଣି ପୁରୁଣା ରୂପକୁ ଫେରିବ।
-
2.ୟୁକ୍ରେନ ସେନା ରୁଷୀୟ ବାୟୁସେନାକୁ ଟାର୍ଗେଟ କରିଛି। କିଭ୍ ଇଣ୍ଡିପେଣ୍ଡେଣ୍ଟ ଏକ ସୂତ୍ରକୁ ଉଦ୍ଧାର କରି ଲେଖିଛନ୍ତି ଯେ ଏହି ଆକ୍ରମଣରେ ୪୦ ରୁ ଅଧିକ ରୁଷୀୟ ବୋମା ବିସ୍ଫୋରଣକାରୀ ଜେଟ୍ କ୍ଷତିଗ୍ରସ୍ତ ହୋଇଛି।
-
3.ଗାଜାରେ ଇସ୍ରାଏଲର ଏକ ବଡ଼ ଆକ୍ରମଣ । ପାଲେଷ୍ଟାଇନର ଔଷଧ ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଇସ୍ରାଏଲର ଆକ୍ରମଣରେ ପ୍ରାୟ ୪୦ ଜଣ ପ୍ରାଣ ହରାଇଥିବା ସୂଚନା ଅନୁଯାଇ ୧୫୦ରୁ ଅଧିକ ଆହତ ହୋଇଛନ୍ତି ।
-
4.ଭାରତରେ ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନର ଟ୍ରାଏଲ ରନ ଜାପାନରେ ଆରମ୍ଭ ହୋଇଛି ।
-
5. ରୁଷ ପୁଣି ଥରେ ଭାରତକୁ ପଞ୍ଚମ ପିଢ଼ିର ସୁ-୫୭ଇ ଲଢ଼ୁଆ ବିମାନ ଦେବାକୁ ଅଫର ଦେଇଛି |
-
6.ମେ ମାସରେ ଦେଶର ଜିଏସଟି ରାଜସ୍ବ ୧୬.୪ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୧ ହଜାର ୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହା ୨ୟ ସର୍ବାକାଳୀନ ମାସିକ ଜିଏସଟି ସଂଗ୍ରହ । ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ରେକର୍ଡ ୨ ଲକ୍ଷ ୩୬ ହଜାର କୋଟିକୁ ବୃଦ୍ଧି ପାଇଥିଲା ।
-
7.ତୈଳ ବିପଣନ କମ୍ପାନିଗୁଡ଼ିକ (ଓଏମସି) ଗ୍ୟାସ ସିଲିଣ୍ଡରର ଦର ହ୍ରାସ କରିଛନ୍ତି। ଜୁନ୍ ୧ଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୨୪ ଟଙ୍କା ହ୍ରାସ ପାଇଛି।
-
8.ବାଂଲାଦେଶକୁ ସ୍ୱାଧୀନ କରିଥିବା ଏହାର ଜାତୀୟ ପିତା ବଙ୍ଗ ବନ୍ଧୁ ମୁଜିବୁର ରହମାନଙ୍କ ଚିହ୍ନବର୍ଣ୍ଣ ଦେଶରୁ ଲିଭାଇକୁ ଦେବାକୁ ଚାହାନ୍ତି ମହମ୍ମଦ ୟୁନୁସଙ୍କ ସରକାର। ବାଂଲାଦେଶର ମୁଦ୍ରା ଟାକାରୁ ମୁଜିବୁର ରହମାନଙ୍କ ଫଟୋ ହଟାଇ ଦିଆଯାଇଛି। ସେହି ସ୍ଥାନରେ ଏକ ହିନ୍ଦୁ ମନ୍ଦିର ଓ ବୌଦ୍ଧ ମନ୍ଦିର ଭଳି ଐତିହ୍ୟର ଫଟୋ ରଖାଯାଇଛି।
-
9. ଲଗାଣ ବର୍ଷା ଫଳରେ ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଯୋଗୁଁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସଡ଼କ ପରିବହନ, ରେଳ ଏବଂ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଆସାମ, ତ୍ରିପୁରା, ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ୩୦ ଜଣ ଲୋକଙ୍କ ଜୀବନ ଯାଇଛି।
-
10.ନବରଙ୍ଗପୁର ଜିଲ୍ଲା ଝରିଗାଁ ଅନ୍ତର୍ଗତ ହାତିବାଡି ଗ୍ରାମ୍ୟ ଜଙ୍ଗଲରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଦୋକାନ ଗୃହ ଓ ଘର ମୋଟ ୨୮ ଗୋଟି ଉଛେଦ କରିଛି।
-
11.କେନ୍ଦ୍ରାପଡ଼ାର ଜରି ମାଉସୀ ଭାବେ ପରିଚିତ ଖଇରାବାଦ ଗାଁର କମଳା ମହାରଣାଙ୍କର ୬୬ ବର୍ଷ ବୟସରେ ପରଲୋକ ଘଟିଛି।
-
