-
1.ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ୱାଇ) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଜାତୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ମୁଖ୍ୟ ସ୍ଥାନରେ ୩ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହିତ ସାଧାରଣ ଯୋଗ ପ୍ରୋଟୋକଲ (ସିଓ୍ୱାଇପି) ପ୍ରଦର୍ଶନ କରିବେ।
-
2.ବିହାରର ସିୱାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫,୨୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।
-
3.ଦେଶରୁ ମୂଳପୋଛ ହେବ ନକ୍ସଲବାଦ, ମାଓମୁକ୍ତ ହେବ ଭାରତ । ଆଦିବାସୀ ଇଲାକାରେ ହିଂସା ଘଟିବନି ବରଂ ବିକାଶର ନୂଆ ଗଙ୍ଗା ବହିବ । ଏହା ମୋଦୀର ଗ୍ୟାରେଣ୍ଟି ବୋଲି କହି ପୁଣି ଥରେ ଓଡିଶାରୁ ମାଓବାଦୀଙ୍କୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
-
4.ତିନିଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ୬୭ତମ ଜନ୍ମଦିନ ଅବସରରେ କିଛି ଦୃଷ୍ଟିହୀନ ପିଲା ଏକ ଗୀତ ଗାଇବା ବେଳେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ।
-
5.ପାକିସ୍ତାନକୁ ଚୀନ୍ ୪୦ଟି ଶେନୟାଙ୍ଗ ଜେ-୩୫ ପଞ୍ଚମ ପିଢ଼ିର ଷ୍ଟେଲ୍ଥ ଲଢୁଆ ବିମାନ ଯୋଗାଇବ ବୋଲି ଜଣାପଡ଼ିଛି।
-
6.୨୦୨୪ ଲୋକସଭା ଓ ସମାନ୍ତରାଳ ଭାବେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ରାଜନୈତିକ ଦଳମାନଙ୍କ ଦ୍ଵାରା ମୋଟ୍ ନିର୍ବାଚନ ଖର୍ଚ୍ଚର ୪୪.୫୬ ପ୍ରତିଶତ ।
-
7.ତୃତୀୟ ପକ୍ଷ ଗାଡ଼ି ବୀମାର ପ୍ରିମିୟମ୍ ବଢ଼ାଇବା ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆର୍ଡିଏଆଇ) ଗୁରୁତ୍ବର ସହ ବିଚାର କରୁଛନ୍ତି। ବିଭିନ୍ନ ପ୍ରକାର ଗାଡ଼ି ପାଇଁ ପ୍ରିମିୟମ୍କୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।
-
8.ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରି ଖଣି ଓ ବୃହତ୍ କାରଖାନାଗୁଡ଼ିକରେ ଦୁର୍ଘଟଣାକୁ ରୋକାଯାଇପାରିବ। କେବଳ ସେତିକି ନୁହେଁ, ଏହା ବିଦ୍ୟୁତ୍ ଶକ୍ତି ବ୍ୟବହାର କମ୍ କରିବା ଏବଂ ଉତ୍ପାଦନ ବଢ଼ାଇବାରେ ମଧ୍ୟ ସହାୟକ ହୋଇପାରିବ।
-
9.କ୍ୟୁଏସ୍ ବିଶ୍ୱବିଶ୍ୱବିଦ୍ୟାଳୟ ranking ୨୦୨୬ ପ୍ରକାଶ ପାଇଛି। ୨୦୨୬ରେ ବିଶ୍ୱର ୧୫ ଶହରୁ ଅଧିକ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ସମଗ୍ର ଭାରତରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ୯ମ ସ୍ଥାନରେ ରହିଛି। ଓଡ଼ିଶାରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି।
-
10. ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ସଦ୍ୟତମ ଘଟଣାକ୍ରମରେ, ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଶେଖ ହାସିନାଙ୍କୁ ଜୁନ୍ ୨୪ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।
-
11.ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଏହି ଦୁର୍ଘଟଣାକୁ ସମ୍ବୋଧିତ କରି ଚନ୍ଦ୍ରଶେଖରନ ସ୍ପଷ୍ଟ ଭାବପ୍ରବଣତାର ସହିତ କହିଥିଲେ, “ମୁଁ ଗଭୀର ଭାବରେ ଦୁଃଖିତ ଯେ ଏହି ସମ୍ପୂର୍ଣ୍ଣ ଦୁର୍ଘଟଣା ଟାଟା-ମାଲିକାନାଧୀନ ଏୟାରଲାଇନ୍ସରେ ଘଟିଛି ଏବଂ ମୁଁ ବହୁତ ଦୁଃଖିତ।” ସେ ନମ୍ରତାର ସହିତ ଆହୁରି ମଧ୍ୟ କହିଥିଲେ, “ମୁଁ ଜେଆରଡି ନୁହେଁ, ମୁଁ କୌଣସି ଆରଏନଟି ନୁହେଁ, କିନ୍ତୁ ଆମେ ସେମାନଙ୍କ ମୂଲ୍ୟବୋଧ ଦ୍ୱାରା ପରିଚାଳିତ।”
-
12.ଫେସବୁକ୍ ଏବେ ଏହାର ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଆପ୍ରେ ପାସ୍କୀ(Passkey) ସପୋର୍ଟ ଆରମ୍ଭ କରିଛି, ଯଦ୍ଵାରା ୟୁଜରଙ୍କୁ ଏଣିକି ଆଉ ପାସ୍ୱାର୍ଡ ମନେ ରଖିବାକୁ ପଡ଼ିବ ନାହିଁ। ଏହି ନୂତନ ଫିଚର ଲଗ୍ଇନ୍ ଏବଂ ମେଟା ପେ’ ମାଧ୍ୟମରେ ପେମେଣ୍ଟକୁ ଅଧିକ ସହଜ ଏବଂ ସୁରକ୍ଷିତ କରିବ।
-
13.ଇସ୍ରାଏଲ-ଇରାନ ଯୁଦ୍ଧ ଅଷ୍ଟମ ଦିନରେ ଅତି ଭୀଷଣ ରୂପ ନେଇଛି। ଶୁକ୍ରବାର ଉଭୟ ଦେଶ ଶତାଧିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ବିନିମୟ କରିଛନ୍ତି।
-
14.ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସାମରିକ କ୍ଷମତାକୁ ନଷ୍ଟ କିମ୍ବା ଦୁର୍ବଳ କରିବା ପାଇଁ ଜୁନ ୧୩ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲର ‘ଅପରେସନ ରାଇଜିଂ ଲାୟନ’ରେ ଅତି କମରେ ୧୪ ଜଣ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
-
15.ଆଜି ବିଶ୍ୱ ଯୋଗ ଦିବସ । ଯୋଗ କରିବା ଦ୍ୱାରା ମଣିଷ ରୋଗମୁକ୍ତ ହୋଇଥାଏ। ଯୋଗକୁ ଜୀବନଶୈଳୀ ଭାବେ ଗ୍ରହଣ କରିବା ଆବଶ୍ୟକ। ଏପରିକି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧା ବୟସ୍କ ପର୍ଯ୍ୟନ୍ତ ଏହା କରିବା ଜରୁରୀ ରହିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.