- 1.ପାକିସ୍ତାନକୁ ଜାତିସଂଘର ଆତଙ୍କବାଦୀ ନିରୋଧୀ କମିଟିର ନେତୃତ୍ଵ ନେବା ଦାୟିତ୍ଵ ମିଳିଛି। ଯାହା ଏକ ହାସ୍ୟାସ୍ପଦ ପାଲଟିଛି।
-
2.କଲିକତା ହାଇକୋର୍ଟ ‘ଅପରେସନ୍ ସିନ୍ଦୂର’ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଜେଲ୍ ଯାଇଥିବା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ।
-
3.ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ୩୮ ଦିନ ପର୍ଯ୍ୟନ୍ତ ଚାଲିବ।
-
4.ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡା ମାମଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।
-
5.ଏନକାଉଣ୍ଟରରେ କେନ୍ଦ୍ରୀୟ କମିଟି ସଦସ୍ୟ (ସିପିଆଇ-ମାଓବାଦୀ) ନିରସିଂହାଚଲମ ଓରଫ ଗୌତମ ଓରଫ ସୁଧାକର ଓରଫ ବାଲକ୍ରିଷ୍ଣା ଓରଫ ରାମା ରାଜୁ ଓରଫ ଆର.ଆର ଓରଫ ଅରବିନ୍ଦ ଓରଫ ସୋମନ୍ନାର ମୃତ୍ୟୁ ଘଟିଛି। ସୁଧାକର ଉପରେ ଏକ କୋଟି ଟଙ୍କାର ପୁରସ୍କାର ରହିଥିଲା।
-
6.ଗତ ବର୍ଷ ଜାନୁଆରି ମାସରେ ଅଯୋଧ୍ୟାରେ ନିର୍ମାଣାଧୀନ ରାମମନ୍ଦିରରେ ଭଗବାନ ରାମଙ୍କ ବାଳକ ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ରାମ ମନ୍ଦିରର ଉପର ମହଲାରେ ଭବ୍ୟ ରାମ ଦରବାରର ପ୍ରାଣପ୍ରତିଷ୍ଠା ସଂପୂର୍ଣ୍ଣ ହୋଇଛି । ଅଭିଜିତ ମୂହୂର୍ତ୍ତରେ ଏହି ପ୍ରାଣପ୍ରତିଷ୍ଠା ହୋଇଥିଲା ।
-
7.ଫ୍ରାନ୍ସର ଅଗ୍ରଣୀ ପ୍ରତିରକ୍ଷା କମ୍ପାନୀ ଡାସଲ୍ଟ ଆଭିଏସନ୍ ଏବଂ ଭାରତର ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍ (ଟିଏଏସଏଲ୍) ରାଫେଲ୍ ଲଢ଼ୁଆ ବିମାନ ନିର୍ମାଣ ପାଇଁ ଚାରୋଟି ଉତ୍ପାଦନ ସ୍ଥାନାନ୍ତର ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।
-
8.ଭାରତୀୟ ରେଳବାଇ ତତ୍କାଳ ଟିକେଟ୍ ବୁକିଂ ପାଇଁ ଇ-ଆଧାରକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛି ।
-
9.ଅଏଲ୍ ଇଣ୍ଡିଆ ଲିମିଟେଡ୍ର ସହାୟକ କମ୍ପାନି ନୁମାଲିଗଡ଼ ରିଫାଇନାରି ଲିମିଟେଡ୍ ଓଡ଼ିଶାରେ ଏକ ବିମାନ ଇନ୍ଧନ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି।
-
10.ଚଳିତ ଜୁନ୍ରେ ଓଡିଶାର ରାସନ୍ କାର୍ଡ ପାଇଁ ଇ-କେୱାଇସି ଯାଞ୍ଚ ସରିବ ।
-
11.ମଧ୍ୟପ୍ରଦେଶର ଉଜ୍ଜୟିନୀ ରାଜ୍ୟ ପୁଲିସ ଟ୍ରେନିଂ ସେଣ୍ଟରରେ ମହୁମାଛି ଆକ୍ରମଣରେ ୫-୬ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି । ଘଟଣାରେ ଜଣେ ଟିଆଇଙ୍କ ମୃତ୍ୟୁ ହେବା ସହ ୫ ଜଣ ଆହତ ହୋଇଛନ୍ତି ।
-
12.ଆରବିଆଇ ପକ୍ଷରୁ ଫ୍ଲିପକାର୍ଟକୁ ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ(ଏନବିଏଫସି)ର ଲାଇସେନ୍ସ ପ୍ରଦାନ କରିଛି। ଏହାଫଳରେ ଫ୍ଲିପକାର୍ଟ ନିଜ ଇ-କମର୍ସ ପ୍ଲାଟଫର୍ମରେ ସିଧାସିଳଖ ଋଣ ଦେଇପାରିବ।
-
