• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଅହମଦାବାଦ ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର୍‌ ଇଣ୍ଡିଆ ବିମାନଟି ଉଡ଼ାଣ ପାଇଁ ଆବଶ୍ୟକ ବେଗ ହାସଲ କରିବାରେ ବାଧା ସୃଷ୍ଟି ହୋଇଥାଇପାରେ ଏବଂ ଉଭୟ ଇଂଜିନ୍‌ ଫେଲ୍‌ କରିବା ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବୋଇଂ ୭୮୭-୮ ଡ୍ରିମ୍‌ଲାଇନର୍‌ ବିମାନରେ ୨୩୦ ଜଣ ଯାତ୍ରୀ, ୧୦ ଜଣ କ୍ରୁ ମେମ୍ବର ଏବଂ ଦୁଇ ଜଣ ପାଇଲଟଙ୍କ ସମେତ ୨୪୨ ଜଣ ଯାତ୍ରୀ ଥିଲେ। 

  2. 2.ଗୁରୁବାର ଅପରାହ୍ଣରେ ଘଟିଥିବା ଏୟାର୍ ଇଣ୍ଡିଆ ବିମାନ (ଏଆଇ-୧୭୧) ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ବିମାନରେ ୧.୨୫ ଲକ୍ଷ ଲିଟର ଇନ୍ଧନ ଥିଲା। ନିଆଁ ଏତେ ଦ୍ରୁତ ଗତିରେ ଲାଗିଥିଲା ଯେ ସେମାନଙ୍କୁ ବଞ୍ଚାଇବାର କୌଣସି ସୁଯୋଗ ନଥିଲା।

  3. 3.ବିମାନ ଦୁର୍ଘଟଣାରେ ୨୦୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଇଏ କେବଳ ଜଣେ ହିଁ ଯାତ୍ରୀ ଯିଏ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ୧୧-ଏ ସିଟରେ ବସିଥିବା ଯାତ୍ରୀ ରମେଶ ବିଶ୍ବାସ କୁମାର ବିମାନରୁ ଡେଇଁ ପଡିବା ପରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

  4. 4.ଇରାନ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି। ଆକ୍ରମଣର କାରଣ ଜଣାପଡ଼ି ନ ଥିଲେ ହେଁ ଇସ୍ରାଏଲର ଏହି ପଦକ୍ଷେପ ଆଉ ଏକ ଯୁଦ୍ଧର ସଙ୍କେତ ଦେଇଛି। 

  5. 5.୨୦୨୯ ସାଧାରଣ ନିର୍ବାଚନଠାରୁ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି।

  6. 6.ଦେଶର ଖୁଚୁରା ମୁଦ୍ରାସ୍ଫୀତି ମେ’ ମାସରେ ୨.୮୨%କୁ ହ୍ରାସ ପାଇଛି। ଗତ ୬ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ। ଖାଦ୍ୟ ମୂଲ୍ୟରେ ନିୟନ୍ତ୍ରଣ ପାଇଁ ମୁଦ୍ରାସ୍ଫୀତି ହ୍ରାସ ପାଇଛି।

  7. 7.ଭାରତରେ ମୋଟ ଟେଲିଫୋନ୍ ସଂଯୋଗ ମାର୍ଚ୍ଚ ୨୦୧୪ରେ ୯୩.୩ କୋଟିରୁ ବୃଦ୍ଧି ପାଇ ଏପ୍ରିଲ ୨୦୨୫ରେ ୧୨୦+ କୋଟିରେ ପହଞ୍ଚିଛି। ଭାରତରେ ସାମଗ୍ରିକ ଟେଲି-ଘନତା ଯାହା ମାର୍ଚ୍ଚ ୨୦୧୪ରେ ୭୫.୨୩% ଥିଲା, ତାହା ଅକ୍ଟୋବର ୨୦୨୪ରେ ୮୪.୪୯%କୁ ବୃଦ୍ଧି ପାଇଛି।

