-
1. ପ୍ରଧାନ ବିଚାରପତି (ସିଜେଆଇ) ଭୂଷଣ ଆର୍ ଗୱାଇ ବିଚାରପତିମାନଙ୍କୁ ଅବସର ପରେ ତୁରନ୍ତ ସରକାରୀ ପଦବି ଗ୍ରହଣ କରିବା କିମ୍ବା ନିର୍ବାଚନ ଲଢ଼ିବାରୁ ଦୂରେଇ ରହିବା ପାଇଁ କହିଛନ୍ତି। ଏଭଳି ଅଭ୍ୟାସ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଜନସାଧାରଣଙ୍କ ବିଶ୍ୱାସ କମିଯାଉଛି ବୋଲି ସେ ସତର୍କ କରାଇ ଦେଇଛନ୍ତି।
-
2.ୟୁକ୍ରେନ ସହିତ ରୁଷିଆ ସମଗ୍ର ୟୁରୋପ ପାଇଁ ବିପଦ ପାଲଟିଛି। ୟୁକ୍ରେନର ଡ୍ରୋନ୍ ଆକ୍ରମଣ ପରେ, ରୁଷିଆ ପ୍ରତିଶୋଧର ନିଆଁରେ ଜଳୁଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ତାଙ୍କର ଟାର୍ଗେଟ ୟୁକ୍ରେନକୁ ସାହାଯ୍ୟ କରୁଥିବା ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ହୋଇପାରେ।
-
3.ପାକିସ୍ତାନରେ ପ୍ରାୟ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅହମଦିଆ ମୁସଲିମ୍ ସମ୍ପ୍ରଦାୟକୁ ଏଥର ବକ୍ରିଇଦ୍ ପାଳନ କରିବାକୁ ଅନୁମତି ଦିଆଯିବ ନାହିଁ। ମରିୟମ ନୱାଜ ସରକାରଙ୍କ ଅଧୀନରେ ଥିବା ଲାହୋର ହାଇକୋର୍ଟ ବାର ଆସୋସିଏସନ ପଞ୍ଜାବ ପୁଲିସକୁ ଏକ ଚିଠି ଲେଖି କଡ଼ା ନିର୍ଦ୍ଦେଶ ଦେଇଛି ଯେ, ଅହମଦୀମାନଙ୍କୁ କୁରବାନି, ଇଦ୍ ନମାଜ ଏବଂ ଇସଲାମିକ ପରମ୍ପରା ପାଳନ କରିବାରୁ ନିବୃତ୍ତ କରାଯିବା ଉଚିତ୍।
-
4. ଉତ୍କଳ ସମେତ ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ୧୩ଟି ସରକାରୀ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଣେ ପ୍ରଫେସର ଏକାଥରେ ୧୩ଟି ଯାକ ବିଶ୍ବବିଦ୍ୟାଳୟ ପାଇଁ କ୍ରମାନ୍ବୟରେ ଆବେଦନ କରିପାରିବେ।
-
5.ଜାମ୍ମୁ-କାଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ ବିଶ୍ବର ସର୍ବୋଚ୍ଚ ରେଳ ସେତୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୬ ତାରିଖରେ ଉଦ୍ଘାଟନ କରିବେ।
-
6.ରାମ ମନ୍ଦିରର ଭୂତଳ ମହଲାରେ ରାମଲଲାଙ୍କ ରୂପେ ବାଳକ ରାମଙ୍କ ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରୀ ୨୦୨୪ରେ ହୋଇ ସାରିଛି। ଏବେ ପ୍ରଥମ ମହଲାରେ ରାଜା ରାମ ଭାବେ ତାଙ୍କର ଦରବାରର ପ୍ରତିଷ୍ଠା ହେଉଛି। ପ୍ରାଣ-ପ୍ରତିଷ୍ଠାର ମୁଖ୍ୟ ଉତ୍ସବ ଗଙ୍ଗା ଦଶହରା ଦିନ ୫ଜୁନ ୨୦୨୫ ରେ ହେଉଛି।
-
7.ଦେଶରେ ୧ ମାର୍ଚ୍ଚ ୨୦୨୭ରୁ ଜାତି ଜନଗଣନା କରାଯିବ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମଗ୍ର ଦେଶରେ ଜାତିଗତ ଜନଗଣନା ଆରମ୍ଭ ହେବା ପୂର୍ବରୁ, ଅକ୍ଟୋବର ୨୦୨୬ରୁ ଜମ୍ମୁ ଏବଂ କଶ୍ମୀର, ଲଦାଖ, ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ଅଞ୍ଚଳରେ ଜନଗଣନା ଆରମ୍ଭ ହେବ।
-
8. କେନ୍ଦ୍ର ସରକାର ରକ୍ସୌଲରୁ ହଳଦିଆ ପର୍ଯ୍ୟନ୍ତ ଏକ ନୂତନ ଛଅ ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ନିର୍ମାଣକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ପ୍ରାୟ ୫୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
-
9. ସ୍ବିଜରଲ୍ୟାଣ୍ଡର ଜେନେଭାଠାରେ ଜାତିସଂଘ ପକ୍ଷରୁ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଅଷ୍ଟମ ବୈଶ୍ବିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ବିପର୍ଯ୍ୟୟ ପ୍ରଶମନ ପ୍ରତି ଭାରତର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି।
-
10ଏଟିଏମ୍ରୁ ଯେଭଳି ନିୟମିତ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ବାହାରିବ, ସେଥିପାଇଁ ବ୍ୟବସ୍ଥା କରିବାକୁ ସମସ୍ତ ବ୍ୟାଙ୍କ ଓ ଏଟିଏମ୍ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି।