13.ଇସ୍ରାଏଲ ୭ ଅକ୍ଟୋବର, ୨୦୨୩ରେ ହମାସ ଆକ୍ରମଣ ସମୟରେ ବନ୍ଧକ ରଖାଯାଇଥିବା ଦୁଇ ଇସ୍ରାଏଲୀ-ଆମେରିକୀୟଙ୍କ ମୃତଦେହ ଉଦ୍ଧାର କରିଛି। ଗୁରୁବାର ଇସ୍ରାଏଲୀ ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି।
-
14.ଜାପାନରେ ଜନ୍ମହାର ଦ୍ରୁତଗତିରେ ହ୍ରାସ ପାଉଥିବାରୁ ସେଠାକାର ସରକାର ଚିନ୍ତିତ ହୋଇପଡିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ୨୦୨୪ରେ ୬,୮୬,୦୬୧ ଶିଶୁ ଜନ୍ମଗ୍ରହଣ କରିଥିଲେ। ଏହା ପୂର୍ବବର୍ଷ ତୁଳନାରେ ୪୧ ହଜାର କମ୍ ବୋଲି କୁହାଯାଇଛି।
-
15.୧୨ ଦେଶର ଲୋକଙ୍କୁ ଆମେରିକା ମନା ଆଫଗାନିସ୍ତାନ, ମିଆଁମାର, କଙ୍ଗୋ, ଇରାନ, ଲିବିଆ, ସୋମାଲିଆ, ସୁଦାନ, ୟେମେନ, ହୈତି, ଇରିଟ୍ରିଆ, ଚାଡ଼, ଇକ୍ଵାଟୋରିଆଲ୍ ଗିନି ଉପରେ ଆମେରିକାରେ ପ୍ରବେଶ ନେଇ କଟକଣା ଲଗାଇଛି ଟ୍ରମ୍ପ ସରକାର। ଏଥିସହ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି।
-
16.ଗୁଜରାଟ ସରକାର ୨୦ ଏକର ଜଙ୍ଗଲ ଜମିରେ ସିନ୍ଦୂର ବନ ତିଆରି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଭୁଜର ଉପକଣ୍ଠ ମୀର୍ଜାପୁରରେ ଏହି ବନ ତିଆରି ହେବ। ଯାହା ଭୁଜ-ମାଣ୍ଡଭି ରାସ୍ତାରେ ଅବସ୍ଥିତ। ସିନ୍ଦୂର ବଣରେ ୩୫ ପ୍ରକାରର ଚାରାରୋପଣ କରାଯିବ।
-
17.ସମ୍ପ୍ରତି ରେଳବାଇ କଟରାରୁ ଶ୍ରୀନଗର ଯିବା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ସେବା ଆରମ୍ଭ କରିଛି। ଆଇଆରସିଟିସି ଏହି ସୁପରଫାଷ୍ଟ ଟ୍ରେନରେ ଯାତ୍ରା ପାଇଁ ବୁକିଂ ମଧ୍ୟ ଆରମ୍ଭ କରି ଦେଇଛି।
-
18. ’ୟେ ରିସ୍ତା କ୍ୟା କେହଲାତା ହୈ’ର ଫେମ ଅକ୍ଷରା ଚରିତ୍ରରେ ଅଭିନୟ କରିଥିବା ହିନା ଖାନଙ୍କ ପାଇଁ ପରିଚୟର ଆବଶ୍ୟକତା ହୋଇ ନଥାଏ। ସମ୍ପ୍ରତି ହିନା ତାଙ୍କ ଦୀର୍ଘକାଳୀନ ପ୍ରେମିକ ରକିଙ୍କୁ ବିବାହ କରିଛନ୍ତି।
-
19.ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ। ଏହା ସହିତ ଆହତମାନଙ୍କ ପାଇଁ ଏକ ଆରସିବି କେୟାର୍ସ ପାଣ୍ଠି ତିଆରି ହୋଇଛି।
-
20.ପ୍ୟାରିସରେ ଆୟୋଜିତ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପିକ୍ସରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବା ଓଡ଼ିଆ କ୍ରୀଡ଼ାବିତ ସୁଚିତ୍ରା ପରିଡ଼ାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।
-
ବିଶେଷ ସୂଚନା - ଏହାକୁ ଦେଖିବାକୁ ଯେଉଁ ଲିଙ୍କ ପଠା ଯାଉଛି ତାହା ଯଦି ଆପଣଙ୍କ ମୋବାଇଲରେ ଖୋଲୁନି ତେବେ ଆପଣ ଗୁଗୁଲ କ୍ରୋମ open କରି ଡାହାଣ ପଟ ଉପରେ ଥିବା ତିନୋଟି ଡଟକୁ କ୍ଲିକ କରନ୍ତୁ । ସେଥିରେ କେତୋଟି option ଦେଖାଇବ - new tab ,newincogni,History,.......... History ଉପରେ କ୍ଲିକ କରି delete browsing data ରେ କ୍ଲିକ କରି History Clear କରନ୍ତୁ। ମଝିରେ ମଝିରେ ଏପରି କଲେ - ଗୁଗୁଲ କ୍ରୋମ ଭଲ ଭାବରେ କାମ କରେ ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.