• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ନୂଆ ଏୟାର ଡିଫେନ୍ସ ସିଷ୍ଟମ । ଚୀନ ଓ ପାକିସ୍ତାନ ସୀମାରେ ମୁତୟନ ହେବ ଏହି ନୂତନ ବାୟୁ ରକ୍ଷା କବଚ । ଏହି ନୂଆ ରକ୍ଷା କବଚ ହେଉଛି - କ୍ବିକ୍ ରିଆକ୍ସନ ସରଫେସ୍‌ ଟୁ ଏୟାର ମିସାଇଲ ସିଷ୍ଟମ ବା QRSAM । 

  2. 2.କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଦିନ ଦେଶରେ ନୂଆ ୩୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଫଳରେ ଦେଶରେ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୬, ୪୯୧ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

  3. 3.ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ଉପଗ୍ରହ ଇଣ୍ଟରନେଟ୍‌ ସେବା କମ୍ପାନି ଷ୍ଟାର୍‌ଲିଙ୍କ୍‌ ଆସନ୍ତା ଦୁଇ ମାସରେ ଭାରତରେ ଏହାର ସେବା ଆରମ୍ଭ କରିବାକୁ ଯାଉଛି। ଗ୍ରାହକମାନେ ସାଟେଲାଇଟ୍‌ ଡିଭାଇସ୍‌ ଲାଗି ୩୩ ହଜାର ଟଙ୍କା ଓ ଅସୀମିତ ଡାଟା ପ୍ଲାନ୍ ଲାଗି ମାସକୁ ୩୦୦୦ ଟଙ୍କା ଗଣିବାକୁ ପଡ଼ିବ। 

  4. 4.ଆପଲ୍ ସିଇଓ ଟିମ୍‌ କୁକ୍ ଏହି ଅପରେଟିଂ ସିଷ୍ଟମକୁ ଉନ୍ମୋଚନ କରିଛନ୍ତି। ଏହା ଆଇଫୋନ୍‌, ଆଇପ୍ୟାଡ୍‌ ଓ ମ୍ୟାକ୍ ଆଦି ବିଭିନ୍ନ ଡିଭାଇସ୍‌ରେ ଉପଲବ୍ଧ ହେବ। ଏହା ଜରିଆରେ କମ୍ପାନି ପୁଣି ଥରେ ମୋବାଇଲ୍ ୟୁଜର୍‌ ଇଣ୍ଟରଫେସ୍‌ରେ ପରିବର୍ତ୍ତନ ଆଣିବାକୁ ଚାହୁଛି। 

  5. 5.ରାଜ୍ୟ ସରକାର ଭୁବନେଶ୍ବରରେ ସାଇନ୍ସ ସିଟି ସ୍ଥାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନନ୍ଦନକାନନ ଆଖପାଖରେ ୧୦୦ ଏକର ଜମିରେ ଏହାକୁ ସ୍ଥାପନ କରାଯିବ।

  6. 6.ଆକାଶ ଏଜୁକେସନାଲ୍ ସର୍ଭିସେସ୍‌ ଲିମିଟେଡ୍‌ର ଛାତ୍ର ଆରଭ ଗୁପ୍ତା ଅଷ୍ଟ୍ରେଲିଆର କ୍ବିନ୍‌ସଲ୍ୟାଣ୍ଡ୍‌ରେ ଜୁଲାଇ ୧୦ରୁ ଅନୁଷ୍ଠିତ ହେବାକୁ ଥିବା ୬୬ତମ ଅନ୍ତର୍ଜା‌ତୀୟ ଗଣିତ ଅଲିମ୍ପିଆଡ୍ (ଆଇଏମ୍‌ଓ)ରେ ଭାରତର ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଛନ୍ତି।

  7. 7.ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ଆଧାର ଅପଡେଟ୍‌ର ଡେଡ୍‌ଲାଇନ୍‌ ବଢାଯାଇଥିଲା । ପୂର୍ବରୁ ଡିସେମ୍ବର ୨୦୨୪ ସୁଦ୍ଧା ଆଧାର ଅପଡେଟ୍‌ କରିବାକୁ ଡେଡ୍‌ଲାଇନ୍‌ ଥିଲା । ଏହାପରେ ବି ପୁଣି ଥରେ ଜୁନ୍‌ ୨୦୨୫ ପର୍ଯ୍ୟନ୍ତ ଅପଡେଟ୍‌ ପାଇଁ  ଡେଡ୍‌ଲାଇନ୍‌ ବଢାଗଲା ।

  8. 8.ଆସାମରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।

  9. 9.୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶର ସାର୍ବଜନୀନ ଋଣ ପରିମାଣ ପାକିସ୍ତାନୀ ଟଙ୍କାରେ ୭୬,୦୦୭ ବିଲିୟନ। ଭାରତୀୟ ମୁଦ୍ରାରେ ଏହା ୨୩.୧ ଟ୍ରିଲିୟନ୍‌ ଟଙ୍କା। ଦେଶ ଇତିହାସରେ ଏହି ପରିମାଣ ସର୍ବାଧିକ।

  10. 10.ମୁମ୍ବାଇ ମେରାଇନ୍‌ ଅପରେସନ୍ସ ପକ୍ଷରୁ ମିଳିଥିବା ସୂଚନାନୁସାରେ ସୋମବାର ସକାଳେ କେରଳ ତଟ ନିକଟରେ ସିଙ୍ଗାପୁରର ପତାକା ଥିବା ଏକ କଣ୍ଟେନର ଜାହାଜ ଏମଭି ୱାନ ହେ ୫୦୩ରେ ବିସ୍ଫୋରଣ ଘଟିଛି। ସକାଳ ୧୦ଟା ୩୦ ସମୟରେ ଏହା ଘଟିଛି।

  11. 11.  ପ୍ରବାସୀ ନୀତି ବିରୋଧରେ ଲସ୍‍ ଆଞ୍ଜେଲସରେ ପ୍ରତିବାଦ ଚାଲିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ସହିତ ରବର ଗୁଳିମାଡ କରୁଛି । ଆମେରିକା ସରକାରଙ୍କ ପ୍ରବାସୀ ନୀତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟକ ଲୋକେ ।

  12. 12.କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ଆଗାମୀ ମାସରୁ ଆରମ୍ଭ ହେଉଥିବା ୨୦୨୫-୨୬ ଖରିଫ ଋତୁରେ ଭାରତ ସମ୍ଭବତଃ ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ନୂତନ ରେକର୍ଡ ହାସଲ କରିବ।

  13. 13.ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଡିସେମ୍ବର ୯ରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେ୍‌ଣ୍ଟି୨୦ ମ୍ୟାଚ କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିଛି।

  14. 14.ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ। ମାତ୍ର ୨୯ ବର୍ଷ ବୟସରେ ପୂରନ ଅବସର ଘୋଷଣା କରି କ୍ରିକେଟ ଜଗତକୁ ଚକ୍କିତ କରିଛନ୍ତି।

  15. 15.ଦକ୍ଷିଣ ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୋମବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଆସନ୍ତା ୧୪ରୁ ୧୬ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ତେଣୁ ୧୨ ତାରିଖ ପରଠାରୁ ରାଜ୍ୟ ପାଗରେ ପରିବର୍ତ୍ତନ ହେବା ସହିତ ୧୪ ତାରିଖଠାରୁ ଧୀରେ ଧୀରେ ବର୍ଷାର ବିସ୍ତୃତି ବଢ଼ିପାରେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.