• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. କଞ୍ଜରଭେଟିଭ୍‌ ନେତା କାରୋଲ ନଓରୋକି ପୋଲାଣ୍ଡ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସୋମବାର ଚୂଡ଼ାନ୍ତ ଗଣତି ଅନୁଯାୟୀ ନଓରୋକି ୫୦.୮୯ ପ୍ରତିଶତ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓ୍ବାର୍ସା ମେୟର ରାଫାଲ ଟ୍ରଜାସ୍କୋଓସ୍କି ୪୯.୧୧ ପ୍ରତିଶତ ଭୋଟ ପାଇଛନ୍ତି। 
  2. 2.ଆଇଆଇଟି ସମେତ ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଅନୁଷ୍ଠିତ ଜେଇଇ ଆଡଭାନ୍ସଡ୍‌ ଫଳ ପ୍ରକାଶ ପାଇଛି।   ଆଇଆଇଟି ଦିଲ୍ଲୀ ଜୋନ୍‌ର ଛାତ୍ର ରଜିତ୍‌ ଗୁପ୍ତା ୩୬୦ରୁ ୩୩୨ ମାର୍କ ରଖି କମନ୍‌ ରୢାଙ୍କ ଲିଷ୍ଟ (ସିଆର୍‌ଏଲ୍‌)ର ୧ ନମ୍ବରରେ ରହିବା ସହ ଦେଶରେ ଟପର୍‌ ହୋଇଛନ୍ତି। ହଂସ ଦାରୁକ ୩୯ତମ ସ୍ଥାନରେ ରହିବା ସହ ଓଡ଼ିଶା ଟପର୍‌ ହୋଇଥିବା କୁହାଯାଉଛି।
  3. 3.ଏମକେସିଜି ମେଡିକାଲରେ ପୁଣି ରେଗିଂ, ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା।
  4. 4.ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ଆଜି ଦୁଇ ଦେଶ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ତୁର୍କୀ ରାଜଧାନୀ ଇସ୍ତାନବୁଲଠାରେ ହୋଇଛି।
  5. 5.ଭାରତରେ ରୁଷ ଦୂତବାସର ଉପମୁଖ୍ୟ ରୋମାନ ବାବୁଶକିନ୍ କହିଛନ୍ତି ଯେ ଅବଶିଷ୍ଟ ଏସ-୪୦୦ ରେଜିମେଣ୍ଟ ଚଳିତ ବର୍ଷ ଶେଷ କିମ୍ବା ୨୦୨୬ରେ ଯୋଗାଇ ଦିଆଯିବ ।
  6. 6.ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାରଙ୍କ ବାଣିଜ୍ୟ ନୀତିକୁ ବିରୋଧ କରି ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନର ଅନେକ ହଜାର ଉତ୍ତେଜିତ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି।
  7. 7.ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ  ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) ପକ୍ଷରୁ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।
  8. 8.ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କାର ନୋଟଗୁଡ଼ିକର ଏକ ବଡ଼ ସଂଖ୍ୟା ଏବେ ବି ଲୋକଙ୍କ ପାଖରେ ପଡ଼ି ରହିଛି। ଏଗୁଡ଼ିକର ମୋଟ ମୂଲ୍ୟ ୬୧୮୧ କୋଟି ଟଙ୍କା ହେବ। ଗତ ମେ ୧ ତାରିଖ ସୁଦ୍ଧା ଏହି ପରିମାଣ ୬୨୬୬ କୋଟି ଟଙ୍କା ଥିଲା । ଅର୍ଥାତ୍ ଆଉ ବିଶେଷ ପରିମାଣର ୨୦୦୦ ଟଙ୍କିଆ ନୋଟ ଫେରୁନାହିଁ । 
  9. 9. ଜି୨୦ ଶେର୍ପା ତଥା ପୂର୍ବତନ ନୀତି ଆୟୋଗ ସିଇଓ ଆମିତାଭ କାନ୍ତଙ୍କ ମତ ଅନୁସାରେ, ଭାରତ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେବ।
  10. 10.ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ କମ୍ପାନି ଟେସ୍‌ଲାର ଭାରତରେ କାର୍‌ ତିଆରି କରିବାରେ କୌଣସି ଆଗ୍ରହ ନାହିଁ। ଏହା କେବଳ ସୋ’ରୁମ୍ ଖୋଲିବାକୁ ଚାହୁଛି।
