-
1. ବିଶ୍ବବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ୬୦ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ଜଳବାୟୁଜନିତ ଚରମ ଘଟଣାର ପ୍ରଭାବକୁ ଅନୁଭବ କରିଛନ୍ତି। ଆସନ୍ତା ଦଶନ୍ଧିରେ ଏଭଳି ଘଟଣା ଦ୍ବାରା ୭୫ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ପ୍ରଭାବିତ ହେବେ।
-
2.ଭୋଟ ପ୍ରତିଶତ ସମ୍ପର୍କିତ ତଥ୍ୟରେ ସ୍ୱଚ୍ଛତା ଏବଂ ଶୀଘ୍ର ସୂଚନା ପାଇଁ ଭାରତୀୟ ନିର୍ବାଚନ କମିସନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ପ୍ରତ୍ୟେକ ପୋଲିଂ ବୁଥରୁ ଭୋଟିଂ ସଂଖ୍ୟା ରିଅଲ ଟାଇମରେ ଉପଲବ୍ଧ ହେବ। ଏହି ନୂତନ ବ୍ୟବସ୍ଥା ଆଗାମୀ ବିହାର ବିଧାନସଭା ନିର୍ବାଚନ ସହିତ ଆରମ୍ଭ ହେବ।
-
3. ରୁଷ ଉପରେ ୟୁକ୍ରେନ ଆଉ ଏକ ବଡ଼ ଆକ୍ରମଣ କରିଛି । ଏଥର ୟୁକ୍ରେନୀୟ ସେନା କ୍ରିମିୟା ସେତୁ ଉପରେ ୧୧୦୦ କିଲୋଗ୍ରାମ ବିସ୍ଫୋରକ ପାଣି ତଳେ ରଖି ଉଡ଼ାଇ ଦେଇଛି।
-
4.ଉତ୍ତରପ୍ରଦେଶର ଆଗ୍ରାରେ ପ୍ରବଳ ଗରମ ହେତୁ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିବା ଚାରିଜଣ ବାଳିକା ବୁଡ଼ି ଯାଇଥିବା ବେଳେ ଦୁଇଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି।
-
5.କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ଭର୍ତ୍ସନା କରିଛନ୍ତି। ହାଇକୋର୍ଟ କମଲଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି,‘ "ଆପଣଙ୍କର କହିବାର ଅଧିକାର ଅଛି, କିନ୍ତୁ ଲୋକଙ୍କ ଭାବନାକୁ ଆଘାତ ଦେବାରେ କୌଣସି ଅଧିକାର ନାହିଁ।
-
6.ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ଦରପୋଡ଼ା ନଗଦ ଟଙ୍କା ମିଳିବା ଏବଂ ଏଥିରେ ତାଙ୍କର ଦୋଷ ପ୍ରମାଣିତ ହୋଇଥିବାରୁ ତାଙ୍କ ବିରୋଧରେ କେନ୍ଦ୍ର ସରକାର ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
-
7.ଉତ୍ତରାଖଣ୍ଡ କ୍ୟାଡରର ୨୦୧୫ ବ୍ୟାଚର ଆଇପିଏସ୍ ଅଧିକାରୀ ରଚିତା ଜୁୟାଲ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଇପିଏସ୍ ଅଧିକାରୀ ରଚିତା ଜୁୟାଲଙ୍କ ବାପା ମଧ୍ୟ ଉତ୍ତରାଖଣ୍ଡ ପୁଲିସରେ ଅଛନ୍ତି। ତାଙ୍କ ସ୍ୱାମୀ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ହୋଇଥିବା ବେଳେ ଶ୍ୱଶୁର ରାଘବ ଜୁୟାଲ ଜଣେ ଜଣାଶୁଣା ଚଳଚ୍ଚିତ୍ର ଅଭିନେତା।
-
8.ଭାରତର ଅପରେସନ ସିନ୍ଦୂର ବିଷୟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଅନିଲ ଚୌହାନ କହିଛନ୍ତି ଯେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିବାର ପାଞ୍ଚ ମିନିଟ୍ ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା।
-
9.ଟ୍ରାଫିକ୍ ପୋଷ୍ଟରେ ବଡ଼ ପରିବର୍ତ୍ତନ ହେବ । ଏଣିକି ସବୁ ଟ୍ରାଫିକ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ। ଫଳରେ ଟ୍ରାଫିକ ପୋଷ୍ଟରେ ଅଟକୁଥିବା ଯାତ୍ରୀମାନେ ଭଲ ଅକ୍ସିଜେନ ପାଇପାରିବେ।
-
10.ଦେବଗଡ଼ ଜିଲ୍ଲାରେ ୨୦୫ କୋଟି ଟଙ୍କାର ୧୧ଟି ସ୍ବାସ୍ଥ୍ୟ ପ୍ରକଳ୍ପ ଓ ୪ ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
-
11.ପାକିସ୍ତାନର ପଞ୍ଜାବ ଜିଲାରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ)ର କମାଣ୍ଡର ଅବଦୁଲ ଅଜିଜ ଏସାରକୁ ହତ୍ୟା – ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଲା।
-
12.ଫର୍ଟିଲାଇଜର ଆସୋସିଏଶନ ଅଫ୍ ଇଣ୍ଡିଆ(ଏଫଏଆଇ)ର ନୂଆ ଅଧ୍ୟକ୍ଷ ଭାବେ ଉଦ୍ୟୋଗପତି ଶୈଲେଶ ସି. ମେହଟା ନିର୍ବାଚିତ ହୋଇଛନ୍ତି।
-
13.ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଦୀପିକାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସର ହୋଇଛି। ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
-
14.ଦେଶର ଲୋକପ୍ରିୟ ଶିକ୍ଷକ ତଥା ୟୁଟ୍ୟୁବର ଖାନ୍ ସାର୍ ନିଜ ବିବାହ ପରେ ପାଟଣାରେ ବିବାହ ଭୋଜିର ଆୟୋଜନ କରିଛନ୍ତି । ଏହି ଅବସରରେ ସାରା ଦେଶର ଶିକ୍ଷକ ତଥା ଅନେକ ନେତା ଯୋଗ ଦେଇଥିଲେ ।
-
15.ଭୁବନେଶ୍ୱର ସମେତ ଓଡ଼ିଶାର ୧୦ ଜିଲା ପାଇଁ ଅରେଞ୍ଜ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ମାଲକାନଗିରି, ଖୋର୍ଦ୍ଧା (ଭୁବନେଶ୍ୱର ସହ), ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ରାୟଗଡ଼ା, ସୁନ୍ଦରଗଡ଼, ନୟାଗଡ଼ ଓ କେନ୍ଦୁଝର।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.