12.ଓମ୍ଫେଡ୍ କ୍ଷୀର ଦାମ୍ ଲିଟର ପିଛା ୨ ଟଙ୍କା ବଢିବ। ଏଥିସହ ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ। ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୂଚନା।
-
13.ଚଳିତ ବର୍ଷ ଖଣି କାର୍ଯ୍ୟକଳାପରୁ ରାଜ୍ୟ ସରକାର ୪୭,୪୬୭.୯୩ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଲୁହାପଥର, କୋଇଲା ଓ ବକ୍ସାଇଟ୍ ଭଳି ପ୍ରମୁଖ ଖଣିଜ ପଦାର୍ଥରୁ ୪୬,୫୬୭.୨୮ କୋଟି ଟଙ୍କାର ଟିକସ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଲଘୁ ଖଣିଜରୁ ୯୦୦.୦୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରହିଛି।
-
14.ଦେଶବ୍ୟାପୀ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବଢ଼ିଚାଲିଛି। ଏବେ କରୋନାର ସକ୍ରିୟ ମାମଲା ୩ ହଜାର ଟପିଥିବା ବେଳେ ବିଭିନ୍ନ ରାଜ୍ୟରେ ସତର୍କତା ପଦକ୍ଷେପ ପାଇଁ ଗୁରୁତ୍ବାରୋପ କରାଯାଇଛି। କେରଳରେ ସର୍ବାଧିକ ୧୩୩୬ ଜଣ ସଂକ୍ରମିତ ହୋଇଛନ୍ତି।
-
15.ୟୁକ୍ରେନ୍ ରୁଷ୍ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟି ଓଲେନିଆ ଓ ବେଲିଆ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୟୁକ୍ରେନ୍ ସେନା ଶକ୍ତିଶାଳୀ ଡ୍ରୋନ୍ ବ୍ୟବହାର କରି ଉଭୟ ବାୟୁସେନା ଘାଟିକୁ ଛାରଖାର କରିଦେଇଛି। ଏଥିରେ ରୁଷ୍ର ୪୦ଟି ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ୟୁକ୍ରେନ୍ ଦାବି କରିଛି।
-
16.ଦକ୍ଷିଣ ଗାଜାର ରାଫାରେ ଥିବା ଆମେରିକା ଅନୁଦାନପ୍ରାପ୍ତ ସହାୟତା ବିତରଣ କେନ୍ଦ୍ର ନିକଟରେ ଆଜି ସକାଳେ ଇସ୍ରାଏଲ ସେନା ଗୁଳି ଚଳାଇବାରୁ ୩୧ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ୧୧୫ରୁ ଅଧିକ ଆହତ ହୋଇଛନ୍ତି।
-
17.ବଲୁଚିସ୍ତାନରେ ଚାଲିଥିବା ବିଦ୍ରୋହ ପାକିସ୍ତାନର ମୂଳଦୁଆକୁ ଦୋହଲାଇ ଦେଇଛି। ପାକିସ୍ତାନର ସୁରବ ସହରର ଅଧିକାଂଶ ଅଂଚଳକୁ ବିଦ୍ରୋହୀମାନେ ନିୟନ୍ତ୍ରଣ କରିନେଇଛନ୍ତି।
-
18.ରୁଷ୍ର ବ୍ରାୟାନସ୍କ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ଏକ ପୋଲ୍ର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି।
-
19.ଦକ୍ଷିଣ କୋରିଆର ଗୁମିରେ ଆୟୋଜିତ ୨୬ତମ ଏସୀୟ ଦୌଡ଼କୁଦ ଚମ୍ପିଆନସିପେର ଓଡ଼ିଆ ଧାବିକା ଅଲିମ୍ପିଆନ ଶ୍ରାବଣୀ ନନ୍ଦ ଚମକିଛନ୍ତି। ଦେଶ ପାଇଁ ଶ୍ରାବଣୀ ମହିଳା ରିଲେରେ ରୌପ୍ୟ ପଦକ ଜିତିଛନ୍ତି।
-
20.ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା ୨୬ତମ ଏସୀୟ ଦୌଡ଼କୁଦ ଚମ୍ପିଆନସିପ ଉଦଯାପିତ ହୋଇ ଯାଇଛି। ଏଥିରେ ଭାରତ ୮ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୬ଟି କାଂସ୍ୟ ସହ ୨୪ଟି ପଦକ ଜିତି ଦ୍ବିତୀୟ ସ୍ଥାନ ହାସଲ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.