  11. 11.ଶିଳ୍ପପତି ଗୌତମ ଆଦାନୀ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍‌ ଦାବି କରିଛି। ମୁନ୍ଦ୍ରା ବନ୍ଦର ଜରିଆରେ କମ୍ପାନି ଇରାନରୁ ମଗାଇଥିବା ଏଲ୍‌ପିଜିକୁ ନେଇ ଆମେରିକା ତଦନ୍ତ କରୁଛି।
  12. 12.ବିହାର ବିଧାନସଭା ନିର୍ବାଚନ ୨ରୁ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ, ନିର୍ବାଚନ ଆୟୋଗ ବିହାରର ନିର୍ବାଚନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ସମୟରେ ଦୀପାବଳି ଓ ଛଟ୍‌ ଛୁଟିକୁ ବିଚାର କରିପାରନ୍ତି।
  13. 13.ଓଡ଼ିଶାରେ କୋଭିଡ ମାମଲା ବୃଦ୍ଧି ପାଇଛି ଏବଂ ନୂଆ ତିନୋଟି ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ସକ୍ରିୟ ପଜିଟିଭ ମାମଲା ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।
  14. 14.ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ସ୍ବାଭାବିକ ତାରିଖ ଜୁନ୍ ପହିଲାର ୮ ଦିନ ପୂର୍ବରୁ ମେ ୨୪ରେ ପହଞ୍ଚିଥିଲା। ତେବେ ସଅଳ ମୌସୁମୀ ଯେ ସବୁବେଳେ ଭଲ ଫଳ ଦେବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ।
  15. 15.ଓମ୍‌ଫେଡ୍‌ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବଢ଼ିବ ବୋଲି ‘ବିଶ୍ବ ଦୁଗ୍ଧ ଦିବସ’ ଅବସରରେ ସୂଚନା ଦିଆଯାଇଥିଲା। କିନ୍ତୁ ଏହି ବର୍ଦ୍ଧିତ ଦର ତତ୍‌କାଳ ଲାଗୁ ହେବ ନାହିଁ।  ବର୍ଦ୍ଧିତ ଦର ଲାଗୁ ହେବାକୁ ପ୍ରାୟ ୧୫ ଦିନ ବିଳମ୍ବ ହେବ ବୋଲି ସେ କହିଛନ୍ତି। 
  16. 16.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭଦ୍ରକ ଜିଲ୍ଲାର ବାଲିଆପଡା ଠାରେ ପ୍ରାୟ ୨୭୫ କୋଟି ଟଙ୍କାର ସମୁଦାୟ ୧୩ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
  17. 17. ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ନୂଆ ମଦ ନୀତି ରାଜ୍ୟରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।
  18. 18.ପୁଲିସ ମାଲଖାନାରୁ ୫୧ ଲକ୍ଷ ଟଙ୍କା ଏବଂ ସୁନା ଅଳଙ୍କାର ଚୋରି କରିନେଇଥିବା ଜଣେ ହେଡ୍‌ କନଷ୍ଟେବଳ ଧରାପଡ଼ିଛନ୍ତି। ଦିଲ୍ଲୀ ପୁଲିସର ସ୍ଵତନ୍ତ୍ର ସେଲ୍‌ ଅଭିଯୁକ୍ତ କନଷ୍ଟେବଳ ଖୁର୍ସିଦଙ୍କୁ ଗିରଫ କରିଛି।
  19. 19.ସାଧାରଣ ଲୋକଙ୍କୁ ୪ଦିନ ପରେ ଆଶ୍ୱସ୍ତି ଦେବାକୁ ଯାଉଛି ଆରବିଆଇ । ସାରା ଦେଶରେ ଗୃହ ଋଣ ଏବଂ କାର ଋଣର ମାସିକ କିସ୍ତି (ଇଏମଆଇ) ପୁଣି ଥରେ ହ୍ରାସ ପାଇପାରେ । ଆରବିଆଇ ଏନେଇ ଆସନ୍ତା ୬ ତାରିଖରେ ଏକ ବଡ ନିଷ୍ପତ୍ତି ନେବାକୁ ଯୋଜନା କରୁଛି ।
  20. 20.ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ତଥା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଦିନିକିଆ କ୍ରିକେଟରୁ ସୋମବାର ଅବସର ଘୋଷଣା କରିଛନ୍ତି। 
  21. 21.ବ୍ରିଟେନ୍ସ ଗଟ୍‌ ଟାଲେଣ୍ଟ’ରେ ଚମକିଲେ ଭାରତର ଝିଅ ବିନିତା ଛେତ୍ରୀ, ଶୁଭେଚ୍ଛା ଜଣାଇଲେ ଆସାମ ମୁଖ୍ୟମନ୍ତ୍ରୀ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.