  8. 8.ସ୍ଵାମୀଙ୍କ ଶାରୀରିକ ଦୁର୍ବଳତା/ଅକ୍ଷମତା ପ୍ରସଙ୍ଗରେ ଆକ୍ଷେପ କରି ମନ୍ତବ୍ୟ ଦେବା ଓ ତାଙ୍କର ଏଭଳି ସ୍ଥିତି ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିବା ଏକ ପ୍ରକାର ମାନସିକ ନୃଶଂସତା। ବିବାହ ବିଚ୍ଛେଦ ନିର୍ଦ୍ଦେଶ ପ୍ରଦାନ ପାଇଁ ଏପରି କାରଣ ପର୍ଯ୍ୟାପ୍ତ ଆଧାର ବୋଲି ହାଇକୋର୍ଟ କହିଛନ୍ତି। 

  9. 9.ଲମ୍ବା ଆଇନଗତ ଲଢ଼େଇ ପରେ ମାଲକାନଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ କୋର୍ଟରେ ହାଜର ହୋଇ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିଲେ।

  10. 10.ସରକାରୀସ୍ତରରେ ଏଥର ରଜ ପାଳନ ହେବ। ସରକାର ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି। ‘ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ ’ନାଁରେ ଚଳିତ ବର୍ଷ ରଜ ପାଳିତ ହେବ। ଏନେଇ ସବୁ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଏହି ଚିଠିରେ ଏସ୍‌ପି ଜାରି କରାଯାଇଛି। 

  11. 11.ଗତ ମେ’ ମାସ ୩୦ ତାରିଖ ଦିନ ଖଣି ବ୍ୟବସାୟଜନିତ ଏକ ମାମଲାର ରଫାଦଫା କରିବା ପାଇଁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାତରେ ଧରାପଡ଼ି ଜେଲ୍‌ ଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ବର ଶାଖାର ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କ ଜାମିନ ଆବେଦନ ଖାରଜ ହୋଇଛି। 

  12. 12.ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଛି।  ପ୍ରଥମ ପର୍ଯ୍ୟାୟ ମେଧା ତାଲିକା..  କଳା, ବିଜ୍ଞାନ ଓ ବାଣିଜ୍ୟର କଟ୍‌ଅଫ୍‌ ତାଲିକା ପ୍ରକାଶ.। ସର୍ବାଧିକ କଟ୍‌ଅଫ୍‌ ସହ ଆଗରେ ରହିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ।

  13. 13.ଭିଜାଲାନ୍ସ ଜାଲରେ ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ଜଣେ ଅଧିକାରୀ । ୧୦ ହଜାର ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କୁ ଧରିଛି ସିବିଆଇ ।

  14. 14.ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଥିବା ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରୁ ଡକାୟତି ହୋଇଛି। ବ୍ୟାଙ୍କର ୪ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୭ ଲକ୍ଷ ୫୨ ହଜାର ଟଙ୍କା ଲୁଟି ନେଇଛନ୍ତି । 

  15. 15.ରିପୋର୍ଟ ଅନୁସାରେ, ଦୁନିଆରେ ବୋଇଂ ବିମାନର ପ୍ରାୟ ୬ ହଜାର ଦୁର୍ଘଟଣା ଓ ଅଘଟଣ ସାମିଲ ଅଛି । ଏଥିରୁ ୪୧୫ ବଡ଼ ଆକାରର । ଏହି ସବୁ ଦୁର୍ଘଟଣାରେ ଅତି କମରେ ୯୦୦୦ ଲୋକଙ୍କ ମୃତ୍ୟୁ ହୋଇଛି । ସାରା ଦୁନିଆରେ ଉଡାଣ ଭରୁଥିବା ବିମାନ ମଧ୍ୟରେ ୪୦୦୦ରୁ ଅଧିକ ବିମାନ ବୋଇଂ ୭୩୭-୮୦୦ । ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଏସିଆ, ୟୁରୋପ ଓ ଉତ୍ତର ଆମେରିକାର ପରି ପ୍ରମୁଖ ମହାଦେଶରେ ବୋଇଂ ବିମାନକୁ ଅଧିକ ବ୍ୟବହାର କରାଯାଇଥାଏ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.