-
11. ଟାୟାର ନିର୍ମାତା ଏମ୍ଆର୍ଏଫ୍ର ସେୟାର ଭାରତରେ ସବୁଠୁ ମହଙ୍ଗା ସେୟାରର ମାନ୍ୟତାହାସଲ କରିଛି। ଏହାର ଗୋଟିଏ ସେୟାରର ଦାମ୍ ୧,୩୮,୧୦୦ ଟଙ୍କା ରହିଛି। କିଛି ଦିନ ପୂର୍ବେ କମ୍ପାନି ଏହି ମାନ୍ୟତାକୁ ଏଲ୍ସିଡ୍ ଇନଭେଷ୍ଟମେଣ୍ଟ୍ସକୁ ହରାଇଥିଲା। ଆଜି ସେହି ମାନ୍ୟତାକୁ ପୁନର୍ବାର ହାସଲ କରିଛି।
-
12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲାଗୁ କରିଥିବା ପାଲଟା ଶୁଳ୍କ ଯୋଗୁଁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ହେବ। ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ(ଓଇସିଡି) କହିଛି ଯେ ବିଶ୍ୱବ୍ୟାପୀ ଅଭିବୃଦ୍ଧି ହାର ୩.୧% ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିବାବେଳେ ବର୍ତ୍ତମାନ ତାହା ୨.୯% ହେବ ବୋଲି ଆଶା କରାଯାଉଛି।
-
13.ଟିକସ ବୃଦ୍ଧି ସତ୍ତ୍ବେ ଦଶନ୍ଧି ପୂର୍ବ ତୁଳନାରେ ପ୍ରକୃତ ବିମାନ ଭଡ଼ା ୪୦ ପ୍ରତିଶତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) ମହାନିର୍ଦେଶକ ୱିଲି ୱାଲ୍ସ ସୋମବାର କହିଛନ୍ତି ଯେ ବିମାନ ଯାତ୍ରୀଙ୍କ ସଂଖ୍ୟା ବାର୍ଷିକ ୫ବିଲିୟନ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।
-
14.ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଏକ ଦଳାଚକଟାରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଠାରେ ହଜାର ହଜାର ପ୍ରଶଂସକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ପ୍ରଥମ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଟାଇଟଲ୍ ଜିତିବାର ଉତ୍ସବ ପାଳନ କରିବାକୁ ଏକତ୍ରିତ ହୋଇଥିଲେ।
-
15.କଟକ ଜଗତପୁରରେ ନକଲି ମୋବିଲ କମ୍ପାନୀ ଠାବ ହୋଇଛି। ଜଗତପୁର ଥାନା ସୁନାରୀବଣ ଅଞ୍ଚଳରେ ଥିବା ଏହି ନକଲି କମ୍ପାନୀ ଉପରେ ବୁଧବାର ପୁଲିସ ଏବଂ ଓଜନ ମାପ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଚଢାଉ ସମୟରେ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଛ।
-
16.ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ। ତଲାସୀ ଅଭିଯାନ ସମୟରେ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷା ବାହିନୀ। ସୋମବାର ୨୯୬୦ କେଜି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା।
-
17.ଚାଷୀଙ୍କ ସ୍କୁଟି ଡିକିରୁ ଟଙ୍କା ଲୁଟ୍ ଅଭିଯୋଗ । ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ଗୌରପଡା ଅଞ୍ଚଳରେ ଏହି ଲୁଟ୍ ଘଟଣା ଘଟିଛି ।
-
18.ଜୁନ୍ ୫ ବିଶ୍ୱ ପରିବେଶ ଦିବସରୁ ସେପ୍ଟେମ୍ବର ୩୦ ମଧ୍ୟରେ ୧୦ କୋଟି ଗଛ ଲଗାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀ ବିଶେଷକରି ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି।
-
19. କନ୍ଧମାଳ ଜିଲ୍ଲାରେ କଳାଧାନ (କଳାବତୀ) ଓ କଳାଗହମ ଚାଷର ସଫଳତା ପରେ ଏବେ ପ୍ରଥମ କରି କଳାହଳଦୀ ଚାଷ ଆରମ୍ଭ ହୋଇଛି। କନ୍ଧମାଳ ଜୈବିକ ହଳଦୀ ଏହାର ଗୁଣବତ୍ତା ଓ ସ୍ବାତନ୍ତ୍ରୢ ଦୃଷ୍ଟିରୁ ବିଶ୍ବବଜାରରେ ପହଞ୍ଚିପାରିଛି ଓ ଜିଆଇ ଟ୍ୟାଗ୍ ମଧ୍ୟ ହାସଲ କରିସାରିଛି।
-
20.ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁର ମାଲିକ ୟୁନାଇଟେଡ୍ ସ୍ପିରିଟ୍ସ କମ୍ପାନିର ନେଟ୍ ୱର୍ଥ ୨୦୨୫ରେ ପ୍ରାୟ ୧୧.୯୫ ବିଲିୟନ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି। ଭାରତୀୟ ମୁଦ୍ରାରେ ଏହି କମ୍ପାନିର ନେଟ୍ ୱର୍ଥ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.